ଅରୁଣ ଅଡୁଆ, କୋକୁଆ ଭୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଏବେ ଫେସବୁକରେ ମନ୍ତ୍ରୀଙ୍କ "ରାଜନୀତିର ଦୁଇଟି ଧାର" କୁ  ନିଇତି ଦରାଣ୍ଡୁଛନ୍ତି କର୍ମଚାରୀ, ଅଧିକାରୀ ଓ ଅଧ୍ୟାପକ

ଭୁବନେଶ୍ୱର (ମାନସୀ ମିଶ୍ର) : ଏବେ କିଛି ଲୋକଂକ ପାଇଁ କଣ୍ଟା ସାଜିଛନ୍ତି ଅରୁଣ | ମାନେ ଉଚ୍ଚଶିକ୍ଷା ଓ  କୃଷି ମନ୍ତ୍ରୀ ଡ଼ ଅରୁଣ ସାହୁ | ଉପରେ ଉପରେ କେହି କିଛି କହି ପାରୁନାହାନ୍ତି ସିନା ଭିତରେ ଭିତରେ ରକ୍ତ ଚାଉଳ ଚୋବାଉଛନ୍ତି | ମନ୍ତ୍ରୀ ଡ଼ ସାହୁଙ୍କ କଲେଜ, ବିଭାଗୀୟ କାର୍ଯ୍ୟାଳୟ ଉପରେ ଅତର୍କିତ ଚଢ଼ାଉ, ଉପସ୍ଥାନ ଖାତା ଯାଞ୍ଚ, ସୋ କାଜ ମଗା ସମୟରେ ଆସିବାକୁ ତାଗିଦ, ଘନ ଘନ ସମୀକ୍ଷା ବୈଠକ, ଆଉ ନୂଆ ନୂଆ କାମ ଲଦି ଦେବା ଏବେ କିଛି କର୍ମଚାରୀଙ୍କ ସୁସ୍ତୀ ପଣ ଭାଙ୍ଗି ଦେଇଛି | ଏମିତି କୌଣସି କୌଣସି ଦିନ ନାହିଁ କି କୋଉ ଦିନ କୋଉ ଅଫିସରେ ପଶି ନାହାନ୍ତି କି ସମୀକ୍ଷା ନେଇନାହାନ୍ତି |  ସେ ଛୁଟି ଦିନ ହେଉ କି ରାସ୍ତାରେ ଯାଉଥିଲା ବେଳେ ହେଉ ଯେଉଁଠି ତାଙ୍କ ବିଭାଗ ଅଧିନସ୍ଥ  କିଛି କାର୍ଯ୍ୟାଳୟ ବା କଲେଜ ପଡିଲା ସଂଗେ ସଂଗେ ପାଇଲଟକୁ କହିବେ ତା ଭିତରେ ପୁରାଇବାକୁ | ସେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ ହେଉ କି କୃଷି ମତ୍ସ୍ୟ ନିର୍ଦ୍ଦେଶାଳୟ, ଚୌଦାର କଲେଜ ହେଉ କି ନିରାକାରପୁର କଲେଜ, ବିନା ନୋଟିସରେ  ମନ୍ତ୍ରୀ ଯେଉଁଭଳି ଭାବେ ପଶି ଯାଉଛନ୍ତି | ଆଗ କର୍ମଚାରୀଙ୍କ ଉପସ୍ଥାନ ଯାଞ୍ଚ, କଲେଜ ହୋଇଥିଲେ କ୍ଳାସ ରୁମରେ ପଶି ପିଲାଙ୍କ ସହତ ଆଲୋଚନା ଆଉ ଯେଉଁ ବିଷୟ ପଢ଼ାଯାଉଛି ତା ଉପରେ ପ୍ରଶ୍ନ ପଚାରି ଦେବେ | ପ୍ରୋକ୍ତୋରିଆଲ କ୍ଳାସ ହେଉଛି ନ ନାହିଁ ତାହା ବୁଝିବେ | ଆଉ ଭୁଲ ହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ | ସେ ଚୌଦ୍ୱାର କଲେଜର ବିବାଦୀୟ କିରାଣିଙ୍କୁ ବଦଳି କରିବାକୁ କେଉଁ କି କଳାପଥର-ଧଳାପଥର  କଲେଜ ପ୍ରିନ୍ସିପାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରି ହେଉ ଅବା ନିମ୍ନମାନର କୀଟନାଶକ ପ୍ରସ୍ତୁତକାରୀ ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ୧୦ ଜଣ କୃଷି ଉପ-ନିର୍ଦେଶକ ମାନଙ୍କୁ କାରଣ ଦର୍ଶାଅ ନୋଟିସ କରାଯିବ ହେଉ ।  ମନ୍ତ୍ରୀ ଡ଼ ସାହୁଙ୍କ ଏ ପରି ତନାଘନା ଆଉ ସରପ୍ରାଇଜ ଗସ୍ତକୁ ନେଇ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି ଦୁଇଟି ଯାକ ବିଭାଗରେ | 

