ହେଡଲାଇନସ୍:

କିଏ କଲେ ଲୀଳା, କାହା ପାଇଁ ହେଲା କିଳା !!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସ୍ତ୍ରୀଙ୍କୁ ପରକୀୟା ପ୍ରୀତି ବେଳେ ରେଡ଼ ହ୍ୟାଣ୍ଡ ଧରି ନାମ ନେଲେ ସ୍ୱାମୀ

ପତ୍ନୀଙ୍କ ପ୍ରେମିକକୁ ଆକ୍ରମଣ ଅଭିଯୋଗରେ ମାମଲା

ଚିକିତ୍ସିତ ହେଉଛନ୍ତି ଆହତ ମହିଳା ଏବଂ ପ୍ରେମିକ

କନ୍ଧମାଳ : କନ୍ଧମାଳ ଜ଼ିଲ୍ଲା ଘୁ.ଉଦୟଗିରି ବ୍ଲକ ଅଧୀନସ୍ଥ ମାଲିକାପରି ଗ୍ରାମ ପଞ୍ଚାୟତର କୋଟାବାଲି ଗ୍ରାମ ଠାରେ ଗତ 12 ତାରିଖରେ ଏହି ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଛି । ସ୍ତ୍ରୀର ପରକୀୟ ପ୍ରୀତି ସ୍ୱାମୀ ପାଇଁ କାଳ ହୋଇଛି । ସ୍ତ୍ରୀଙ୍କର ପରକୀୟ ପ୍ରୀତି ପାଇଁ ବର୍ତ୍ତମାନ ସ୍ୱାମୀ ନାମରେ ଘୁ. ଉଦୟଗିରି ଥାନାରେ ମାମଲା ରୁଜୁ ହୋଇ ଥିବା ସୂଚନା ମିଳିଛି ।

ପ୍ରାପ୍ତ ସୂଚନା ଅନୁସାରେ ମାଲିକାପଡି ଗ୍ରାମ ପଞ୍ଚାୟତ କୋଟାବାଲି ଗ୍ରାମର ଅଶୋକ ପ୍ରଧାନ ସିରିକି ଗ୍ରାମରେ ପ୍ରାୟ 12 ବର୍ଷ ପୂର୍ବେ ବିବାହ କରି ଥିଲେ । ତାଙ୍କର ତିନୋଟି ସନ୍ତାନ ଅଛନ୍ତି । ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବା ପାଇଁ ଯାଇ ଥିଲେ ଅଶୋକ ।ଏତିକି ବେଳେ ତାଙ୍କ ସ୍ତ୍ରୀଙ୍କ ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଉଠି ଥିଲା । ଏ ପ୍ରେମ ଲୀଳା ଦାଣ୍ଡରେ ଗଡି ହାଟରେ ପଡୁଥିଲେ ବି ଅଶୋକ କିନ୍ତୁ ବିଶ୍ୱାସ କରୁନ ଥିଲେ।  ହେଲେ କିଛି  ପ୍ରମାଣ ପାଇବା  ପରେ ସ୍ତ୍ରୀ ଏବଂ ସ୍ତ୍ରୀଙ୍କ ପ୍ରେମିକଙ୍କୁ ନିବୃତ ରହିଵା ପାଇଁ ବୁଝାସୁଝା ବାରମ୍ବାର କରୁଥିଲେ ।  ହେଲେ ମହିଳା ଜଣକ ସ୍ୱାମୀଙ୍କ କଥାକୁ କର୍ଣ୍ଣପାତ ନକରି ଯୁବକଙ୍କ ସହ ତାଙ୍କର କୌଣସି ପ୍ରେମ ସମ୍ପର୍କ ନଥିବା ଦର୍ଶେଇ ମିଳାମିଶା କରୁଥିଲେ ।  ଅଶୋକ କେରଳରେ ଥିବା ସମୟରେ ତାଙ୍କ ସ୍ତ୍ରୀଙ୍କୁ ଉକ୍ତ ଯୁବକ ଜଣକ ଏକ ମୋବାଇଲ ଦେବା ସହ ଅଟୋରେ ରୀତିମତ ଘରକୁ ନେବା ଆଣିବା କରନ୍ତି । ମହିଳା ଜଣକ ତାଙ୍କ ସହ ବହୁତ ଦିନ ହେବ ଭଲରେ କଥା ମଧ୍ୟ ହେଉ ନ ଥିବା ଅଶୋକ କହି ଛନ୍ତି ।

