ହେଡଲାଇନସ୍:

ଫନିରେ ଉଜୁଡ଼ିଥିବା ଶକ୍ତି ଭିତ୍ତିଭୂମି ସଜାଡ଼ିବା ପାଇଁ କୋଲ ଇଣ୍ଡିଆ ବଢା଼ଇଲା ସହାୟତାର ହାତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଭୁବନେଶ୍ବର (Shasak Prashasak ) ବାତ୍ୟା ଫନି ଯୋଗୁଁ ରାଜ୍ୟର ବିଭିନ୍ନ ଅଂଚଳରେ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଶକ୍ତି ଭିତ୍ତିଭୂମୀର ପୁନର୍ବିନ୍ୟାସ କରିବା ପାଇଁ କୋଲ ଇଣ୍ଡିଆ ବଢ଼ାଇଛି ସହାୟତାର ହାତ | ଏଥି ପାଇଁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓସଡମା)କୁ  ୫୦.୩୨  କୋଟି ଟଙ୍କାର ସହାୟତା ପ୍ରଦାନ କରିଛି | କୋଇଲା ମନ୍ତ୍ରଣାଳୟର ସଚିବ ସୁମନ୍ତ ଚୌଧୁରୀ  ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଏହି ସହାୟତା ରାଶି ଅର୍ପଣ କରିଛନ୍ତି । ରାଜ୍ୟ ସରକାରଙ୍କ ଶକ୍ତି ବିଭାଗର ଓପିଟିସିଏଲ ଜରିଆରେ ଏହି ପ୍ରସ୍ତାବିତ ପୁନରୁଦ୍ଧାର କାର୍ଯ୍ୟ କରାଯିବ । ପୁରୀ, ଭୁବନେଶ୍ବର, କଟକ ଓ କୋଲ ଇଣ୍ଡିଆର କାର୍ଯ୍ୟ କ୍ଷେତ୍ର ମଧ୍ୟରେ ଥିବା ଅଞ୍ଚଳଗୁଡିକରେ ଶକ୍ତି ଭିତ୍ତିଭୂମୀର ଉନ୍ନତି ପାଇଁ 3ଟି 220 କେଭି ଓ ଦୁଇଟି 132 କେଭି ବିଦ୍ୟୁତ ସରବରାହ ଲାଇନ ସ୍ଥାପନ କରାଯିବ ବୋଲି ଜଣାପଡିଛି |  

 ଆଜି ଏହି ସହାୟତା ରାଶି ପ୍ରଦାନ ଅବସରରେ ମୁଖ୍ୟ ଶାସନ ସବିବ ଅସିତ ତ୍ରିପାଠୀ, କୋଇଲା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଆଶିଷ ଉପାଧ୍ୟାୟ, ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା, ଓଡିଶା ଶକ୍ତି ସଚିବ ବିଷ୍ଣୁପଦ ସେଠୀ , କୋଲ ଇଣ୍ଡିଆର ଅଧ୍ୟକ୍ଷ ଏ.କେ. ଝା, ଏବଂ ମହାନଦୀ କୋଲଫିଲ୍ଡସ ଲିମିଟେଡର ସିଏମଡି  ବି.ଏନ. ଶୁକ୍ଳା ଉପସ୍ଥିତ ଥିଲେ ।

0
0
0
s2sdefault