ହେଡଲାଇନସ୍:

ଡାବା ଡାଲିଆ ଧରି ଠିକାଦାର ଛୁ, ଅଧାରେ ରହିଛି ରାସ୍ତା କାମ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା : ଲେଙ୍ଗୁମାହା ଠାରୁ ନହୁଡ଼ିମାହା ରାସ୍ତା 2.95କିମି ରାସ୍ତା ନିମ୍ନ ମାନ ଅଭିଯୋଗ 

ଘୁ. ଉଦୟଗିରି : ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ରାଇକିଆ ବ୍ଲକ ଅଧୀନସ୍ଥ ସୁଗୁଡ଼ବାଡ଼ି ଗ୍ରାମ ପଞ୍ଚଯାତର ନାହୁଡ଼ି ମାହା,ମୁରୁଡ଼ି କୁପୁଡ଼ା,ସନ୍ଦରେଜୁ ଏବଂ କାଳିଗାଡ଼ୁ ଗ୍ରାମ.ଏହି ଅଞ୍ଚଳରେ ପାଖାପାଖି ଏକ ହଜାର ଲୋକ ବସବାସ କରନ୍ତି.| ଜନସାଧାରଣଙ୍କ ସୁବିଧା ପାଇଁ ପ୍ରଶାସନ ଏକ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମଧ୍ୟରେ 1 କୋଟି 6 ଲକ୍ଷ ବ୍ୟୟ ବରାଦରେ 2କିମି 95 ମିଟର ଯୋଗାଇ ଦେଇଛନ୍ତି.| ଏହି ରାସ୍ତାର କାମ N.B.C.C ମାଧ୍ୟମରେ ରାଇପୁର ଅଂଚଳର Rajesh Construction ନାମକ ଏକ ରାସ୍ତା ନିର୍ମାଣ କାରୀ ସଂସ୍ଥାକୁ ଦିଆ ଯାଇଥିଲା.| ରାସ୍ତାର ନିର୍ମାଣ କାମ 2017 ମସିହାରେ ଆରମ୍ଭ ହୋଇଥିଲା | .ହେଲେ ରାସ୍ତା ନିମ୍ନ ମାନର ହୋଇଥିବା ଅଞ୍ଚଳବାସି ଅଭିଯୋଗ କରିଛନ୍ତି | କିନ୍ତୁ ଜନସାଧାରଣଙ୍କ ଅଭିଯୋଗକୁ ଗ୍ରହଣ ନ କରି ପ୍ରଶାସନ ସାଜିଥିଲା ମୁକ.| ଠିକାଦାର ସଂସ୍ଥା ନିଜ ମନମାନିରେ ବିନା ଇଞ୍ଜିନୀୟରିଙ୍ଗ ପ୍ଲାନ କାମ କରିଥିଲା.| ଯାହା ପାଇଁ କାଲିଗାଡୁ ନିର୍ମାଣଧୀନ ପୋଲ ମଧ୍ୟରେ ବର୍ଷାରେ ଧୋଇ ହୋଇ ଯାଇ ଥିଲା ବୋଲି ଅଂଚଳର ବାସିନ୍ଦା  ପ୍ରକାଶ କରିଛନ୍ତି.|  ରାସ୍ତା କାମରେ ବ୍ୟବହାର କରା ଯାଉଥିବା ପଥର,ମୁରୁମ ଇତ୍ୟାଦି ଅତି ନିମ୍ନ ମାନର ହୋଇଥିବା ଦେଖା ଦେଇଛି | ନିମ୍ନ ମାନର କାମ ହେଉ ଥିବାରୁ ଅଞ୍ଚଳବାସି ଏହାର ବିରୋଧ କରିଥିଲେ |  କିନ୍ତୁ ଠିକାଦାର ଭୃକ୍ଷେପ ନକରି କାମ କରି ଥିଲା ବୋଲି ନାହୁଦୀମାହା ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ବେହେରା କହିଛନ୍ତି |  ବହୁତ ବିରୋଧ ହେବା ପରେ ଠିକାଦାର ଛୁ ମାରି ଥିବା ନାହୁଡ଼ିମାହା ଗ୍ରାମର ଯୁବକ କାଁହୁ ଚରଣ ବିନ୍ଧାଣି ଅଭିଯୋଗ କରିଛନ୍ତି | ତେଣୁ ରାସ୍ତା କାମକୁ ତୁରନ୍ତ ଆରମ୍ଭ କରି ଅଞ୍ଚଳବାସିଙ୍କୁ ଗମନାଗମନର ବ୍ୟବସ୍ଥା ଯୋଗାଇ ଦେବାପାଇଁ ସତ୍ୟ ନାରାୟଣ ପ୍ରଧାନ,ମାର୍କଣ୍ଡ ନାୟକ,ରଂଜିତ କୁମାର ପ୍ରଧାନ,ମାଳତୀ ବେହେରା,ସଂକରାଜିତ ନାୟକ,ମଧୁ ସୁଦନ ପ୍ରଧାନ,ଭଞ୍ଜ ପ୍ରଧାନ,ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଓ ରାମ ଚନ୍ଦ୍ର ପ୍ରଧାନ ପ୍ରମୁଖ ଦାବି କରିଛନ୍ତି.| ଯଦି ପ୍ରଶାସନ ଏହି ଅଞ୍ଚଳର ଜନସାଧାରଣଙ୍କ ସ୍ୱାର୍ଥ ପ୍ରତି କର୍ଣ୍ଣପାତ ନ କରନ୍ତି ତାହେଲେ ଆନ୍ଦୋଳନ କରାଯିବ ବୋଲି ନାହୁଡ଼ିମାହା ଗ୍ରାମବାସି ଚେତାବନୀ ଦେଇଛନ୍ତି.| ଏହି ପରି ଭାବରେ କନ୍ଧମାଳ ଜ଼ିଲ୍ଲାର ବିଭିନ୍ନ ଅଂଚଳରେ ହେଉ ଥିବା ନିର୍ମାଣ କାମ ଅତି ନିମ୍ନ ମାନର ହେଉ ଥିବା ଅନେକ ସମୟରେ ଅଭିଯୋଗ ହେଉ ଥିଲେ ସୁଦ୍ଧା ପ୍ରଶାସନ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବା ସାଧାରଣରେ ମତ ପ୍ରକାଶ ପାଇଛି |

 

0
0
0
s2sdefault