ହେଡଲାଇନସ୍:

ନିଜର କଳା ଓ ସଂସ୍କୁତି ପାଇଁ ସମୟ ଦେବା ପ୍ରଶଂସନୀୟ-ଧର୍ମେନ୍ଦ୍ର ପ୍ରଧାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆଦିଲ୍ଲୀ/ଭୁବନେଶ୍ୱର -ବ୍ୟସ୍ତବହୁଳ ଜୀବନ ଭିତରୁ ନିଜର କଳା, ସଂସ୍କୁତି, ସଂସ୍କାରକୁ ନୂଆ ପୀଢିଙ୍କ ପାଖରେ ପହଁଚାଇବା ପ୍ରଂଶସନୀୟ କାମ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲ୍ଲୀଠାରେ ଜୁହାର ପରିବାର ପକ୍ଷରୁ ଆୟୋଜିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଆମର ସଂସ୍କୁତି ପରମ୍ପରାକୁ ଉଜ୍ଜିବୀତ କରିବା ପାଇଁ ଯେଉଁ କାମ ହୋଇଛି ତାହା ପ୍ରଶଂସନୀୟ ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଧୀରେଧୀରେ ଜୁହାର ପରିବାର ପ୍ରବାସୀ ପଶ୍ଚିମଓଡିଶା ଭାଇଭଉଣୀ ମାନଙ୍କ ପାଇଁ ଏକ ଜନ ଆନେ୍ଦାଳନରେ ପରିଣତ ହୋଇଗଲାଣୀ । ବେଙ୍ଗାଲୁର, ହାଇଦ୍ରାବାଦ ଠାରୁ ଆରମ୍ଭ କରି ଭାରତବର୍ଷ ଓ ବିଶ୍ୱର ସବୁ ଅଂଚଳରେ ନୂଆଖାଇ ଭେଟଘାଟ, ସାମାଜିକ ଏକତ୍ରୀକରଣ କାମ ଚାଲିଛି । ମହାପ୍ରଭୁ ଜଗନ୍ନାଥ, ମା ସମଲେଇ, ମାଣିକେଶ୍ୱରୀଙ୍କ ଆଶ୍ରିର୍ବାଦ ଯୋଗୁଁ ନୂଆଁଖାଇ ଜୁହାର ଆମର ସଂସ୍କୁତିକୁ ଉଜ୍ଜିବୀତ କରି ରଖିଛି ବୋଲି ସେ କହିଛନ୍ତି ।

0
0
0
s2sdefault