ହେଡଲାଇନସ୍:

ଅପମିଶ୍ରିତ କଫ ସିରଫ ଓ ମଦ ଜବତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକର ବିଭିନ୍ନ ସ୍ଥାନରେ ପାଇକମାଲ ପୋଲିସ ଦ୍ୱାରା ଅସାଧୁ କଫ ସିରଫ ବ୍ୟବସାୟୀଙ୍କର ଉପରେ ଚଢ଼ାଉ ଜାରି ରହିଛି । ଆଜି ପାଇକମାଲ ପୋଲିସ ମହୁଳପାଳି ଗ୍ରାମର ଲିଙ୍ଗରାଜ ବେହେରାର ଘରେ ଚଢ଼ାଉ କରି ଲିଙ୍ଗରାଜ ପାଖରୁ ଦଶ ଲିଟର ଅପମିଶ୍ରିତ କଫ ସିରଫ ସହିତ ବିଦେଶୀ ମଦ ଓ ବିଅର ଜବତ କରିଥିଲା । ସେହି ମହୁଳପାଲି ଗ୍ରାମବାସୀ ଙ୍କର ଅଭିଯୋଗ କ୍ରମେ କେଦାର ବେହେରା ନାମକ ଅନ୍ୟ ଜଣେ ବ୍ୟକ୍ତିର ଘରେ ଚଢ଼ାଉ କରି କେଦାର ପାଖରୁ 40ଗୋଟି ମଦ ପାଉଚ ଜବତ କରିଥିଲା । ଆଜିକାର ଏହି ଚଢ଼ାଉରେ ପାଇକମାଲ ଥାନା ଅଧିକାରୀ ଙ୍କର ସହିତ SI ବିପିନ ବାଗ ଓ ଥାନାର ଅନ୍ୟାନ୍ୟ ପଦାଧିକାରୀ ମାନେ ସାମିଲ ଥିଲେ । 

ଏଠାରେ ସୂଚନାଯୋଗ୍ୟ ଯେ ଯୁବସମାଜ କୁ ପଥଭ୍ରଷ୍ଟ କରୁଥିବା ଏହି ନିଶା କାରବାର କୁ କିଛି ଅସାମାଜିକ ବ୍ୟବସାୟୀ ସହଜ ଅର୍ଥ ଉପାର୍ଜନର ମାଧ୍ୟମ ଭାବରେ ଅପଣାଇ ନେଇଛନ୍ତି । ଯାହାଫଳରେ  ଯୁବସମାଜ ପଥଭ୍ରଷ୍ଟ ହେବସହିତ ବିଭିନ୍ନ ଅସାମାଜିକ କାର୍ଯ୍ୟ ମଧ୍ୟ କରିବାକୁ ପଛ ଘୁଞ୍ଚା ଦେଉନାହାନ୍ତି । କିନ୍ତୁ ବର୍ତମାନ ପୋଲିସ ର ଏହି ଭଳି କାର୍ଯନୁଷ୍ଠାନ ଫଳରେ ଏହି ନିଶା କାରବାର ରେ ବହୁ ମାତ୍ରାରେ ଅଙ୍କୁଶ ଲାଗିଥିବାର ଦେଖା ଦେଇଛି । ଆଜିକାର ଏହି ଦୁଇ ଗୋଟି ମାମଲାର କେଶ ନମ୍ବର 167 ଓ 168 ର ତଦନ୍ତ ଭାର SI ବିପିନ ବାଗ ନେଇଥିବା ବେଳେ ଅଭିଯୁକ୍ତ ଲିଙ୍ଗରାଜ ଓ କେଦାର କୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ସୂଚନା ଦେଇଛନ୍ତି ।

0
0
0
s2sdefault