ଗତକାଲି ଦିନ ୧୦ ଟା ସମୟରେ ଶହୀଦ ନଗର ଠାରେ ଥିବା ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଅଚାନକ ପଶିଗଲେ | ତାପରେ ବହୁମୁଖୀ ପ୍ରାଣୀ ଚିକିତ୍ସାଳୟ ଏବଂ ବୁଲାକୁକୁର ବନ୍ଧ୍ୟାକରଣ ଅସ୍ତ୍ରୋପଚାର କେନ୍ଦ୍ର ପରିଦର୍ଶନ କରି ଆଗ ଖାତା ଯାଞ୍ଚ କରିଦେଲେ , କିଏ ଆସିଛନ୍ତି କିଏ ଆସିନାହାନ୍ତି ଆଉ କାହିଁକି ଆସିନାହାନ୍ତି ଆଗ ବୁଝିନେଲେ | ଅନୁପସ୍ଥିତ କର୍ମଚାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ନିର୍ଦ୍ଦେଶ ଦେଲେ | ପରବର୍ତ୍ତୀ ଭିଜିଟ ବେଳକୁ ଯେମିତି ଏଭଳି ଅନିୟମିତତା ନଦେଖିବାକୁ ମିଳେ ସେଥିପାଇଁ କର୍ତ୍ତୃପକ୍ଷଙ୍କୁ ତାଗିଦ କରିଦେଲେ | ଏଥିସହିତ ଦିନ୧୦.୩୦ ମିନିଟରେ ରାଜ୍ୟ ମାନ ନିୟନ୍ତ୍ରଣ ପରୀକ୍ଷାଗାର ଯାଇ  ।ବିଭିନ୍ନ ଗବେଷଣା କେନ୍ଦ୍ର ବୁଲି ଦେଖିବା ସହିତ ସମ୍ମିଳନୀ କକ୍ଷରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନଙ୍କୁ ଉଦ୍ବୋଧନ ଦେଇଥିଲେ | ମୁଖ୍ୟମନ୍ତ୍ରୀଙ୍କ 5T ମନ୍ତ୍ରକୁ କଡ଼ାକଡ଼ି ଭାବେ ପାଳନ କରିବାପାଇଁ ନିର୍ଦ୍ଦେଶ ଦେଇ ସେଠାରୁ ଆସିଥିଲେ | 

ତେଣୁ ଏବେ କୋକୁଆ ଭୟ ଯେ କେତେବେଳେ କଲେ ଆମ ପାଳି ପଡିଯିବନି ତ ! ଏବେ କର୍ମଚାରୀଙ୍କ ଭିତରେ ଟିକେ ଆଲର୍ଟନେସ ଆସିବା ଆରମ୍ଭ ହେଲାଣି | ଆଉ ବହୁ କର୍ମଚାରୀ ଏବେ ଫେସ୍ବୁକରେ ମନ୍ତ୍ରୀ ଡ଼ ସାହୁ ପକାଉଥିବା ପରବର୍ତ୍ତୀ ଦିନର ଗସ୍ତସୂଚୀ ତାଲିକାକୁ ଚାହିଁ ବସୁଛନ୍ତି | ଫେସବୁକରେ ମନ୍ତ୍ରୀଙ୍କ "ରାଜନୀତିର ଦୁଇଟି ଧାର, ଉନ୍ନତି ସାଙ୍ଗରେ ସମାଜ ସଂସ୍କାର" କୁ  ନିଇତି ଦରାଣ୍ଡୁଛନ୍ତି କର୍ମଚାରୀ, ଅଧିକାରୀ ଓ ଅଧ୍ୟାପକ |ମନ୍ତ୍ରୀଙ୍କ ଗସ୍ତ କେଉଁ ଏରିଆ ବା କେଉଁ ଜିଲ୍ଲା ବା କେଉଁ କାର୍ଯ୍ୟାଳୟକୁ ହେବାର ଅଛି ତାକୁ ଭଲଭାବେ ନିରେଖି ଆଲର୍ଟ ହେଇ ଯାଉଛନ୍ତି | ମନ୍ତ୍ରୀଙ୍କ ଗସ୍ତକ୍ରମ ରୁଟରେ ଯେଉଁ ଯେଉଁ କଲେଜ ବା କାର୍ଯ୍ୟାଳୟ ପଡିବ ବା ଗସ୍ତ ଅଂଚଳର ପହଂଚ ପରିଧି ଭିତରେ ଥିବା କାର୍ଯ୍ୟାଳୟ ଓ କଲେଜ (ଯେଉଁଠିକୁ ମନ୍ତ୍ରୀ ଅଚାନକ ଚାହିଁଲେ ବି ଯାଇପାରିବେ)ର କର୍ମଚାରୀ, ଅଧିକାରୀ ଓ ଅଧ୍ୟାପକ ମାନେ ପୁରା ଏକ୍ସଟ୍ରା ଆଲର୍ଟ ହୋଇଯାଉଛନ୍ତି |ହେଲେ ପ୍ରବଳ ହମ୍ପସ ଥିବା ଏହି ଦୁଇଟି ଯାକ ରାସ୍ତା((ବିଭାଗ) ରେ ମନ୍ତ୍ରୀଙ୍କ ଡ୍ରାଇଭିଙ୍ଗ ଓ  ସକ ଆଵଜରବର କେତେ ବାଟ ଆଗେଇ ନେଉଛି ! 

ଦେଖାଯାଉ ମନ୍ତ୍ରୀ ଡ଼ ସାହୁ ଯେଉଁ ତନାଘନା କରୁଛନ୍ତି ତାର କେତେ ପ୍ରଭାବ ପଡୁଛି ! ସର୍ବାଧିକ କେଁ ଆଉ ଟେନ୍ସନ ଭରି ରହିଥିବା ଏହି ଦୁଇଟି ବିଭାଗରେ କାର୍ଯ୍ୟଶୈଳୀ, ଗୁଣାତ୍ମକତା ଓ କାର୍ଯ୍ୟଦକ୍ଷତା ବୃଦ୍ଧି ପାଉଛି ନ ନାହିଁ | 

Hope for the best .

 

 

0
0
0
s2sdefault