ହେଡଲାଇନସ୍:

ଗଜପତି ୱାକର୍ସ କ୍ଲବ ପକ୍ଷରୁ  ୱାକିଂ ପ୍ରତିଯୋଗିତା ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି  ୱାକର୍ସ  କ୍ଲବ ପକ୍ଷରୁ  ୱାକିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ଛଅ ଘଣ୍ଟା ସମୟରେ ମହାରାଜଙ୍କ ରାଜମହଲ ସାମନା ଠାରୁ ଏହି  ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା  ଯୋଗ ଦେଇ ସବୁଜ ପତାକା ଦେଖାଇ ପ୍ରତିଯୋଗିତାକୁ  ଉଦ୍ ଘାଟନ କରିଥିଲେ।

 ଏଥିରେ  ୪୦ ବର୍ଷରୁ ୫୦ ବର୍ଷ ବୟସ ମଧ୍ୟରେ ଓ ଅନ୍ୟଟି ୫୦ବର୍ଷରୁ ଉର୍ଦ୍ଧ୍ବ ବୟସ  ଅନୁସାରେ ଏହି ପ୍ରତିଯୋଗିତା ଦୁଇଟି ବର୍ଗରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ୧୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗି ଅଂଶ ଗ୍ରହଣ କରିଥିଲେ। ପ୍ରାତଃ ଭ୍ରମଣ ସ୍ୱାସ୍ଥ୍ୟ ପକ୍ଷେ ହିତକରକ ଏବଂ ଏହାକୁ ସମସ୍ତେ ନିଜ ଦୈନିକ କାର୍ଯ୍ୟକ୍ରମରେ ସାମିଲ କରିବା ଆବଶ୍ୟକ ବୋଲି  ମୁଖ୍ୟ ଅତିଥି ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା ନିଜ ବକ୍ତବ୍ୟରେ କହିଥିଲେ। 

ଶେଷରେ ମୁଖ୍ୟ ଅତିଥି ଦୁଇଟି ବର୍ଗର ଛଅ ଜଣ ଚାମ୍ପିଆନଙ୍କ  ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ଯୋଗଗୁରୁ ଲଷ୍ମୀଚରଣ ପଟ୍ଟନାୟକଙ୍କୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।

ଆଗକୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ ଜାରି ରହିବ ବୋଲି କ୍ଲବ ପକ୍ଷରୁ କହିଥିଲେ। ଏହି କାର୍ଯ୍ୟକ୍ରମ ରେ ଭିଏସ୍ଏନ ରାଜୁ, ପୂର୍ବତନ ପାରଳା ବିଧାୟକ କେ.ସୂର୍ଯ୍ୟା ରାଓଙ୍କ  ସମେତ ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ |

 

0
0
0
s2sdefault