ହେଡଲାଇନସ୍:

 "ଧୋକାବାଜି , ଦଲାଳି  ଓ ବେଇମାନିର ସମସ୍ତ ସୀମା ଟପି ସାରିଛନ୍ତି ଇତିଶ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଇତିିଶ ପ୍ରଧାନଙ୍କ ଗିରଫ ଦାବୀ କଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର - ଦଳୀୟ ବିଶୃଙ୍ଖଳାକୁ ଆଧାର କରି ଗତ ୧୪.୯.୨୦୧୯ ରିଖ ଦିନ ପୂର୍ବତନ ଛାତ୍ର କଂଗ୍ରେସ ରାଜ୍ୟ ସଂଯୋଜକ ଶ୍ରୀ ଇତିଶ ପ୍ରଧାନଙ୍କୁ ନିଖିଳ ଭାରତ ଛାତ୍ର କଂଗ୍ରେସ ସଂପାଦକ ତଥା ଓଡିଶା ପ୍ରଭାରୀ ଶ୍ରୀ ମୋଥା ରୋହିତ୍ ଛାତ୍ର କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ନିଲମ୍ବିତ କରିଛନ୍ତି । ଏଠାରେ ପ୍ରକାଶଥାଉକି ଶ୍ରୀ ଇତିଶ୍ ପ୍ରଧାନ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଚରିତ୍ର ଉପରେ କଟୁ ସମାଲୋଚନା ଓ ବିଭିନ୍ନ ଅଭଦ୍ରୋଚିତ ଭାଷା ପ୍ରୟୋଗ ସହ କଂଗ୍ରେସ ଦଳର ନୈତିକ ଆଭିମୁଖ୍ୟ ଉପରେ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ  କରିଥିଲେ । କଂଗ୍ରେସ ଭବନ ପରିସରରେ ଉଭୟ ଛାପା ଓ ବୈଦୁ୍ୟତିକ ଗଣମାଧ୍ୟମର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଶ୍ରୀ ପଟ୍ଟନାୟକଙ୍କ ବିରୁଦ୍ଧରେ ସଂଗୀନ, ସମ୍ବେଦନଶୀଳ ଓ ଅଶାଳୀନ ଭାଷା ପ୍ରୟୋଗ କରିବା ସହ ଶ୍ରୀ ପଟ୍ଟନାୟକଙ୍କ ଉପରକୁ ଅଣ୍ଡାମାଡ କରିବା ପାଇଁ ଧମକ ଦେବା ଛାତ୍ର କଂଗ୍ରେସ ଓ କଂଗ୍ରେସ ପରିବାର ପାଇଁ ଅତ୍ୟନ୍ତ ଦୁଃଖ ଦାୟକ ଘଟଣା । 

ଛାତ୍ର କଂଗ୍ରେସର ଅଗଣିତ ପଦାଧିକାରୀ ଓ କର୍ମୀମାନେ ଏଥିପାଇଁ ଅତ୍ୟନ୍ତ ମର୍ମାହତ ବୋଲି ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳୀରେ ଏଆଇସିସି ସଦସ୍ୟ ମନଷା ତ୍ରିପାଠୀଙ୍କ ସହ ରାଜ୍ୟ ଛାତ୍ର କଂଗ୍ରେସ ସଂଯୋଜକ ୟାସିର ନୱାଜ, ନିରଞ୍ଜନ ଦାସ, ପ୍ରସନ୍ନ ମାର୍ଥା, ଆଲୋକ କୁମାର ଦାସ ପ୍ରମୁଖ ପ୍ରକାଶ କରିଛନ୍ତି ଶ୍ରୀ ପ୍ରଧାନ ଭୁଲିଯିବା ଉଚିତ୍ ନୁହେଁ ଯେ ସଭାପତିଙ୍କ ଉପରେ ଏପରି କଟୁ ମନ୍ତବ୍ୟ ଆଉ ରାଜ୍ୟରେ ବରଦାସ୍ତ କରାଯିବ ନାହିଁ । ସଭାପତିଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ  କରିବା ପୂର୍ବରୁ ଶ୍ରୀ ପ୍ରଧାନଙ୍କୁ ଆମ୍ଭମାନଙ୍କୁ ସମ୍ମୁଖିନ ହେବାକୁ ପଡିବ । ଇତିଶଙ୍କ  ଏପରି ମନ୍ତବ୍ୟ ଅଗଣତାନ୍ତ୍ରିକ, ଅସାମ୍ବିଧାନିକ ଓ ସଭ୍ୟ ସମାଜରେ ଆଦୌ ଗ୍ରହଣୀୟ ବା ସ୍ପୃହଣୀୟ ନୁହେଁ ।  ସଭାପତିଙ୍କ ବିରୁଦ୍ଧରେ ଏପରି ମନ୍ତବ୍ୟ ପାଇଁ ଏହି ସାମ୍ବାଦିକ ସମ୍ମିଳନୀରେ ଆମ୍ଭେମାନେ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧି ଓ ଓଡିଶା ପ୍ରଭାରୀ ଶ୍ରୀ ଜିତେନ୍ଦ୍ର ସିଂହଙ୍କ ନିକଟରେ ଦାବି କରୁଛୁ ଯେ ଶ୍ରୀ ପ୍ରଧାନଙ୍କୁ ଅବିଳମ୍ବେ ଛାତ୍ର କଂଗ୍ରେସ ଓ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ସର୍ବନିମ୍ନ ୬ ବର୍ଷ ପାଇଁ ବହିଷ୍କାର କରାଯାଉ । ଶ୍ରୀ ପ୍ରଧାନ ଜଣେ ଧୋକାବାଜ, ଦଲାଲ ଓ ବେଇମାନର ସମସ୍ତ ସୀମା ଟପି ସାରିଛନ୍ତି । ଇତିଶର ମନ୍ତବ୍ୟକୁ ନେଇ ନିଦ କାହାର ହଜିବ ଏବଂ ଅଣ୍ଡାର ଫଣ୍ଡା କଣ ହେବ ଏହାର ଜବାବ ସମୟ ହିଁ କହବି ବୋଲି ଛାତ୍ର ନେତାମାନେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ । ପରେ ଭୁବନେଶ୍ୱର କ୍ୟାପିଟାଲ ଥାନାରେ  ଉକ୍ତ ଛାତ୍ର ନେତାଙ୍କ ନେତୃତ୍ୱରେ ଶ୍ରୀ ପ୍ରଧାନଙ୍କୁ ଅବିଳମ୍ବେ ଗିରଫ କରିବା ଦାବି ନେଇ କ୍ୟାପିଟାଲ ଥାନା ଭାରାପ୍ରାପ୍ତ ଅଧିକାରୀଙ୍କୁ ଦାବି ପ୍ରତ୍ର ପ୍ରଦାନ କରିଥିଲେ ।  

0
0
0
s2sdefault