ହେଲେ ଘଟଣାର ପର୍ଦ୍ଧାଫାଶ କରିବା ପାଇଁ ଅଶୋକ 11 ତାରୀଖରେ କେରଳରୁ ଘୁ. ଉଦୟଗିରି ସ୍ଥିତ କୋଟାବାଲି ବାସଭବନରେ ରାତ୍ରିରେ ପହଁଚି ଥିଲେ । ଏହି ସମୟରେ ତାଙ୍କ ସ୍ତ୍ରୀ ପ୍ରେମିକଙ୍କ ସହ ଘର ଭିତରେ ଥିବା ଜାଣିବାକୁ ପାଇଥିଲେ ଏବଂ କୌଶଳ କ୍ରମେ କବାଟ ଖୋଲି ଘର ଭିତରେ ପଶି ଥିଲେ । ଏତିକି ବେଳେ ତାଙ୍କ ସ୍ତ୍ରୀ ପ୍ରେମିକଙ୍କ ସହ ଅସଞ୍ଜତ ଅବସ୍ଥାରେ ଶୋଇଥିବା ଦେଖିବାକୁ ପାଇଥିଲେ । ଏହି ସମୟରେ ହଠାତ ଯୁବକ ଜଣକ ଅଶୋକଙ୍କୁ ଶାବଳରେ ମରଣାନ୍ତକ ଆକ୍ରମଣ କରିଥିଲେ । ନିଜକୁ ସୁରକ୍ଷା ଦେବାକୁ ଯାଇ ଯୁବକ ଅଶୋକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇ ଥିଲା । ଏହି ଲଢେଇରେ ଅଶୋକ ତାଙ୍କ ସ୍ତ୍ରୀ ଏବଂ ସ୍ତ୍ରୀଙ୍କ ପ୍ରେମିକ ଗୁରୁତର ଆହତ ହୋଇ ଥିଲେ । ଶେଷରେ ନିଜ ଜୀବନକୁ ବଞ୍ଚେଇବା ପାଇଁ ଅଶୋକ କୌଶଳ କ୍ରମେ ଘର ଭିତରୁ ବାହାରି ଗ୍ରାମ ଲୋକଙ୍କୁ ଡାକ ପକାଇ ଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି । ଖବର ପ୍ରଚାର ହେବା ପରେ ଗ୍ରାମ ଲୋକ ଜମା ହେବା ସହ ମହିଳା ଏବଂ ମହିଳାଙ୍କ ପ୍ରେମିକକୁ ଅଟକ ରଖି ଘୁ. ଉଦୟଗିରି ପୁଲିସକୁ ବିଳମ୍ବିତ ରାତି 2ଟା ସମୟରେ ଖବର ଦେଇ ଥିଲେ । ପୁଲିସ ଖବର ପାଇ 12 ତାରିଖ ସକାଳ ପାଖାପାଖି 10 ଘଣ୍ଟା ସମୟରେ କୋଟାବାଲି ଗ୍ରାମକୁ ଯାଇ ମହିଳା ଏବଂ ମହିଳାଙ୍କ ପ୍ରେମିକକୁ ଆହତ ଅବସ୍ଥାରେ ଉଦ୍ଧାର କରିବା ସହ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏହି ଘଟଣାକୁ ନେଇ ଅଶୋକ ପ୍ରଧାନ ଥାନାରେ ଲଖିତ ଅଭିଯୋଗ କରି ଥିଲେ । ଏହା ପରେ ଆହତ ଯୁବକଙ୍କ ପରିବାର ପକ୍ଷରୁ ମଧ୍ୟ ଅଶୋକ ପ୍ରଧାନ ଏବଂ ଅନ୍ୟ ଦୁଇ ସହଯୋଗୀଙ୍କ ବିରୋଧରେ ମରାଣାନ୍ତକ ଆକ୍ରମଣ କରିଥିବା ଦର୍ଶେଇ ଏକ ଅଭିଯୋଗ ପତ୍ର ଦାଖଲ କରିଥିଲେ । ଘୁ. ଉଦୟଗିରି ଥାନା ପୁଲିସ ମହିଳାଙ୍କ ପ୍ରେମିକଙ୍କ ପରିବାରର  ଅଭିଯୋଗକୁ ଆଧାର କରି ଅଶୋକ ପ୍ରଧାନ ଏବଂ ଅନ୍ୟ ଦୁଇ ସହଯୋଗୀଙ୍କ ବିରୋଧରେ ଦଫା 325, 323, 342, 307,34 ଆଇପିସି 109/2019ରେ ଏକ ମାମଲା ରୁଜୁ କରିଥିବା ସହ ଘଟଣାର ତଦନ୍ତ ଚାଲି ଥିବା ଥାନାଧିକାରି ଚିତ୍ତରଞ୍ଜନ ବେହେରା ସୂଚନା ଦେଇଛନ୍ତି । ବର୍ତ୍ତମାନ ମହିଳା ଜଣକ ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଯୁବକ ଜଣକ ବ୍ରହ୍ମପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉ ଥିବା ପୁଲିସ ସୂଚନା ଦେଇଛି ।

