ହେଡଲାଇନସ୍:

କାଳିଆ ହୋଇଛି ବାଟବଣା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କିଛି ଲୋକ ସିନା ମାଗଣା ଖିଆ, ଅଧିକାରୀ-କର୍ମଚାରୀ କଣ କଣା !!!!!

ଭୁବନେଶ୍ୱର ():  ସରକାର ନିର୍ବାଚନ ପୂର୍ବରୁ ଗରିବ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତିକରଣ ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦେଶ୍ୟ ନେଇ ଆରମ୍ଭ କରିଥିଲେ କାଳିଆ ଯୋଜନା | ଆଉ ଗୋଟିଏ ପରିବାରରୁ ଜଣକୁ ଦେବାକୁ ବ୍ୟବସ୍ଥା କରିଥିଲେ | ଲୋକ ଆବେଦନ କରି ଗୋଟେ କିସ୍ତି ପାଇ ବି ଗଲେ | ଆଉ କ୍ୱେଟାର୍ଜନ ବି ଦ୍ଵିତୀୟ କିସ୍ତି ପାଇଥିଲେ | ହେଲେ ତାକୁ ନେଇ ଯେତେବେଳେ ହାଲ୍ଲା ହେଲା ଆଉ ଅନେକ ଅଯୋଗ୍ୟ ହିତାଧିକାରୀ କାଳିଆ ସହାୟତା ପାଇଛନ୍ତି, ତାପରେ ସରକାର ଭୋଟ ପରେ ଆରମ୍ଭ କଲେ ଖୋଳତାଡ଼ | ଆଉ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି ଏବେ କୃଷିମନ୍ତ୍ରୀ ଯେଉଁ ତଥ୍ୟ ଦେଇଛନ୍ତି ତାହା ଶୁଣିଲେ ମୁଣ୍ଡ ଗୋଲ | ସରକାରଙ୍କ ଏହି ଯୋଜନାର ଧଜିଆ ଉଡାଇଛନ୍ତି କିଛି ଲୋକ ଆଉ କିଛି ଅଧିକାରୀ ମିଳିତ ଭାବରେ | ସରକାର ଏହି ସହାୟତା ଯୋଗାଇଦେବା ପାଇ ଯେଉଁ ଯେଉଁ ଗାଇଡ଼ ଲାଇନ କରିଛନ୍ତି ହେଇଛି ତାର ଠିକ ଓଲଟା | ଲୋକ ସିନା ମାଗିଖିଆ ବା ଲୋଭି ହୋଇ ଆବେଦନ କରିଦେଲେ, ହେଲା ଯାଞ୍ଚ କରିବା ଅଧିକାରୀ କଣ କଣା ଥିଲେ !!!    ଆଜି କୃଷି ମନ୍ତ୍ରୀ ଡ଼ ଅରୁଣ ସାହୁ  ଗଣମାଧ୍ୟମରେ ଯେଉଁ ତଥ୍ୟ ଦେଲେ ସେଥିରୁ ପ୍ରମାଣିତ ହୋଇଗଲା ବା ମନ୍ତ୍ରୀ ପରୋକ୍ଷରେ ସ୍ଵୀକାର କଲେ ଯେ କାଳିଆ ବାଟ ହୁଡ଼ିଛି | ଆଉ ଏଇଆ ବି ପ୍ରତିଶ୍ରୁତି ଦେଲେ ଯେ ଏହି ମହତ୍ୱାକାଂକ୍ଷୀ ଯୋଜନାରେ ହୋଇଥିବା ତ୍ରୁଟିକୁ ସୁଧାରି ତାକୁ ଠିକଣା ଟ୍ରାକକୁ ଅଣାଯିବ | 

 ଆଜି ମନ୍ତ୍ରୀ ଡ଼ ସାହୁ ଦେଇଥିବା ସୂଚନା ଅନୁଯାୟୀ ପ୍ରାୟ  ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ କାଳିଆ ଯୋଜନା ଅର୍ଥ ହାସଲ କରିଛନ୍ତି | ସେଥିରେ ୧୨ ହଜାର ବଡ଼ ଚାଷୀଙ୍କ ନାମ ରହିଛି ଏବଂ ୯ ହଜାର ନାବାଳକ/ନାବାଳିକାଙ୍କ ନାମ ଆସିଛି । ଏଥିରେ ୨୦ ହଜାର ସରକାରୀ କର୍ମଚାରୀ ବା ପେନସନ ଭୋଗୀ ଅଛନ୍ତି । ନାବାଳକ/ନାବାଳିକାମାନେ ଯେଉଁ ପାଇଛନ୍ତି ତାହା ତାଙ୍କ ପରିବାରର ପରବର୍ତ୍ତୀ କିସ୍ତିରେ ଭରଣା ହୋଇଯିବ । ଯେଉଁ ୧୨ହଜାର ବଡ଼ ଚାଷୀ ପାଇଛନ୍ତି ସେମାନଙ୍କୁ ବୁଝାସୁଝା କରାଯିବ, ନେଇଥିବା ଅର୍ଥ ଫେରାଇବା ପାଇଁ । ଯେଉଁ ୨୦ ହଜାର ସରକାରୀ ଚାକିରିଆ/ପେନସନ ଭୋଗୀ କାଳିଆ ଟଙ୍କା ନେଇଛନ୍ତି | ସେମାନେ ନେଇଥିବା ଟଙ୍କା ଫେରାଇ ଦେବା ପାଇଁ କୁହାଯିବ | ସେମାନେ ନଦେଲେ ସେମାନଙ୍କ ଦରମା ବା ପେନ୍ସନରୁ କାଟିଦିଆଯିବ |  ୩ ଲକ୍ଷ ପରିବାରରେ ଏକାଧିକ ବ୍ୟକ୍ତି କାଳିଆ ଟଙ୍କା ପାଇଛନ୍ତି । ହେଲେ ପରିବାରର ଜଣକୁ ମିଳିବାର ବ୍ୟବସ୍ଥା ଥିବା ଯୋଗୁ ସେମାନେ ପାଇ ଥିବା ଟଙ୍କା ତାଙ୍କ ପରିବାରର ପରବରତ୍ତି କିସ୍ତିରେ ଆଡ଼ଜଷ୍ଟ କରାଯିବ | ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି ।  ଆଉ ସେମାନଙ୍କୁ ସେ ଟଙ୍କା ଫେରାଇ ଦେବା ପାଇଁ କୁହାଯିବ ବୋଲି ମନ୍ତ୍ରୀ ଡ଼ ସାହୁ କହିଛନ୍ତି  |  ହେଲେ ବର୍ତ୍ତମାନ କାଳିଆରୁ ବଂଚିତ ହୋଇଥବା ଯୋଗ୍ୟ ହିତାଧିକାରୀମାନେ ଆବେଦନ କରିପାରିବେ | ଯେପରି ଜଣେ କେହି  ଯୋଗ୍ୟ ହିତାଧୀକାରି ବଂଚିତ ହେବନି ବା ଜଣେ କେହି ଅଯୋଗ୍ୟ ହିତାଧିକାରୀ କାଳିଆ ଟଙ୍କା ପାଇବେନି, ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ମନ୍ତ୍ରୀ ଡ଼ ସାହୁ କହିଛନ୍ତି |

0
0
0
s2sdefault