ହେଡଲାଇନସ୍:

ଖୁବ୍ ଶୀଘ୍ର ରାଜ୍ୟରେ ଏକ ନୂତନ ସଂସ୍କୃତି ଓ ଐତିହ୍ୟ ନୀତି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ିଶା ସଂସ୍କୃତି ଓ ଐତିହ୍ୟ ନୀତି ପ୍ରଣୟନ ନିମନ୍ତେ ବୈଠକ

ଭୁବନେଶ୍ୱର: ରାଜ୍ୟ ସଂସ୍କୃତି ଓ ଐତିହ୍ୟ ନୀତି ପ୍ରଣୟନ ଉଦ୍ଦେଶ୍ୟରେ ଏକ ବୈଠକ ସ୍ଥାନୀୟ ଅଭିଲେଖାଗାରଠାରେ ଅନୁଷ୍ଠିତ ହୋଇଯାଇଛିା ଖୁବ୍ ଶୀଘ୍ର ରାଜ୍ୟରେ ଏକ ନୂତନ ସଂସ୍କୃତି ଓ ଐତିହ୍ୟ ନୀତି କାର୍ଯ୍ୟକାରୀ ହେବାକୁ ଥିବା ପରିପ୍ରେକ୍ଷୀରେ ବୈଠକରେ ବ୍ୟାପକ ଆଲୋଚନା ହୋଇଥିଲାା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ବୈଠକରେ ଅଧ୍ୟକ୍ଷତା କରି ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ ସାଂସ୍କୃତିକ ସଂପଦର ସୁରକ୍ଷା ତଥା ଆନ୍ତର୍ଜାତିକ ସ୍ତରରେ ଆଦୃତିକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ନୀତିରେ ବିଭିନ୍ନ ବ୍ୟବସ୍ଥା ରହିବ ବୋଲି ଉଲ୍ଲେଖ କରିଥିଲୋ ଏହି ନୀତିରେ ଭବିଷ୍ୟତ ଦୃଷ୍ଟି, ଲକ୍ଷ୍ୟ ଓ ଆଭିମୁଖ୍ୟ, କଳା-ସଂଗୀତ ଓ ସାଂସ୍କୃତିକ ପର୍ଯ୍ୟଟନ ସଂପର୍କିତ ଗବେଷଣା ତଥା ଶିକ୍ଷା, ପାଠାଗାର ଆନ୍ଦୋଳନ, ପ୍ରତ୍ନତତ୍ତ୍ୱ -ଅଭିଲେଖ-ଭାଷା ଓ ସାହିତ୍ୟର ଗବେଷଣା ଏବଂ ଅଭିବୃଦ୍ଧି, ଶିଳ୍ପୀ ତଥା କଳାକାରମାନଙ୍କ ନିମନ୍ତେ କଲ୍ୟାଣକାରୀ କାର୍ଯ୍ୟକ୍ରମ, ଆଞ୍ଚଳିକ ସାଂସ୍କୃତିକ କେନ୍ଦ୍ର ପ୍ରତିଷ୍ଠା, ପାରମ୍ପରିକ ନାଟ୍ୟକଳା-ମଂଚ-ସଂଗୀତ-ନୃତ୍ୟ ଇତ୍ୟାଦିର ବିକାଶ ବାବଦରେ ସବିଶେଷ ଉଲ୍ଲେଖ ରହିବ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଥିଲୋ

ବୈଠକରେ ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ କୁମାର ନାୟକ, ବିଶିଷ୍ଟ ଗବେଷକ ଓ ବିଦ୍ୱାନ ପ୍ରଫେସର ରାଜକିଶୋର ମିଶ୍ର, ସଂସ୍କୃତି ବିଭାଗର ପ୍ରାକ୍ତନ ଯୁଗ୍ମନିର୍ଦ୍ଦେଶକ ଡ. ମହେଶ ପ୍ରସାଦ ଦାସ, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ସଂଜୟ ଆଚାର୍ଯ୍ୟ, ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ. ଜୟନ୍ତୀ ରଥ, ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ତମସାରାଣୀ ଦାସମହାପାତ୍ର, ଶ୍ରୀ ଆଦିତ୍ୟ ମହାପାତ୍ର, ରାଜ୍ୟ ଅଭିଲେଖାଗାର ଅଧୀକ୍ଷକ ସୁଚିସ୍ମିତା ମନ୍ତ୍ରୀ ଓ ବିଭାଗର ଉପଶାସନ ସଚିବ ଶ୍ରୀ ବି.ବି. ପାତ୍ର ଉପସ୍ଥିତ ଥିଲୋ 

0
0
0
s2sdefault