ହେଡଲାଇନସ୍:

ଦୟନୀୟ ସ୍ଥିତି ଦେଇ ଗତି କରୁଛି ଅଣ୍ଡା ଶିଳ୍ପ: ସମସ୍ୟା ସମାଧାନ ପାଇଁ କମିଟି ଗଠନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଏନ୍ଇସିସିର ଚାଷୀମାରଣ ନୀତି ଯୋଗୁଁ  ଅଣ୍ଡା ଚାଷୀ କ୍ଷତିଗ୍ରସ୍ତ 

ଭୁୁବନେଶ୍ୱର: ରାଜ୍ୟର ଅଣ୍ଡା ଶିଳ୍ପ (ଲେୟାର ଫ।ର୍ମ) ଗତ କିଛି ମାସ ଧରି ଅତ୍ୟନ୍ତ ଦୟନୀୟ ସ୍ଥିତି ଦେଇ ଗତି କରୁଥିଲାବେଳେ ଏହାର ସଳ ମୁକାବିଲା ପାଇଁ ଆଜି ରାଜ୍ୟର ସମସ୍ତ ଲେୟାର୍ ଫାର୍ମର ଭୁବନେଶ୍ୱରଠାରେ ଏକାଠି ହୋଇଛନ୍ତି । ଗତ କିଛି ମାସ ଧରି ଅଣ୍ଡା ଶିଳ୍ପରେ ଭୟଂକର ସ୍ଥିତି ଦେଖାଦେଇଛି । କୁକୁଡ଼ା ଖାଦ୍ୟ ଦର ଅତ୍ୟନ୍ତ ବୃଦ୍ଧି ପାଇଥିଲାବେଳେ ଅଣ୍ଡାର ଦର ଦିନକୁ ଦିନ କମିବାରେ ଲାଗିଛି । ଖାଉଟି ପୂର୍ବରୁ ଯେଉଁ ଦରରେ ଅଣ୍ଡା କିଣୁଥିଲା, ଏବେ ସେହି ଦରରେ ଅଣ୍ଡା କିଣୁଥିଲାବେଳେ ମଝିରେ ଟ୍ରେଡ଼ର ହିଁ ମାଲାମାଲ୍ ହେଉଛି । କିନ୍ତୁ କୁକୁଡ଼ା ଚାଷୀ (ଅଣ୍ଡା) ବହୁ କମ୍ ମୂଲ୍ୟ ପାଉଛି । ଅଣ୍ଡାର ଦର ନିର୍ଦ୍ଧାରଣ କରୁଥିବା ଏନ୍ଇସିସିର ଚାଷୀମାରଣ ନୀତି ଯୋଗୁଁ ଆଜି ଅଣ୍ଡା ଚାଷୀମାନେ ତାଙ୍କର ଫାର୍ମ ବନ୍ଦକରିବା ଅଥବା ଆତ୍ମହତ୍ୟା କରିବା ସ୍ଥିତିକୁ ଆସି ସାରିଲେଣି । ରାଜ୍ୟ ସରକାର ଅଣ୍ଡା ଶିଳ୍ପକୁ ପ୍ରୋତ୍ସାହନ ଦେବାପାଇଁ ସବସିଡ଼ିର ବ୍ୟବସ୍ଥା କରିଥିଲାବେଳେ ସେପଟେ ଏନ୍ଇସିସିର ଚାଷୀମାରଣ ନୀତି ତଥା ଖାଦ୍ୟ ଦର ବୃଦ୍ଧି ଅଣ୍ଡା ଶିଳ୍ପକୁ ବହୁ କ୍ଷତି ପହଞ୍ଚାଉଛି । 

ଏସବୁର ସମ୍ମିଳିତ ମୁକାବିଲା କରିବାପାଇଁ ଆଜି ଭୁବନେଶ୍ୱରଠାରେ ରାଜ୍ୟର ସମଗ୍ର ଅଣ୍ଡାଚାଷୀମାନେ ଏକାଠି ହୋଇଥିଲେ । ସେମାନେ ବୈଠକରେ ପ୍ରଥମେ  ନୂତନ ରାଜ୍ୟସ୍ତରୀୟ ଆସୋସିଏସନ୍ ଗଠନ କରିବା ସହ ଏହାର ନାମ “ଅଲ୍ ଓଡ଼ିଶା ଲେୟାର୍ ଫାର୍ମର୍ସ ଆସୋସିଏସନ୍” ଭାବେ ନାମକରଣ କରିଥିବା ଜଣାପଡ଼ିଛି । ଏହାର ଅଧ୍ୟକ୍ଷ ଭାବେ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜଙ୍କୁ ସର୍ବସମ୍ମତିକ୍ରମେ ମନେୀନୀତ କରାଯାଇଛି । ସଭାପତି ଭାବରେ ବି.ବି.ଚୌଧରୀ, ଉପସଭାପତି ଭାବେ ଦେବଦତ୍ତ  ବିଶ୍ୱାଳ, ସାଧାରଣ ସଂପାଦକ ଭାବେ ଏଲ୍. ସରୋଜ କୁମାର ପାତ୍ର, ଯୁଗ୍ମ ସଂପାଦକ ଭାବେ ବନ୍ଧନ ମହାନ୍ତି ଏବଂ କୋଷାଧ୍ୟକ୍ଷ ଭାବେ ସନ୍ତୋଷ ପାତ୍ରଙ୍କୁ ସର୍ବସମ୍ମତିକ୍ରମେ ମନେୀନୀତ କରାଯାଇଛି । ସେହିପରି ଆସୋସିଏସନର ପରାମର୍ଶଦାତା ଭାବେ ପ୍ରସନ୍ନ କୁମାର ବସ୍ତିଆ ଏବଂ ମଦନ ମୋହନ ରାଉତ ମନୋନୀତ ହୋଇଛନ୍ତି । ଖୁବ୍ ଶୀଘ୍ର ଏହି କମିଟି ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁସଂପଦ ମନ୍ତ୍ରୀ ଅରୁଣ କୁମାର ସାହୁଙ୍କୁ ଭେଟି ଚାଷୀଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିବାପାଇଁ ବୈଠକରେ ସ୍ଥିର କରାଯାଇଛି । ଏଥିସହ ଏନ୍ଇସିସିର ଅଧ୍ୟକ୍ଷା ନିଜ ବ୍ୟବସାୟିକ ସ୍ୱାର୍ଥ ରଖି କ୍ଷୁଦ୍ର ଅଣ୍ଡା ଚାଷୀମାରଣ ନୀତି ଧରିଥିବାରୁ ତାଙ୍କ କମ୍ପାନୀ ଭେଙ୍କିସ୍ଠାରୁ ଆଗକୁ କୌଣସି ଚିକ୍(ଚିଆଁ) ନନେବାକୁ ଏହି ବୈଠକରେ ସ୍ଥିର କରାଯାଇଥିଲା । ଏହି ବୈଠକରେ ସମଗ୍ର ଓଡ଼ିଶାର ପ୍ରାୟ ୮୦ରୁ ଉର୍ଧ୍ଵ  ଅଣ୍ଡା ଚାଷୀ ଯୋଗ ଦେଇଥିଲେ ।

0
0
0
s2sdefault