ହେଡଲାଇନସ୍:

ରେଢାଖୋଲରେ ଧରାପଡିଲେ ୫ ଆନ୍ତଃରାଜ୍ୟ ଡକାୟତ ,ବାକି ଦୁଇଜଣ ଫେରାର୍ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ଧରା ପଡିଲେ ୫ ଆନ୍ତଃରାଜ୍ୟ ଡକାୟତ | ସେମାନଙ୍କୁ ଗିରଫ କରିଛି ରେଢାଖୋଲ ବ୍ଲକ ଚାରମାଳ ଥାନା ପୋଲିସ I ଗ୍ୟାଙ୍ଗର ଅନ୍ୟ ଦୁଇଜଣ ସଦସ୍ୟ ଫେରାର ହୋଇଯାଇଛି I ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ସମ୍ବଲପୁର ଏସ୍ପି ସୂଚନା ଦେଇଛନ୍ତି I ୭ ଜଣିଆ ଡକାୟତ ଗ୍ୟାଙ୍ଗ ଜାତୀୟ ରାଜପଥରେ ବିଭିନ୍ନ ସମୟ ରେ ଲୁଟ ପାଟ କରୁଥିଲେ I

ଟାର୍ଗେଟ କରୁଥିଲେ ଜଙ୍ଗଲ ଓ ନିଛାଟିଆ ରାସ୍ତା ରେ ଟ୍ରକ ଓ ବାଇକ ଚାଳକଙ୍କୁ ଗତ ୧୧ ତାରିଖରେ ଚାରମାଳ ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଜଙ୍ଗଲ ନିକଟରେ ଏକ ଫାଇନାନ୍ସ କମ୍ପାନୀ କର୍ମଚାରି ଙ୍କ ଠାରୁ ୨୪ ହଜାର ରୁ ଅଧିକ ଟଙ୍କା ରୁ କରିଥିଲେ I ସମ୍ବଲପୁର ଏସ୍ପି ଙ୍କ ନିର୍ଦ୍ଦେଶରେ ଡକାୟତ ଗ୍ୟାଙ୍ଗ କୁ କାବୁ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରଯାଇଥିଲେ I ଅଭିଯୁକ୍ତ ଙ୍କ ନା ରେ ସମ୍ବଲପୁର ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲା ର ବିଭିନ୍ନ ଥାନାରେ ଏକ ଧିକ ସାମଲା ରହିଛି |

0
0
0
s2sdefault