ହେଡଲାଇନସ୍:

ତାଳଚେର ସାର କାରଖାନା କାମ ତ୍ୱରାନ୍ୱିତ କରିବା ପାଇଁ ଚୁକ୍ତି ସ୍ୱାକ୍ଷର ସମାରୋହ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଭାରତର ୟୁରିଆ ଆବଶ୍ୟକତାକୁ ପୂରଣ କରିବ ଏହି ପ୍ରକଳ୍ପ - ଧର୍ମେନ୍ଦ୍ର ପ୍ରଧାନ

 ଚୀନର ଏମଏସ ଉହାନ ଇଞ୍ଜିନିୟରିଂ କର୍ପୋରେସନ କମ୍ପାନୀ ସହ ଚୁକ୍ତି ସ୍ୱାକ୍ଷରିତ

 ପ୍ରକଳ୍ପରେ ୧୩ ହଜାର ୨୭୭ କୋଟି ଟଙ୍କା ନିବେଶ ,  ଉତ୍ପାଦନ କ୍ଷମତା ୧.୨୭ ଏମଏମଟିପିଏ 

ନୂଆଦିଲ୍ଲୀ/ଭୁବନେଶ୍ୱର – ତାଳଚେର ସାର କାରଖାନାର କାମ ଆଗକୁ ନେବାକୁ ଏମ୍ଏସ ଉହାନ ଇଞ୍ଜିନିୟରିଂ କର୍ପୋରେସନ ସହ ଏକକ ଭାବରେ ପ୍ରକଳ୍ପ ନିର୍ମାଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରସାୟନ ଓ କୃଷି ସାର ମନ୍ତ୍ରୀ ସଦାନନ୍ଦ ଗୌଡଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ପ୍ରକଳ୍ପ ଭାରତର ୟୁରିଆ ଆବଶ୍ୟକତାକୁ ପୂରଣ କରିବା ସହ ଦେଶ ଓ ରାଜ୍ୟର କୃଷି ବିକାଶରେ ଯଥେଷ୍ଟ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

ଚୀନର ଏମ୍ଏସ ଉହାନ ଇଞ୍ଜିନିୟରିଂ କର୍ପୋରେସନ କମ୍ପାନୀ ସହ କୋଇଲାରୁ ଗ୍ୟାସ ଉତ୍ପାଦନ ଏବଂ ଆମୋନିଆ ଓ ୟୁରିଆ ଉତ୍ପାଦନ କାର୍ଯ୍ୟ କରିବା ପାଇଁ ଦୀର୍ଘ ଟେଣ୍ଡର ପ୍ରକ୍ରିୟାରେ ଚୟନ କରାଯାଇଛି । ଅନେକ କଠିନ ପ୍ରକ୍ରିୟା ପରେ ଏହି କୋଇଲା ଗ୍ୟାସୀକରଣ କ୍ଷେତ୍ରରେ ଥିବା ଅଭିଜ୍ଞତା ଆଧାରରରେ ଏହି କମ୍ପାନୀକୁ ମନୋନୀତ  କରାଯାଇଥିବା ଜଣାପଡିଛି ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହା କୋଇଲା ଗ୍ୟାସୀକରଣକୁ ଉପଯୋଗ କରି ୟୁରିଆ ଏବଂ ଆମୋନିଆ ଉତ୍ପାଦନ  କରିବ । ଏହାଦ୍ୱାରା ଭାରତର ବିକାଶ ଯାତ୍ରାରେ ନୂଆ କୀର୍ତିମାନ ସ୍ଥାପିତ ହେବ । ଏହି ପ୍ରକଳ୍ପ ୟୁରିଆ କ୍ଷେତ୍ରରେ ଭାରତର ଆତ୍ମନିର୍ଭରଶୀଳତାରେ ସୁଧାର ଆଣିବ ଏବଂ କୃଷି ବିକାଶକୁ ପ୍ରତ୍ସାହିତ କରିବ ।

କେନ୍ଦ୍ର ସରକାର ତାଳଚେର ଫର୍ଟିଲାଇଜର ଫ୍ଲାଟକୁ ଖୁବଶୀଘ୍ର କାର୍ଯ୍ୟକ୍ଷମ କରିବା ନେଇ କାମ କରୁଛନ୍ତି । ତାଳଚେର ଫର୍ଟିଲାଇଜର ପ୍ଲାଂଟକୁ ପୁନଃରୁଦ୍ଧାର କରିବା ପାଇଁ ଭାରତ ସରକାରଙ୍କ ତୈଳ ଉଦ୍ୟୋଗ କମ୍ପାନୀ ଆରସିଏଫ, ସିଆଇଏଲ, ଏଫସିଆଇଏଲ ଏବଂ ଗେଲ୍ ମିଳିତ ଭାବେ ଜଏଂଟ ଭେନଚର୍ କମ୍ପାନୀ ଗଠନ କରିଛନ୍ତି । ଏହି ପ୍ରକଳ୍ପରେ ପ୍ରାୟ ୧୩ ହଜାର ୨୭୭ କୋଟି ଟଙ୍କା ନିବେଶ ହେବ ଏବଂ ଏହାର ଉତ୍ପାଦନ  କ୍ଷମତା ୧.୨୭ ଏମଏମଟିପିଏ ରହିଛି ବୋଲି ଜଣାପଡିଛି ।

0
0
0
s2sdefault