ହେଡଲାଇନସ୍:

ମାଉସୀଘରେ ଝିଆରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜୁନାଗଡ଼(ଆଦିତ୍ୟ ମହାନ୍ତି)  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଭଇଁରିଗୁଡା ଗ୍ରାମରେ ମାଉସୀଘରେ  ଝିଆରୀଙ୍କ ଆତ୍ମହତ୍ୟା କରିବା ଘଟଣା ଏଠାରେ ଛାଞ୍ଚଲ୍ୟ ଖେଳିଯାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଜୁନାଗଡ଼ ସହରସ୍ଥିତ ମଦଭାଟି ପଡାର କପରୁଚନ ବେଶ୍ରାଙ୍କ ଝିଅ ବବି ବେଶ୍ରା(୧୬) ତିନି କିଲୋମିଟର ଦୂର ଭଇଁରିଗୁଡା ଗ୍ରାମର  ମଉସା ଜଳନ୍ଧର ଦୁର୍ଗା ଓ ମାଉସୀ ରାହାସ ଦୁର୍ଗାଙ୍କ ଘରକୁ ଗତ ତିନି ମାସ ଧରି  ଆସି ରହୁଥିଲେ ।  ମାଉସୀ ପରିବାର କାମଧନ୍ଦା ଅନ୍ୱେଷଣରେ ଯାଇଥିବା ବେଳେ କlଲି ଘରେ କେହି ନଥିବା ବେଳେ ବବି ବେକରେ ଓଢ଼ଣି ଦେଇ ଆତ୍ମହତ୍ୟା କରିଥିଲେ । ଅପରାହ୍ନରେ ପରିବାର ଲୋକେ ଘରକୁ ଆସିବା ପରେ ବବି ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ପରେ ଝିଅ ପରିବାରକୁ ଖବର ଦେବା ପରେ ଆତ୍ମହତ୍ୟା କରିଥିବା ନେଇ ଜୁନାଗଡ଼ ଥାନାରେ ଅଭିଯୋଗ କରିଥିଲେ । ରାତି ହୋଇଥିବା ଯୋଗୁଁ  ଆଜି  ଯାଇ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ କରାଯାଇ ଛି. ଜୁନାଗଡ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରିରହିଥିବା ପ୍ରକାଶ | 

 

0
0
0
s2sdefault