ହେଡଲାଇନସ୍:

ଆଦିବାସୀ  ବହୁଳ କେରାଣ୍ଡି ଗ୍ରାମରେ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ ବ୍ଲକର ପାହାଡିଆ ଅଞ୍ଚଳରେ ଥିବା ଆଦିବାସୀ  ବହୁଳ କେରାଣ୍ଡି ଗ୍ରାମ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ  ପରିସରରେ "ରିଏଲସ" ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

       ଏହି ସ୍ବାସ୍ଥ୍ୟ ଚିକିତ୍ସା ଶିବିର କାର୍ଯ୍ୟକ୍ରମରେ  ଅବସର ପ୍ରାପ୍ତ ଡାକ୍ତର ଗୁପ୍ତା ବାବୁ ଯୋଗଦେଇ ବିଭିନ୍ନ ରୋଗର ପରୀକ୍ଷା ଓ ଚିକିତ୍ସା କରିଥିଲେ ।

     ମୁଖ୍ୟତଃ ଆଦିବାସୀ ବହୁଳ ପାହାଡିଆ ଅଞ୍ଚଳରେ ବସବାସ କରି  ଆସୁଥିବା ଲୋକ ମାନଙ୍କୁ  ଜଳବାୟୁ ପରିବର୍ତ୍ତନ  ସମୟରେ ବିଭିନ୍ନ ରୋଗ ସବୁ ହୋଇଥାଏ । ପ୍ରାୟତଃ ଜ୍ୱର , ଥଣ୍ଡାକାଶ ,  କୁଣ୍ଡିଆ ଓଁ ମୁଣ୍ଡବ୍ୟଥା ଭଳି ରୋଗରେ ଆକ୍ରାନ୍ତ ହୋଇଥିବା ୧୩୧ ଜଣ ରୋଗୀଙ୍କ ଚିକିତ୍ସା କରାଯାଇ ମାଗଣା ଔଷଧ ସବୁ  ଦିଆ ଯାଇଥିଲା ।

   ଅନ୍ୟ ପକ୍ଷରେ ଏହି ରୋଗ ଗୁଡ଼ିକ କିଭଳି ଓ କେଉଁ ଯୋଗୁଁ ହୋଇଥାଏ , ଏହାର ପ୍ରତିଷେଧକ ବ୍ୟବସ୍ଥା ପାଈଁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା  , ନିଜେ ସଫା ରହିବା ସହ ପରିବେଶ ସଫା-ସୁତୁରା ରଖିବା , ପାଇଖାନା ବ୍ୟବହାର କରିବା ସହ ଖାଇବା ପୁର୍ବରୁ ହାତ ଧୋଇ ଖାଇବା , ମଶାରି ଟାଣି ଭିତରେ ଶୋଇବା ପ୍ରଭୃତି ଉପରେ  ଗ୍ରାମବାସୀ ମାନଙ୍କୁ ସଚେତନ କରା ଯାଇଥିଲା ।

       ଏହି ଶିବିର କାର୍ଯ୍ୟକ୍ରମକୁ "ରିଏଲସ" ଅନୁଷ୍ଠାନର କର୍ମୀ ଏସ.ଶୁଶିଳା ଓ କ୍ଷେତ୍ର- ସଂଯୋଜକ ମହେଶ୍ୱର ନାୟକ ପ୍ରମୁଖ ପରିଚାଳନା କରିଥିବା ବେଳେ ସୁଚିତ୍ରା ଭୂୟାଁ ଓ ସୁକୁମାରି ଶବର ପ୍ରମୁଖ ସହଯୋଗ କରିଥିଲେ ।

 

0
0
0
s2sdefault