ହେଡଲାଇନସ୍:

ଓଡ଼ିଶା ବିପିୟୁଟି ଛାତ୍ରସଂଘର ତରଫରୁ ଇଞ୍ଜିନିୟର ଦିବସ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର :  ଓଡ଼ିଶା ବିପିୟୁଟି ଛାତ୍ର ସଂଘ ତରଫରୁ ସ୍ଥାନୀୟ ବୁଦ୍ଧ ମନ୍ଦିର ପରସରରେ ଇଞ୍ଜିନିୟର ଦିବସ ପାଳନ କରାଯିବା ସହିତ ସଂଘର ୧୨ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ୨୦୧୯-୨୦ ବର୍ଷ ପାଇଁ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ବିଶାଳ ବିପିୟୁଟି ଛାତ୍ର ଶୋଭାଯାତ୍ରା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଯୋଗଦେଇ ଉଦ୍ଘାଟନ କରିବା ସହିତ ଇଞ୍ଜିନିୟରମାନେ ହେଉଛନ୍ତି ରାଜ୍ୟ ଓ ଦେଶ ଗଠନରେ ଜଣେ ଜଣେ ବିଶ୍ୱକର୍ମା । ସମ୍ମାନିତ ଅତିଥିଭାବେ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଳ ସାମଲ ଯୋଗଦେଇ  ଦେଶ ଗଠନରେ  ଇଞ୍ଜିନିୟରମାନଙ୍କର ଭୂମିକା ଅତୁଳନୀୟ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଅନ୍ୟତମ ଅତିଥି ଭାବରେ ଭୁବନେଶ୍ୱର ମଧ୍ୟମ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଯୋଗଦେଇ ଇଞ୍ଜିନିୟରମାନେ ଏକାଠି ହେଲେ କାର୍ଯ୍ୟ କଲେ ଇଞ୍ଜିନିୟରିଂ କ୍ଷେତ୍ରରେ ଦେଖାଯାଉଥିବା ସମସ୍ୟା ଦୂରହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ହାଉସିଂବୋର୍ଡର ଚେୟାରମ୍ୟାନ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇ ଚାକିରୀ ପଛରେ ନ ଗୋଡ଼ାଇ ମେକ୍ ଇନ୍ ଓଡ଼ିଶା ମାଧ୍ୟମରେ ନିଜେ କିପରି ମୁଖ୍ୟ ସ୍ରୋତରେ ସାମିଲ୍ ହୋଇପାରିବେ, ସେ ଦିଗ ଉପରେ ବିଶଦ ବିବରଣୀ ପ୍ରଦାନ କରିଥିଲେ ।

ବିଜୁ ଯୁବ ଜନତା ଦଳରା ସଭାପତି ଅମରେଶ ପତ୍ରି  ଯୋଗଦେଇ ଛାତ୍ରଛାତ୍ରୀମାନେ ନିଜସ୍ୱ ଉଦ୍ୟମରେ ଶୃଙ୍ଖଳିତ ଜୀବନ ଯାପନ କରିବା ସହିତ ନବ ନିର୍ମାଣ ଓଡ଼ିଶା ଗଠନରେ ଅଂଶୀଦାର ହେବା ପାଇଁ ପରାମର୍ଶ ଦେଇଥିଲେ । ବିଜେଡ଼ି ଛାତ୍ର ସଭାପତି ରାଣା ପ୍ରତାପ କହିଲେ ଯେ, ଯେତେଦିନ ପର୍ଯ୍ୟନ୍ତ ଭୂମି ଅଛି, ସେଦିନ ପର୍ଯ୍ୟନ୍ତ ଇଞ୍ଜିନିୟର ଅଛନ୍ତି । ଅକ୍ସଫୋଡର଼୍ ଇଞ୍ଜିନିୟରିଂ କଲେଜର ନିର୍ଦ୍ଦେଶକ ଅନୁମାଧବ ପଣ୍ଡା ଯୋଗ ଦେଇଥିଲେ । ଛାତ୍ରସଂଘର ମୁଖ୍ୟ ଉପଦେଷ୍ଟା ପାର୍ଥସାରଥୀ ମୁଦୁଲି ଦୀର୍ଘ ୧୨ ବର୍ଷ ଧରି ସଂଗଠନକୁ ଶୃଙ୍ଖଳିତ ଭାବେ ପରିଚାଳିତ କରିଅସୁଥିବା ବେଳେ ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ସମସ୍ୟା ଓ ଦାବିକୁ ସରକାରଙ୍କ ନିକଟରେ କିଭଳି ଭାବେ ଉପସ୍ଥାପିତ କରିଛନ୍ତି ସେ ବାବଦରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ସଂଗଠକ ଶକ୍ତିପ୍ରସାଦ ରଥ ସଭାପତିତ୍ୱ କରିଥିବା ବେଳେ ସ୍ୱାଗତ ଭାଷଣ ଦେଇଥିଲେ ସାଇ ନାରାୟଣ ବେହେରା । ପୂର୍ବତନ ସଭାପତି ସଂସଦ କୁମାର ନାୟକ, ସୁନିଲ୍ ମହାପାତ୍ର, ଅନମୋଲ କୁମାର, ମିଲନ ସାହାଣୀ, ଜ୍ୟୋତିରଞ୍ଜନ ଶତପଥୀଙ୍କ ସମେତ ସଂଘର କାର୍ଯ୍ୟକାରିଣୀ ସଦସ୍ୟ ଲିଙ୍ଗରାଜ ମହାନ୍ତିଙ୍କ ସମେତ ସୁଧାଂଶୁ ଶେଖର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।  

0
0
0
s2sdefault