ହେଡଲାଇନସ୍:

ଦୁର୍ଗାପୂଜାରେ ଜମିବ ରାବଣ ଦରବାର : ଅନୁଷ୍ଠିତ ହେଲା  କଳାକାର ବରଣ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଗାଇସିଲେଟ/ କେଦାର ନାଥ ସାହୁ :ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟଠାରେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ଦୁର୍ଗାପୂଜାରେ ରାବଣ ଦରବାର ପାଇଁ କଳାକାର ବରଣ ବିଧିବଦ୍ଧ ଭାବରେ ଅନୁଷ୍ଠିତ ହୋଇଯାଇଛି। ରାବଣ ଭୂମିକାରେ ରାଜ ମୁକୁଟ ପିନ୍ଧି ରାଜତ୍ଵ କରିବା ପାଇଁ ତାଲପାଲି ଗ୍ରାମର ଦୋଳଗୋବିନ୍ଦ ସାହୁ ଏବଂ ମହାମନ୍ତ୍ରୀ ଭୂମିକାରେ ଅଭିନୟ କରିବାପାଇଁ ଅଇଁଲାଭଟା ଗ୍ରାମର ନାରାୟଣ ସାହୁଙ୍କୁ ଚୟନ କରିବା ସହିତ କମିଟି ପକ୍ଷରୁ ବରଣ କରାଯାଇଥିଲା। ଗାଇସିଲେଟ ଦୁର୍ଗାପୂଜା କମିଟିର ସଦସ୍ୟ ମାନେ ତାଲପାଲି ପହଞ୍ଚିବାପରେ ତାଙ୍କୁ ସ୍ବାଗତ କରାଯାଇ ଅତିଥି ସତ୍କାର କରାଯାଇଥିଲା।ପରେ ତାଲପାଲି ଶିବମନ୍ଦିରରେ ପୂଜାର୍ଚନାପରେ ମନ୍ଦିର ପ୍ରାଙ୍ଗଣରେ ରାବଣ ଭୂମିକା ପାଇଁ ପ୍ରସିଦ୍ଧ ମଞ୍ଚ କଳାକାର ଦୋଲଗୋବିନ୍ଦ ସାହୁ ଏବଂ ମହାମନ୍ତ୍ରୀ ଭୂମିକା ପାଇଁ  ନାରାୟଣ ସାହୁଙ୍କୁ କମିଟିର ସଭାପତି ଭାରତ ଦାସ ପୁଷ୍ପମାଲ୍ଯ ଏବଂ ନଡିଆ ଦେଇ ବରଣ କରିଥିଲେ। ରାବଣ ବରଣ ପାଇଁ କମିଟିର ସଭାପତି ସମେତ ସଂପାଦକ ସମୀର ସାହୁ,କୋଷାଧ୍ୟକ୍ଷ ପୁରୁଷତ୍ତମ ସାହୁ ଏବଂ ସଭ୍ୟ ମାନଙ୍କ ମଧ୍ୟରୁ ଶାଶ୍ବତ ଯୋଷୀ,ଅଜିତ ପଣ୍ଡା,ନିରଥ କାଳୁ,ରାତୁ ତାଣ୍ଡି,ରୋହିତ ପୁରୋହିତ ,ପ୍ରେମା ସାହୁ, ସୋନୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।ଚଳିତ ବର୍ଷ ଗାଇସିଲେଟକୁ ଦିର୍ଘ ତିନି ଦିନ ପାଇଁ ଲଙ୍କାଗଡରେ ପରିବର୍ତ୍ତନ କରି ରାଜ ସିଂହାସନରେ ବିରାଜମାନ ହବାକୁ ଯାଉଥିବା ଦୋଲଗୋବିନ୍ଦ ସାହୁ ଜଣେ ଉଚ୍ଚ କୋଟିର ମଞ୍ଚ କଳାକାର ଅଟନ୍ତି।ଦୀର୍ଘ ୧୮  ବର୍ଷ ଧରି ସେ ବିଭିନ୍ନ ମଞ୍ଚରେ ରାବଣ ଓ କଂସ ଭୂମିକାରେ ଅଭିନୟକରି ପ୍ରସିଦ୍ଧିଲାଭ କରିଛନ୍ତି।

0
0
0
s2sdefault