ହେଡଲାଇନସ୍:

ଉଚ୍ଚ ମାନର ସିବିଜି ଉତ୍ପାଦନ ପ୍ରକଳ୍ପର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ହରିୟାନାର ଫରିଦାବାଦ୍ ଠାରେ କେନ୍ଦ୍ରମନ୍ତ୍ରୀ

 ଦୈନିକ ୫ ଟନ୍ କୃଷି ଓ ଅନ୍ୟାନ୍ୟ ଜୈବ ବର୍ଜ୍ୟରୁ ଉଚ୍ଚମାନର ସିବିଜି ପ୍ରସ୍ତୁତି କ୍ଷମତା

ଭୁବନେଶ୍ୱର– ହରିୟାନାର ଫରିଦାବାଦ ଠାରେ ଉଚ୍ଚ ମାନର କମ୍ପେ୍ରସଡ୍ ବାୟୋ ଗ୍ୟାସ୍ (ସିବିଜି) ଉତ୍ପାଦନ  ପ୍ରକଳ୍ପର ଶୁଭାରମ୍ଭ କରିବା ସହ ଇଣ୍ଡିଆନ୍ ଅଏଲ ର ଫରିଦାବାଦ୍ ସ୍ଥିତ ଅନୁସନ୍ଧାନ ଓ ବିକାଶ (ଆର ଆଣ୍ଡ ଡି) କେନ୍ଦ୍ରକୁ ବୁଲି ଦେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଫରିଦାବାଦ୍ ଠାରେ ଏହି ସିଏନଜି ଉତ୍ପାଦନ  ପ୍ରକଳ୍ପ ପ୍ରଥମ ଥର କରି କାର୍ଯ୍ୟକ୍ଷମ ହେବାସହ କୃଷି ଓ ଅନ୍ୟାନ୍ୟ ଜୈବ ବର୍ଜ୍ୟରୁ ଉଚ୍ଚମାନର ସିବିଜି ଉତ୍ପାଦନ  କେନ୍ଦ୍ର ।

ଏହି ପ୍ରକଳ୍ପରୁ ଉତ୍ପାଦିତ  ହୋଇଥିବା ପ୍ରଥମ ୨୫୦ କେଜି ସିବିଜି ବୋଝେଇ ଗାଡିକୁ ଫରିଦାବାଦ ସେକ୍ଟର -୭ ସ୍ଥିତ ଇସ୍କନର ମିଡ୍ ଡେ ମିଲ୍ ପ୍ରସ୍ତୁତ କେନ୍ଦ୍ରକୁ ପତାକା ଦେଖାଇ ଏହି ଗାଡିର ଯାତ୍ରାର ଶୁଭାରମ୍ଭ କରିଥିଲେ କେନ୍ଦ୍ରମନ୍ତ୍ରୀ  । ଇସ୍କନ ଦ୍ୱାରା ଦୈନିକ ପାଖାପାଖି ୬୦ହଜାର ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଉଛି ।

ଏହି ପ୍ରକଳ୍ପର ଶୁଭାରମ୍ଭ ପରେ ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ବର୍ଜ୍ୟବସ୍ତୁକୁ ଉର୍ଜ୍ଜା ସମ୍ପତିରେ ପରିଣତ କରିବାପାଇଁ ଦିଆଯାଇଥିବା ଆହ୍ୱାନର ଏହା ସଫଳ କ୍ରିୟାନ୍ୱୟନ । ଫରିଦାବାଦ୍ ସ୍ଥିତ ଏହି ପ୍ରକଳ୍ପ ଦୈନିକ ୫ ଟନ୍ ଜୈବ ବର୍ଜ୍ୟବସ୍ତୁକୁ ସିବିଜିରେ ପରିଣତ କରିବ ।

ଏହାଦ୍ୱାରା ଫରିଦାବାଦ୍ ର ଜୈବ ବର୍ଜ୍ୟ ପରିଚାଳନା ଓ ଉର୍ଜ୍ଜା ଆବଶ୍ୟକତାକୁ ପୂରଣ କରିବାପାଇଁ ସହାୟକ ହେବ । ଫରିଦାବାଦ୍ ଗସ୍ତ ଅବସରରେ ଏଠାରେ ଥିବା ଇଣ୍ଡିଆନ୍ ଅଏଲ୍ ର ଆର ଆଣ୍ଡ ଡି ପ୍ରତିଷ୍ଠାନକୁ ବୁଲି ଦେଖିଥିଲେ । ଏହି ଠାରେ ବିକଳ୍ପ ଉର୍ଜ୍ଜା ପ୍ରସ୍ତୁତି ବିଶେଷ ଭାବରେ ୨ଜି ଓ ୩ ଜି ଇଥାନଲ , ହାଇଡ୍ରୋଜେନ୍ ମିଶ୍ରିତ ସିଏନଜି , ହାଇଡ୍ରୋଜେନ୍ ଜାଳେଣି ତଥା ଭବିଷ୍ୟତର ନିରନ୍ତର ଅକ୍ଷୟ ଉର୍ଜ୍ଜା ପାଇଁ କାମରେ ଏହି ପ୍ରତିଷ୍ଠାତା ନିୟୋଜିତ  ।

ଆଇଓସିଏଲ୍ ଦ୍ୱାରା ଉର୍ଜ୍ଜା ନବଉନ୍ମେଷ ଓ ଗବେଷଣା କେନ୍ଦ୍ର ମାଧ୍ୟମରେ ନୂତନ ଉର୍ଜ୍ଜାର ବିକଳ୍ପ ସନ୍ଧାନରେ ଏକ ନୂତନ କେନ୍ଦ୍ର ପ୍ରତିଷ୍ଠାତା  ସହ ଯୁବ ବୈଜ୍ଞାନିକ ମାନଙ୍କର ନିୟୋଜନକୁ ଆଗକୁ ବଢାଉଥିବାରୁ ଶ୍ରୀ ପ୍ରଧାନ ଆଇଓସିଏଲ୍ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ । 

0
0
0
s2sdefault