ହେଡଲାଇନସ୍:

‘ଓଡ଼ିଶା ରାଜନୀତିର ନୀରବ ଚାଣକ୍ୟ, ବିଜୁ ନନ୍ଦନ ନବୀନ’ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ): ଦୀର୍ଘ ୨୩ ବର୍ଷ ଧରି ଓଡ଼ିଶା ରାଜନୀତିରେ ପାଦ ଦେଇ ନିଜର ଧୀଶକ୍ତି, ବୁଦ୍ଧି, ଚାଣକ୍ୟ ନୀତି ପ୍ରୟୋଗ କରି ରାଜ୍ୟ ଶାସନ କରି ଆସୁଥିବା ଦେଶର ଏକ ନମ୍ବର ତଥା ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ସହସ୍ର ପୁସ୍ତକର ରଚୟିତା କଳିଙ୍ଗରତ୍ନ ପଣ୍ଡିତ ଦୈତ୍ୟାରୀ ମହାପାତ୍ରଙ୍କ ଦ୍ୱାରା ରଚିତ ‘ଓଡ଼ିଶା ରାଜନୀତିର ନୀରବ ଚାଣକ୍ୟ, ବିଜୁ ନନ୍ଦନ ନବୀନ’ ପୁସ୍ତକକୁ ଓଡ଼ିଶାର ମାନ୍ୟବର ସଂସ୍କୃତି, ପର୍ଯ୍ୟଟନ, ଓଡ଼ିଆ ଭାଷା ସାହିତ୍ୟ ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଲୋକାର୍ପଣ କରିବା ସହିତ ଓଡ଼ିଶା ରାଜନୀତିର ଧୂରୀଣ ରାଜନୀତିଜ୍ଞ ହେଉଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି କହିଥିଲେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ସହିଦ ସ୍ମୃତି ଭବନ ଟାଉନ ହଲ ଠାରେ ଅନୁଷ୍ଠିତ  ରାଜ୍ୟ ସ୍ତରୀୟ ମେଘ ଉତ୍ସବକୁ ଉଦ୍ଘାଟନ କରିବା ସହିତ ବିଜୁ ନନ୍ଦନ ନବୀନ ପୁସ୍ତକ ଲୋକର୍ପଣ କରି ମାନ୍ୟବର ଅତିଥିଗଣ ନିଜ ନିଜର ମତ ରଖିଥିଲେ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭଦ୍ରକର ସାଂସଦ ମଞ୍ଜୁଲତା ମଣ୍ଡଳ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ମାନ୍ୟବର ବିଧାୟକ ସଂଜୀବ ମଲ୍ଲିକ, ମାନ୍ୟବର ବିଧାୟକ ଭଣ୍ଡାରିପୋଖରୀ ପ୍ରଫୁଲ୍ଲ ସାମଲ, ବିଜୁ ଜନତା ଦଳର ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ସଂସ୍କୃତି ନିଦେ୍ର୍ଧଶକ ବିଜୟ କୁମାର ନାୟକ, ଜିଲ୍ଲାପାଳ ଜ୍ଞାନ ଦଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ନିଜର ମତ ରଖିଥିଲେ । ଏହି ପୁସ୍ତକ ଜନସାଧାରଣଙ୍କ ନିମନ୍ତେ ଅତ୍ୟନ୍ତ ଉପାଦେୟ, ଏଥିରେ ନବୀନବାବୁଙ୍କ ଜୀବନୀ, ଜାତକ ବିଚାର, ବିଭିନ୍ନ ଯୋଜନା, ଓଡ଼ିଆ ପୁଅ ନବୀନ, ଅପ୍ରତିଦ୍ୱନ୍ଦୀ ନେତା ନବୀନ ଆଜି ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ସ୍ଥାନ ପାଇଛି । ଯାହା ପାଠକ ପାଠିକା,ଗବେଷକ ଗବେଷିକା, ଛାତ୍ରଛାତ୍ରୀ ତଥା ବୁଦ୍ଧିଜୀବି ମାନଙ୍କ ପାଇଁ ଏକ ଉପାଦେୟ ପୁସ୍ତକ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ନେହଲତା ପୃଷ୍ଟି ପରିଚାଳନା କରିଥିବା ବେଳେ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଚିବ ଡ. ବିଜୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ସେରଭ ନାୟକ, ମିତାଲି ଚିନାରା ଆଦି ବିଶିଷ୍ଟ କଣ୍ଠଶିଳ୍ପୀଙ୍କ ଦ୍ୱାରା ସଂଗୀତ ପରିବେଷଣ ପୂର୍ବ ଓଡ଼ିଶାର ବିଶିଷ୍ଟ ନୃତ୍ୟଶିଳ୍ପୀଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା ।

 

0
0
0
s2sdefault