ହେଡଲାଇନସ୍:

ତୈଳିକ ବୈଶ୍ୟ ସମାଜ ଶାନ୍ତି ନଗର ପଦ୍ମପୁର ପକ୍ଷରୁ ୨ୟ ନୂଆଁଖାଇ ଭେଟଘାଟ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

       ପଦ୍ମପୁର:  ତୈଳିକ ବୈଶ୍ୟ ସମାଜ ଶାନ୍ତି ନଗର ପଦ୍ମପୁରର ୨ୟ ନୂଆଁଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମ ସ୍ଥାନୀୟ ପୁରୋହିତ କଲ୍ୟାଣ ମଣ୍ଡପ ପଦ୍ମପୁର ଠାରେ ଡ. ବିରଂଚି ସାହୁ ଙ୍କ  ସଭାପତିତ୍ୱରେ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଝସ  କେତନ ସାହୁ ସମାଜର ଏକତା ଉପରେ ଆଲୋକପାତ କରିଥିବା ବେଳେ ମୁଖ୍ୟ ବକ୍ତା ଡ. ଭକ୍ତ ପୂରନ ସାହୁ ତୈଳିକ ସମାଜର ସୃଷ୍ଟି ଓ ଅବଦାନ ଉପରେ ଭରପୁର ବକ୍ତବ୍ୟ ପ୍ରଦାନ କରିଥିଲେ । ସମାଜର ସଂପାଦକ ବୈକୁଣ୍ଠ ସାହୁ ବାର୍ଷିକ ବିବରଣୀ ପାଠ କରିବା ସହ କିଭଳି ତୈଳିକ ବୈଶ୍ୟ ସମାଜର ମହକ ସାରା ଓଡ଼ିଶାକୁ ବିକଶିତ କରିବା ସେ ସଂପର୍କରେ ଆଲୋକପାତ କରିଥିଲେ । କୋଷାଧ୍ୟକ୍ଷ ସୁରେଶ ସାହୁ ତୈଳିକ ବୈଶ୍ୟ ସମାଜର ଆୟ ବ୍ୟୟ ପ୍ରଦାନ କରିବା ସହ କିଭଳି ପ୍ରତ୍ୟେକ ପରିବାର ପରସ୍ପର ସହ ଯୋଡି ହୋଇ ପରସ୍ପରର ସୁଖ 

ଦୁଃଖରେ ସାମିଲ ହେବା ସେ ବିଷୟରେ ଅବଗତ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବଳରାମ ସାହୁ ପରିଚାଳନା  କରିବା ସହିତ ବିଭିନ୍ନ ଶିକ୍ଷା ମୂଳକ ଉକ୍ତି ପ୍ରଦାନ କରି ଉତ୍ସବକୁ ସରସ ସୁନ୍ଦର କରିଥିଲେ । 

           ସଭାପତି ଡ. ବିରଂଚି ସାହୁ ତୈଳିକ ସମାଜର ସମସ୍ତ ପରିବାରର ଏକତା ସହଯୋଗ ଏବଂ ଛାତ୍ରୀ ଛାତ୍ରୀ ମାନଙ୍କୁ ପ୍ରୋତ୍ସାହନ  କରିବା ପାଇଁ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଉକ୍ତ ଆୟୋଜିତ ସଭାରେ ଗୀତ, ନାଚ ଏବଂ କୁଇଜ୍ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ସମ୍ମାନୀତ କରାଯାଇ ଥିଲା । ଶେଷରେ ସୁର ସଙ୍ଗମ୍ କଳା ପରିଷଦ ବରିକେଲ ଦ୍ୱାରା ଆୟୋଜିତ ଜୀବନ୍ତ ନୃତ୍ୟ ନୁନି ନୁଁ ଭଆସେନ କାର୍ଯ୍ୟକ୍ରମଟି ବେଶ ଭାବେ ଦର୍ଶକଙ୍କ ମନଛୁଆ ହୋଇ ପାରିଥିଲା । ପରିଶେଷରେ ଏହି ତୈଳିକ ବୈଶ୍ୟ ସମାଜ ର ନୂଆଁଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଅବା ପରୋକ୍ଷରେ ସାମିଲ ହୋଇଥିବା ସମସ୍ତ ଅନୁଷ୍ଠାନକୁ ଧନ୍ୟବାଦ ଅର୍ପଣ  କରି ସଭା ସାଙ୍ଗ କରାଗଲା । 

0
0
0
s2sdefault