ହେଡଲାଇନସ୍:

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ମୁକ୍ତ ବିଭାଗ ଜାତୀୟ ସେବା ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )- କେନ୍ଦ୍ର ସରକାରଙ୍କ ସଂଶୋଧିତ ନୂତନ ମୋଟରଯାନ ଅଧିନିୟମ -୨୦୧୯ ସେପ୍ଟେମ୍ବର ପହିଲାରୁ ଭାରତ ସହ ଓଡ଼ିଶାରେ କଡ଼ାକଡ଼ି ଭାବେ ଲାଗୁ କରାଯିବା ପରେ ଏହାକୁ କେନ୍ଦ୍ର କରି ରାଜ୍ୟରେ ଜନ ଅସନ୍ତୋଷ ତୀବ୍ର ରୂପ ଧାରଣ କରିଛି । ରାଜଧାନୀ ଭୂବନେଶ୍ୱରସ୍ଥିତ ରାଜମହଲ ଛକରେ ପୁଲିସ ଓ ଜନତାଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଖଣ୍ଡଯୁଦ୍ଧ । ଫଳରେ ରାଜ୍ୟ ସରକାର କୋହଳ ମନୋଭାବ ପୋଷଣ ପୂର୍ବକ ଜନସାଧାରଣଙ୍କୁ ନିଜ ନିଜ ଯାନଗୁଡ଼ିକର କାଗଜ ପତ୍ର ପ୍ରସ୍ତୁତ କରାଇବା ନିମନ୍ତେ ୩ ମାସ ସମୟ ଦେଇଥିଲେ । ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂଶୋଧିତ ନୂତନ ମୋଟରଯାନ ଅଧିନିୟମ -୨୦୧୯କୁ ନେଇ ଜନ ସଚେତନତା ସୃଷ୍ଟି କରାଇବାକୁ ସମସ୍ତ ଜିଲ୍ଲାପ୍ରଶାସନକୁ ନିଦେ୍ର୍ଧଶ ଦେଇବା ପରେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ପୌରପରିଷଦରେ ଆଜି ଆରମ୍ଭ ହୋଇଥିଲା ଜନସଚେତନତା କାର୍ଯ୍ୟକ୍ରମ । ସଡ଼କ ସୁରକ୍ଷା ଜୀବନ ରକ୍ଷା ବାର୍ତ୍ତା ନେଇ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ମୁକ୍ତ ବିଭାଗ ଜାତୀୟ ସେବା ଯୋଜନା ଓ ମୟୂରଭଞ୍ଜ ପୁଲିସର ମିଳିତ ଆୟୋଜନରେ ଏକ ଟ୍ରାଫିକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହି ସମୟରେ ରାସ୍ତାରେ ସିଟ ବେଲଟ ଲଗାଇ ନଥିବା କାର ଆଦି ଯାନକୁ ଅଟକାଇ ଗାଡ଼ିର ଚାଳକ ଓ ଯାତ୍ରୀମାନଙ୍କୁ ଗୋଲାପ ଫୁଲ ଓ ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତା କାଡର଼୍ ଦେଇ ସିଟ ବେଲଟ ଲଗାଇବା ଉପରେ ସଚେତନ କରାଇବା ନିମନ୍ତେ ଉଦ୍ୟମ କରିଥିଲେ । ସେହିପରି ଦୃତ ଗତିରେ,  ବିନା ହେଲମେଟରେ, ବାଇକରେ ଦୁଇରୁ ଅଧିକ  ବସିଥିଲେ, ଗାଡ଼ି ଚଳାଉଥିବା ସମୟରେ ମୋବାଇଲରେ କଥା ହେଉଥିଲେ, ରଙ୍ଗ ରୁଟରେ ଗାଡ଼ି ଚଳାଉଥିଲେ  ଓ ମଦ ଆଦି ନିଶା ଦ୍ରବ୍ୟ ସେବନ କରି ନିଶା ଶକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ଗାଡ଼ି ଚାଳକମାନଙ୍କୁ ମଧ୍ୟ ଅଟକାଇ ଏହାର କୁପରିଣାମ ସମ୍ପର୍କରେ ଅବଗତ କରାଇବା ସଂଗେ ସଂଗେ ଏଥିରୁ ନିବୃତ୍ତ ରହିବା ନିମନ୍ତେ ଗୋଲାପ ଫୁଲ ଓ ସଚେତନତା କାଡର଼୍ ଆଦି ଧରାଇ ସଚେତନର ବାର୍ତ୍ତା ବାଣ୍ଟିଥିଲେ । 

               ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ମୁକ୍ତ ବିଭାଗ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ସଂଯୋଜକ ସ୍ମୃତି ରଞ୍ଜନ ଦାସଙ୍କ ନେତୃତ୍ୱ ଓ ଜାତୀୟ ସେବା ଯୋଜନା କୋ-ଅର୍ଡିନେଟର  ଉଷା ଶତପଥୀଙ୍କ ସହଯୋଗରେ ଅନୁଷ୍ଠିତ  ଉକ୍ତ କାର୍ଯ୍ୟକ୍ରମକୁ  ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ପରମାର ସ୍ମିଥ ପରଷୋତ୍ତମ ଦାସ ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଦୀପ ଚାନ୍ଦ ପତାକା ହଲାଇ ଶୁଭାରମ୍ଭ କରିଥିବା ବେଳେ ଏଡ଼ିସନାଲ ଏସପି ଅଭିମନ୍ୟୁ  ନାୟକ, ଏସଡ଼ିପିଓ ପି କେ ପଟ୍ଟନାୟକ, ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ ନାୟକ , ଏସଆଇ ରାଜେନ୍ଦ୍ର କୁମାର ଦାସ ପ୍ରମୁଖଙ୍କ ସମେତ  ପୁଲିସ କର୍ମଚାରୀ ଏବଂ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପ୍ରଫେସର ଦିଲ୍ଲୀପ ମିଶ୍ର ଓ ସମୀର ଲେଙ୍କାଙ୍କ ସମେତ ସ୍ୱେଚ୍ଛାସେବୀ ସୁନୀଲ ନାୟକ, ଦୁର୍ଯ୍ୟୋଧନ  ବେହେରା, ଶଙ୍କର୍ଷଣ ପଣ୍ଡା, ବିଶ୍ୱଜିତ୍ ଭୂୟାଁ, ଚିତେଶ୍ୱର ବେହେରା, ମନିଷ ଗିରି, ଆକାଶ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । 

0
0
0
s2sdefault