ହେଡଲାଇନସ୍:

ନିରାକାରପୁର ଡିଏଭି କଲେଜକୁ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଅଚାନକ ଗସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପରିମଳ ବ୍ୟବସ୍ଥା ଦେଖି କଲେ ମନ ଉଣା

ଅଭାବ ଅସୁବିଧା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି 

ନିରାକାରପୁର /ଖୋରଧା (ଶାସକ ପ୍ରଶାସକ) ଆଜି ଅପରାହ୍ନ ୩.୩୦ରେ ନିରାକାରପୁରସ୍ଥିତ କ୍ଷେତ୍ରବାସୀ ଦୟାନନ୍ଦ ଆଙ୍ଗ୍ଲୋବେଦିକ ଡିଗ୍ରୀ ମହାବିଦ୍ୟାଳୟ ଅଚାନକ ଗସ୍ତ କରିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ  । ଗସ୍ତ ସମୟରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ପ୍ରାୟ ଦେଢ଼ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ କଲେଜ ଓ ଶ୍ରେଣୀଗୃହ ବୁଲି ଦେଖିବା ସହ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ  । ଗସ୍ତ ସମୟରେ  ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନରେ ସନ୍ତୋଷ ବ୍ୟକ୍ତ କରିଥିଲେ ମନ୍ତ୍ରୀ ଡ଼ଃ ସାହୁ ।

ହେଲେ ମହାବିଦ୍ୟାଳୟ ପରିସର ଓ ପରିବେଶ ସଫାସୁତୁରା ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ମନ୍ତ୍ରୀ ।  ମହାବିଦ୍ୟାଳୟ ପରିସରକୁ  ସଫାସୁତୁରା ରଖୁବା ସହ ସହିତ ଆସନ୍ତା ୩ ମାସ ମଧ୍ୟରେ ପରିସରକୁ ପରିଷ୍କାର ପରିଚ୍ଛନ୍ନ କରି ମହାବିଦ୍ୟାଳୟ ରୂପରେଖ ବଦଳାଇବା ପାଇଁ ଅଧ୍ୟକ୍ଷଙ୍କୁ ମନ୍ତ୍ରୀ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ । ଆଲୋଚନା ସମୟରେ ମହାବିଦ୍ୟାଳୟର ବିଦ୍ୟୁତ ସମସ୍ୟା ସଂପର୍କରେ ଅଧ୍ୟକ୍ଷ  ମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ତୁରନ୍ତ ଏ ସମସ୍ୟା ସାତଦିନ ଭିତରେ ସମାଧାନ କରିବା ପାଇଁ  ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ  ଦେଇଥିଲେ । ଏଥିସହିତ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା  ଅନ୍ୟାନ୍ୟ ସମସ୍ୟାକୁ ବିଭାଗୀୟ ସ୍ତରରେ ସମାଧାନ କରିବାର ପ୍ରତିଶ୍ରୁତି ଦେଇଥିଲେ ମନ୍ତ୍ରୀ ଡ଼ଃ ସାହୁ ।

0
0
0
s2sdefault