ହେଡଲାଇନସ୍:

ମରଣ ବି ଏମିତି ଆସେ !!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅନନ୍ତପୂଜା ଦେଖିବା ବାକି ରହିଲା...ମାଟି କାନ୍ଥରେ ଚାପି ଦେଲା 

ମେଲଛାମୁଣ୍ଡା (ମନୋଜ ଭୋଇ)- ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ପେଟୁପାଲି ଗ୍ରାମରେ ଶୁକ୍ରବାର ସଂଧ୍ୟାରେ ଏକ ଦୁଃଖଦ ଘଟଣା ଘଟି ଯାଇଛି । ଗାଁ ଦାଣ୍ଡରେ ଯାଉଥିବା ବେଳେ ଅଚାନକ ଏକ ଘରର ମାଟି କାନ୍ଥ ଭୂଷୁଡି ପଡିବାରୁ ରାସ୍ତାରେ ଯାଉଥିବା ଲୋକ ଜଣକ ଚାପି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ଘଟି ଯାଇଛି । ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନାନୂସାରେ ପେଟୁପାଲି ଗ୍ରାମର ହରିହର ରୋହିଦାସର ପୁଅ ଶୁକୃ ରୋହିଦାସ(୪୦) ସଂଧ୍ୟାରେ ଗ୍ରାମରେ ଚାଲିଥିବା ଅନନ୍ତ ପୂଜା ଦେଖିବା ପାଇଁ ଗାଁ ଦାଣ୍ଡରେ ଚାଲି ଚାଲି ଆସୁଥିବା ସମୟରେ ଅଚାନକ ଭାବେ ରଘୁ ରୋହିଦାସଙ୍କ ଘରର ମାଟି କାନ୍ଥଟି ଭୁଶୁଡି ରାସ୍ତା ଉପରେ ପଡିଯାଇଥିଲା । ର୍ଦୁଭାଗ୍ୟବସତଃ କାନ୍ଥ ପାଖ ଦେଇ ଯାଉଥିବା ଶୁକୃ ରୋହିଦାସର ଉପରେ ପଡିଯିବା ଦ୍ୱାରା କାନ୍ଥର ଚାପରେ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଆଖ ପାଖ ଲୋକ ଘଟଣାସ୍ଥଳକୁ ଦଉଡି ଆସି କାନ୍ଥ କାଢି ଶୁକୃକୁ ଉଦ୍ଧାର କରିବା ପୂର୍ବରୁ ପ୍ରାଣ ବାୟୁ ଉଡିସାରିଥିଲା । ଖବର ପାଇ ମେଲଛାମୁଣ୍ଡା ପୁଲିସ ଘଟଣା ସ୍ଥଳରେ ପହଂଚି ଶବଟିକୁ ଜବତ କରିବା ସହ ପଂଚନାମା କରି ଶବ ବ୍ୟବଛେଦ ପାଇଁ ପଦ୍ମପୁରକୁ ପଠାଇ ଦେଇଛନ୍ତି । ଏ ନେଇ ମେଲଛାମୁଣ୍ଡା ଥାନାରେ ୟୁଡି କେସ ନଂ ୧୪/୧୯ରେ ଏକ ମାମଲା ରୁଜୁ କରି ଏସଆଇ ପ୍ରମୋଦ ସାହୁ ଘଟଣାର ତଦନ୍ତ କରୁଛନ୍ତି । ଶୁକ୍ରବାର ଶବ ପହଂଚିଲା ସମୟରେ ରାତ୍ର ହୋଇଯାଇଥିବାରୁ ଶବଟିକୁ ଶବ ଗୃହରେ ରଖାଯାଇଛି । ଶନିବାର ସକାଳେ ଶବଟିର ବ୍ୟବଛେଦ କରାଗଲା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ତଦନ୍ତକାରୀ ଅଫିସର ସୂଚନା ଦେଇଛନ୍ତି । ପ୍ରକାଶ ଯୋଗ୍ୟ ଯେ ଶୁକୃ ରୋହିଦାସ ଜଣେ ଅତି ଗରିବ ଶ୍ରେଣୀର ଲୋକ ଥିଲା । ଦିନ ମଜୁରିଆ ଭାବେ କାମ କରି ତାଙ୍କ ସ୍ତ୍ରୀ, ବୁଢା ବାପା ଏବଂ ଗୋଟିଏ ପୁଅ, ଝିଅକୁ ପୋଷୁଥିଲା । କାମିକା ଲୋକର ମୃତ୍ୟୁ ଘଟିଥିବାରୁ ତାର ଘର ପ୍ରତି ସରକାରଙ୍କ ଦୃଷ୍ଟି ପଡିବା ପାଇଁ ବୁଦ୍ଧିଜୀବି ମହଳରେ ଦାବୀ ହୋଇଛି । 

 

0
0
0
s2sdefault