ହେଡଲାଇନସ୍:

କୁଜଙ୍ଗ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣୀ, ୫ଟି ଅଭିଯୋଗର ତତ୍କାଳ ଫଇସଲା 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଜଗତସିଂହପୁର:(ରମେଶ ମହାନ୍ତି):-କୁଜଙ୍ଗ ବ୍ଲକ କାର୍ଯ୍ୟାଳୟ ଠାରେ ଆଜି (ସୋମବାର)ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ।ଏହି ଅଭିଯୋଗ ଶିବିରରେ ସମୁଦାୟ ୧୭୩ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା।ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ୧୪୧ଟି ଯଥା ଇନ୍ଦିରା ଆବାସ/ବିଜୁ ପକ୍କାଘର ୬୧ଟି,ରେସନକାର୍ଡ ସମ୍ପର୍କିତ ୧୮ଟି,ଭତ୍ତା ସମ୍ବନ୍ଧୀୟ ୭ଟି,ଆଇନ ସମ୍ପର୍କିତ ୩ଟି,ଜମିଜମା ସମସ୍ୟା ସମ୍ପର୍କିତ ୮ଟି,କାଳିଆ ଯୋଜନା ସମ୍ପର୍କିତ ୨ଟି,ବିଦ୍ୟୁତ ସମସ୍ୟା ସମ୍ପର୍କିତ ୧ଟି ଓ ଅନ୍ୟାନ୍ୟ ୩୬ଟି,ଗାଁ ସମସ୍ୟା ସମ୍ପର୍କିତ ୨୭ଟି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ପାଇବା ପାଇଁ ୩ଟି,ରେଡକ୍ରସ୍ ପାଣ୍ଠିରୁ ସହାୟତା ପାଇବା ପାଇଁ ୨ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା।୫ଟି ଅଭିଯୋଗର ଶୁଣାଣି କରାଯାଇ ତତ୍କାଳ ଫଇସଲା କରାଯାଇଥିଲା।ଏହି ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର୍,ଅତିରିକ୍ତ ଜିଲ୍ଲାପାଳ ପାରାଦ୍ବୀପ କାହ୍ନୁ ଚରଣ ଧିର,ଉପ-ଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି,ସହକାରୀ ଜିଲ୍ଲାପାଳ,ବିଡିଓ,ତହସିଲଦାର,ଜିଲ୍ଲାସ୍ତରୀୟ ଅଧିକାରୀ,କ୍ଷେତ୍ରୀୟ ଅଧିକାରୀ,ବ୍ଲକ ସ୍ତରୀୟ ଅଧିକାରୀଙ୍କ  ସମେତ ଜନସାଧାରଣ ଉପସ୍ଥିତ ଥିଲେ।

 

 

 

0
0
0
s2sdefault