ହେଡଲାଇନସ୍:

ସୁ-୩୦ଏମକେଆଇରୁ ଅସ୍ତ୍ର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଆକାଶରୁ ଆକାଶକୁ ଗତିଶୀଳ କ୍ଷେପଣାସ୍ତ୍ର ଅସ୍ତ୍ରକୁ ଓଡିଶା ଉପକୂଳରୁ ସଫଳତାର ସହ ପରୀକ୍ଷଣ କରାଯାଇଛି । ପରୀକ୍ଷାମୂଳକ ଭାବେ ଏହି କ୍ଷେପଣାସ୍ତ୍ରକୁ ଆଜି ସୁ-୩୦ଏମକେଆଇରୁ ପରୀକ୍ଷଣ କରାଯାଇଥିଲା । ଆକାଶମାର୍ଗରେ ଏହା ସଫଳତାର ସହ ଧାର୍ଯ୍ୟ ଲକ୍ଷ୍ୟକୁ ଭେଦ କରିବା ସହ ଆକାଶରୁ ଆକାଶକୁ ଗତିଶୀଳ ପ୍ରଥମ ସ୍ୱଦେଶୀ କ୍ଷେପଣାସ୍ତ୍ରର କ୍ଷମତା ପ୍ରଦର୍ଶିତ ହୋଇଥିଲା । ଉପଯୁକ୍ତ ପ୍ରକ୍ରିୟାରେ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯିବା ସହ ବିଭିନ୍ନ ରାଡାର, ଇଲେକ୍ଟେ୍ରା ଅପ୍ଟିକାଲ ଟ୍ରାକିଙ୍ଗ ସିଷ୍ଟମ (ଇଓଟିଏସ) ଓ ସେନ୍ସର ମାଧ୍ୟମରେ ଏହା ଲକ୍ଷ୍ୟ ଭେଦ କରିଥିବା ନେଇ ନିଶ୍ଚିତ କରାଯାଇଥିଲା । ଏହି ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଡିଆରଡିଓ ଓ ବାୟୁସେନା ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

0
0
0
s2sdefault