ହେଡଲାଇନସ୍:

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଭାରତୀୟ ଜନତା ପାର୍ଟି ପଦ୍ମପୁର ତରଫରୁ ଫଳ ବଣ୍ଟନ ।

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ପଦ୍ମପୁର/ଶାସକପ୍ରଶାସକ- ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ହେଉଛି ୬୯ତମ ଜନ୍ମଦିନ । ମାନ୍ୟବର ମୋଦିଜୀ ଜନ୍ମଦିନ ସମଗ୍ର ଭାରତ ବର୍ଷରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି । ଏହି କ୍ରମରେ ଭାରତୀୟ ଜନତା ପାର୍ଟି ପଦ୍ମପୁର ପକ୍ଷରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରାଯାଇଛି । ଭାରତୀୟ ଜନତା ପାର୍ଟି ପଦ୍ମପୁର ପକ୍ଷରୁ ଏକ ଭିନ୍ନ ଧରଣରେ ପାଳନ କରାଯାଇଥିଲା। ବିଜେପି ପଦ୍ମପୁର ନଗର ସଭାପତି ସୁନିଲ ଅଗ୍ରୱାଲଙ୍କ ନେତୄତ୍ବରେ କର୍ମୀ ମାନେ ସରକାରୀ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଥିବା ରୋଗୀ ମାନଙ୍କ ଭଲମନ୍ଦ ବୁଝିବା ସହ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ସମସ୍ତେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘଆୟୁ ପାଇଁ ପ୍ରଭୁ ନୄସିଂହନାଥଙ୍କ ଠାରେ ପ୍ରାର୍ଥନା କରିଥିଲେ । ଏହି ଅବସରରେ ଅଶୋକ ମିଶ୍ର, ପ୍ରିତେଶ ବହିଦାର,ହରି ସିଂ,ଗଣପତି ବଗର୍ତି,ସୁବାଷ ପାତ୍ର,ସରୋଜ ମିଶ୍ର,ପଙ୍କଜିନି ପ୍ରଧାନ,ନାରାୟଣ ପୁରୋହିତ,ଆଦିତ୍ୟ ରଥ,ଦେବାଧି ମେହେର,ଆନନ୍ଦ ଭଗତ,ସୁରଜ ଅଗ୍ରୱାଲ,ପ୍ରମୋଦ ମେହେର, ନବ କଣ୍ଟା,କୁନାଳ ପାଣିଗ୍ରାହୀ,ହିତେଶ ଅଗ୍ରୱାଲ,ନରେଶ ସାହୁ,ରାଜିବ ବଗର୍ତି, ସୁରେଶ ସାହୁ ଓ ସିଦ୍ଧେଶ୍ବର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault