ହେଡଲାଇନସ୍:

ଚର୍ଚ୍ଚାରେ ଏସପି ସୌମ୍ୟାଙ୍କ ମଣିଷ ପଣିଆ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁନ୍ଦରଗଡ : କିଛି ଦିନ ତଳେ ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଥିବା ସୁନ୍ଦରଗଡ ଡାଇନାମିକ ଏସପି ସୌମ୍ୟା ମିଶ୍ରଙ୍କ ମଣିଷ ପଣିଆକୁ ନେଇ ଏବେ ସୁନ୍ଦରଗଡରେ ଚର୍ଚା | ତାଙ୍କ କାମକୁ ନେଇ ସଭିଙ୍କ ମୁହଁରେ ପ୍ରଶଂସା | ନିଜ ଜ୍ୟାକେଟକୁ ଷ୍ଟ୍ରେଚର ଆଉ ନିଜ ଗାଡିକୁ ଆମ୍ବୁଲାନ୍ସ କରି ଦୁର୍ଘଟଣାଗ୍ରସ୍ତ ତିନିଜଣଙ୍କୁ ହସ୍ପିଟାଲକୁ ନେଇ ଯେଉଁ ମାନବିକତାର ପରିଚୟ ଦେଇଛନ୍ତି ତାକୁ ଦେଖି ସମସ୍ତେ ଏବେ କହୁଛନ୍ତି " ବାଃ ସୌମ୍ୟା ବାଃ, ପୋଲିସ ଅଫିସର ହେବ ତା ଏମିତି" ` |

 ‘ବିଜୁ ଏକ୍ସପ୍ରେସ୍‌ ୱେ’ରେ କୁତ୍ରା ଛକ ନିକଟରେ  ମଙ୍ଗଳବାର ଅପରାହ୍ଣରେ ଦୁଇ ଜଣ ବାଇକ୍‌ ଆରୋହୀ ଓ ଜଣେ ସାଇକେଲ୍‌ ଆରୋହୀଙ୍କର ମଧ୍ୟରେ ଧକ୍କା ହୋଇଥିଲା। କୁତ୍ରା ଥାନା ଅନ୍ତର୍ଗତ ଚୁନିପଡ଼ା ଗାଁର ପ୍ରଦୀପ ସିଂହ ଓ ଭୀମ ସିଂହ ବାଇକ୍‌ (ଓଡି ୧୪ ଏଲ୍‌ ୨୪୪୩)ରେ ରାଜଗାଙ୍ଗପୁର ଯାଉଥିବା ବେଳେ  ବିପରୀତ ଦିଗରୁ ସାଇକେଲରେ ଗମାରଡିହ ଗାଁର ରାଜେନ୍ଦ୍ର କିସ୍‌ପଟ୍ଟା ଆସୁଥିଲେ। ବାଇକ୍‌ ଓ ସାଇକେଲ୍‌ ମୁହାଁମୁହଁ ଧକ୍କା ହୋଇଥିଲା | ଫଳରେ ତିନି ଜଣ ଗୁରୁତର ଆହତ ହୋଇଥିଲେ।  ସେଇବାଟା ଦେଇ ଅନେକ ଗାଡି ଯାଆସ କରୁଥିବା ବେଳେ କାହା ନଜରରେ ପଡ଼ିନଥିଲା ଏଇ ଅଘଟଣ | ଆଖପାଖରେ ଅଳ୍ପ କେଇଜଣ ଲୋକ ଥିଲେ ମଧ୍ୟ ବୋଧହୁଏ କେହି ଆହତଙ୍କୁ ସ୍ଥାନାନ୍ତରିତ କରିବାର ଉଦ୍ୟମ କରିନଥିଲେ | ସଂଯୋଗ ବଶତଃ ସେଇବାଟ ଦେଇ କିଛି ସମୟ ପରେ ଯାଉଥିଲେ ଏସ୍‌ପି ସୌମ୍ୟା ମିଶ୍ର `ସୁନ୍ଦରଗଡରୁ  ରାଉରକେଲା । ହଠାତ ତାଙ୍କ ନଜର ପଡିଥିଲା ଆହତଙ୍କ ଉପରେ, ଆଉ ତାଙ୍କ ଗାଡି ଅଟକି ଯାଇଥିଲା ସେଠାରେ | ଆହତଙ୍କ ପାଖକୁ ଯାଇ ଦେଖିଲେ ଯେ ସେମାନେ ଗୁରୁତର | ସବୁଠାରୁ ଅଧିକ ଗୁରୁତର ସାଇକେଲ ଆରୋହୀ ଜଣକ ହୋଇଥିବା ବେଳେ ତିନିଜଣ ଯାକ ଯନ୍ତ୍ରଣାରେ ଛଟପଟ ହେଉଥାନ୍ତି | ଏଯାବତ ଆମୁଲନସ ଡାକି ନଥିବା ଯୋଗୁ ଉପସ୍ଥିତ ଲୋକଙ୍କ ଉପରେ ବିରକ୍ତ ହେବା ସହ କାଳ ବିଳମ୍ବ ନକରି ନିଜ ଜ୍ୟାକେଟକୁ ଷ୍ଟ୍ରେଚାର ଭଳି ବ୍ୟବହାର କରି ତିନି ଜଣ ଜାକାଙ୍କୁ ନିଜ ଗାଡ଼ିରେ ଭର୍ତ୍ତି କରି ନିକଟସ୍ଥ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ | ଡାକ୍ତର ସେଠାରେ ସାଇକେଲ ଆରୋହୀ  ରାଜେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ |  ବାଇକ ଆରୋହୀ  ପ୍ରଦୀପ ଓ ଭୀମଙ୍କୁ ପ୍ରାଥମିକ ଚିକିତ୍ସା କରାଇ ସେମାନଙ୍କୁ  ରାଉରକେଲା ସ୍ଥାନାନ୍ତର କରାଇଥିଲେ | 

