ବେଳପଡା / ବନମାଳୀ ନାୟକ) : ବେଲପଡ଼ା ବ୍ଲକ ର ୮ ଟି ପଞ୍ଚାୟତ ର ପାଖାପାଖି ୧୦ ହଜାର୍ ଚାଷୀଙ୍କୁ ନ୍ୟାୟ ଦବା ପାଇଁ ଅଣ୍ଟା ଭିଡ଼ି ବାହାରି ପଡ଼ିଛି ଜୟ କୋସଲ କୃଷକ ସଙ୍ଗଠନ | ଏଥିପାଇଁ ସଙ୍ଗଠନ ତରଫରୁ ଜୋରସୋର୍ ଉଦ୍ୟମ ଆରମ୍ଭ ହୋଇଛି | ସୁଚନା ଥାଉକି ବେଲପଡ଼ା ବ୍ଲକ ର ୮ ଟି ପଞ୍ଚାୟତ ଧୁମାଭଟା,ସୁଲେକେଲା,ଗମ୍ଭାରି,କପାଣି,ନୁନହାଣ୍ଡି ଭଲି ୮ ଟି ପଞ୍ଚାୟତ ୨୦୧୮ କୃଷି ବର୍ଷର ଖରିଫ୍ ଫସଲରେ କରାଯାଇଥିବା ପ୍ରଧାନମନ୍ତ୍ରି ଫସଲ ବିମା ୟୋଜନା ରେ କ୍ଷତି ପୁରଣ ପାଇବାରୁ ବଞ୍ଚିତ ଅଛନ୍ତି | ଏହିସବୁ ଅଞ୍ଚଲ ଚାଷି ଏବେ ବୀମା କରି ମଧ୍ୟ ସରକାରି ଉଦାସିନତା ଯୋଗୁଁ PMFBY ତାଲିକାରୁ ବାଦ୍ ପଡ଼ିଯାଇଛନ୍ତି | ଏ ସବୁ କାରଣ ଯୋଗୁଁ ଏବେ ଆନ୍ଦୋଲନ ମୁହାଁ ହେଇଛି କୃଷକ ସଙ୍ଗଠନ | ଆଜି ଏ ବିଷୟରେ ବଲାଙ୍ଗିର ଜିଲ୍ଲାପାଲ ଶ୍ରୀ ଅରିନ୍ଦମ ଡାକୁଆ ଏବଂ ବଲାଙ୍ଗିର ସାଂସଦ ଶ୍ରୀମତି ସଙ୍ଗିତା ସିଂ ଦେ ଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ସଙ୍ଗଠନର କର୍ମକର୍ତା | ଏଥିରେ ସଙ୍ଗଠନର ସଭାପତି ପ୍ରକାଶ ବୁଡ଼େକ, ଉପ ସଭାପତି କୁଞ୍ଜବିହାରି ଅଗସ୍ତି,ସମ୍ପାଦକ ମତି ନାଏକ ,ଅଚ୍ୟୁତ ଖମାରି,ନିର୍ବାଶ ବୁଡ଼େକ ,ବନମାଲି ନାଏକ ପ୍ରମୁଖ ଉପସ୍ଥିତ ଥିଲେ |
ରାଜ୍ୟ
ଜୟ କୋସଲ କୃଷକ ସଙ୍ଗଠନର ଆନ୍ଦୋଲନ ଜାରି
- Hits: 577