ହେଡଲାଇନସ୍:

ବୋଷ ଡ୍ୟାନ୍ସ ଷ୍ଟୁଡିଓ ଉଦ୍ ଘାଟିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ବଡ଼ ବ୍ରାହ୍ମଣ ସାହି ଠାରେ ନୂତନ ଡ୍ୟାନ୍ସ ଷ୍ଟୁଡ଼ିଓ ଉଦ୍ ଘାଟିତ ହୋଇଯାଇଛି। ବିଚିତ୍ରା ନନ୍ଦ ବେବର୍ତାଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ମାନବିକ ଅଧିକାର ପରିଷଦର ସଭାପତି ଶିବ ନାରାୟଣ ପାତ୍ର ଯୋଗ ଦେଇ ଫିତା କାଟି ଡ୍ୟାନ୍ସ ଷ୍ଟୁଡ଼ିଓର ଶୁଭାରମ୍ଭ କରିଥିଲେ।

        ଅନ୍ୟ ମାନଙ୍କ ମଧ୍ୟରେ ମାନବିକ ଅଧିକାର ପରିଷଦ ସଦସ୍ୟ ରାୟଗଡା ଜିଲ୍ଲାର ସିଦ୍ଧାନ୍ତ ଦାଶ, ଗୁଣପୁର କିଡ୍ଜ଼ୀ ପ୍ଲେ ସ୍କୁଲ ଅଧ୍ୟକ୍ଷା ଲିଲି ସାହୁ,ସଂସ୍ଥାପକ ଏବଂ ନିର୍ଦ୍ଦେଶକ ବୋଷ ଡ୍ୟାନ୍ସ ଷ୍ଟୁଡ଼ିଓର ଆଲୋକ କୁମାର ବୋଷ ,ନୃତ୍ୟଗୁରୁ ରଞ୍ଜନ କୁମାର ମଞ୍ଚାସୀନ କରିଥିିଲେ।

       ଓଡ଼ିଆ ସଂସ୍କୃତି, ପବିତ୍ର ପରମ୍ପରାକୁ ସମ୍ମାନ ଦେଇ ଆମ ଗଜପତି ଜିଲ୍ଲାର ସବୁ ବର୍ଗର ନୃତ୍ୟ ଶିଳ୍ପୀଙ୍କୁ ଶିକ୍ଷା ତାଲିମ ଦେବା ସହ ଗଜପତି ଜିଲ୍ଲାର ଲୁକ୍କାୟିତ ପ୍ରତିଭା ମାନଙ୍କୁ ବାହାରକରି ଏକ ମଞ୍ଚ ଦେବା ଏହି ଅନୁଷ୍ଠାନର ମୁଖ୍ୟ ଉଦ୍ଦେଶ୍ୟ  ବୋଲି କହିଥିଲେ ମଞ୍ଚାସୀନ ଅତିଥି ମାନେ। 

      ସଭା କାର୍ଯ୍ୟ ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶୀ ଓ ଆଧୁନିକ ନୃତ୍ୟ ପରିବେଷଣ କରାଯାଇଥିବା ବେଳେ କିଛି ନୂତନ ଛାତ୍ର ଛାତ୍ରୀ ନାମ ପଞ୍ଜିକୃତ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ସୁନୀଲ କୁମାର ପଟ୍ଟନାୟକଙ୍କ ସମେତ କିଡ୍ଜ଼ୀ ପ୍ଲେ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ପରିଚଳନାରେ ସହଯୋଗ କରିଥିଲେ।

0
0
0
s2sdefault