ଏସପି ସୌମ୍ୟା ମିଶ୍ରଙ୍କର ଏଭଳି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି | କୋଇଲା ବେପାରୀ, ଅପରାଧୀ, ମାଫିଆଙ୍କ ବିରୋଧରେ ଅତ୍ୟନ୍ତ ଶକ୍ତ ଆଚରଣ ପ୍ରଦର୍ଶନ ସେମାନଙ୍କ ମନରେ ଆତଙ୍କ ସୃଷ୍ଟି କରିଥିବା ଏସପି  ସୌମ୍ୟା ସାଧାରଣ ମଣିଷ ପାଇଁ କେତେ ଦରଦୀ ତାହା କାଲିର ଘଟଣାରୁ ପ୍ରମାଣିତ ହୋଇଯାଇଛି | ସୁନ୍ଦରଗଡ଼ର କୋଇଲା ମାଫିଆଙ୍କ ତ୍ରାଣ କର୍ତ୍ତା ସାଜିଥିବା କିଛି ରାଜନୈତିକ ବ୍ୟକ୍ତି ଏସ୍ପିଙ୍କ ବିଭିନ୍ନ କାର୍ଯ୍ୟାନୁଷ୍ଠାନରେ ଅସନ୍ତୁଷ୍ଟ ଥଇବବ ବେଳେ  କିଛିଦିନ ପୂର୍ବରୁ ସୁନ୍ଦରଗଡ଼ର ଏକ ଗୋଷ୍ଠୀ ଦ୍ଵାରା ଭୟଙ୍କର ଷଡଯନ୍ତ୍ରର ଶିକାର ହୋଇଥିଲେ ଏସପି ସୌମ୍ୟା | ଉକ୍ତ ଗୋଷ୍ଠୀର ବେଆଇନ କୋଇଲା ବ୍ୟାପାରରେ ବାଧା ଉପୁଜିବାରୁ ଏସପିଙ୍କୁ ଉଦେଶ୍ୟମୂଳକ ଭାବରେ ବଦନାମ କରିବାକୁ ଚେଷ୍ଟା କରିଥିଲେ ବୋଲି ସହରରେ ଚର୍ଚ୍ଚା | 

0
0
0
s2sdefault