ହେଡଲାଇନସ୍:

ପେନାଗୋବେରି ଠାରେ ଦୁର୍ଘଟଣା ଗ୍ରସ୍ଥ ହେଲା ବାଇକ :୨ ମୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ. ଉଦୟଗିରି /ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଟୀକାବଲି ଥାନା ଅଧିନସ୍ଥ ବୁର୍ବିନାଜୁ ଠାରେ ଏକ ବାଇକ ଭାର ସାମ୍ୟ ହରାଇ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଦୁଇ ଜଣକ ମୃତ୍ୟୁ ଘଟି ଥିବା ବେଳେ ଜଣେ ଗୁରୁତର ଥିବା ଟିକାବାଲି ଥାନା ପୁଲିସ ସୂଚନା ଦେଇଛି । ମୃତ ଦୁଇଜଣ କୋଂଶ ପ୍ରଧାନ, ରିଙ୍କୁ ପ୍ରଧାନ ଏବଂ ଆହତ ଜଣକ ହେଲେ ସାଗର ପ୍ରଧାନ ବୋଲି ଟିକାବାଲି ଥାନାଧିକାରୀ ରେବତୀ ଶବର ସୂଚନା ଦେଇଛନ୍ତି । ଏ ଘଟଣାକୁ ନେଇ ଟିକାବାଲି ଥାନା ପୁଲିସ 93/2019 ନମ୍ବର ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳେଇ ଥିବା ଥାନାଧିକାରୀ ମତପ୍ରକାଶ କରିଛନ୍ତି । ଦୁର୍ଘଟଣା ଗ୍ରସ୍ଥ ବାଇକ OD-12C-2366 ହୋଇ ଥିବା ଥାନାଧିକାରୀ ରେବତୀ ଶବର କହି ଛନ୍ତି।

0
0
0
s2sdefault