ପୁଲିସର କାର୍ଯ୍ୟାନୁଷ୍ଟାନ ଏବେ ଅଂଚଳରେ ଆଲୋଚନାର ବିଷୟ ପାଲଟିଛି । ପୁଲିସ ଉଭୟ ପକ୍ଷରୁ ଅଭିଯୋଗ ପତ୍ର ଗ୍ରହଣ କଲା ।  କେଉଁ ଆଧାରରେ କେବଳ ଅଶୋକ ପ୍ରଧାନଙ୍କ  ବିରୋଧରେ ମାମଲା ରୁଜୁ କଲା । ଯଦି ମାମଲା ରୁଜୁ କଲା ଦୁଇଟି ଅଭିଯୋଗ ପତ୍ରକୁ ଆଧାର କରି ଉଭୟଙ୍କ ବିରୋଧରେ ମାମଲା ରୁଜୁ କରି ଥାନ୍ତା ବୋଲି କୋଟାବାଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ଏହା ପୁଲିସର ଟାଳଟୁଳ ନୀତି ବୋଲି ଗ୍ରାମବାସୀ ଉଦବେଗ ପ୍ରକାଶ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି | 

ଯେହେତୁ ଯୁବକ ଜଣକ ଗୁରୁତର ଆହତ ଅଛନ୍ତି ...ଯଦି  ଆହତ ଯୁବକ ଜଣକ ମହିଳାଙ୍କ ପ୍ରତି କୌଣସି ଖରାପ କାମ କରୁ ଥିଲେ, ତାହେଲେ ଯୁବକଙ୍କୁ କାବୁ କରି ପୁଲିସର ଜିମା ଦେବା ଆବଶ୍ୟକ ଥିଲା । ଯୁବକ ଏବଂ ମହିଳାଙ୍କ ଗୁରୁତର ଆହତ ଅବସ୍ଥାରେ ପୁଲିସ ଉଦ୍ଧାର କରି ଥିଲା । ତେଣୁ ଆହତଙ୍କ ଅଭିଯୋଗକୁ ଆଧାର କରି ମହିଳାଙ୍କ ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରାଗଲା ବୋଲି ଘୁ. ଉଦୟଗିରି ଥାନାଧି କରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।

0
0
0
s2sdefault