ହେଡଲାଇନସ୍:

ହାତୀପଲ  ଉଜାଡିଦେଲେ ଧାନ ଫସଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ଆଠମଲ୍ଲିକ /ସନ୍ତୋଷ ମେହେର ): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ମୁଚ୍ଛପୁର ଗ୍ରାମରରେ ହାତୀପଲ ଉଜାଡି ଦେଉଛନ୍ତି ଧାନ ଫସଲ I  କିଛି ଦିନ ହେଲାଣି ଏହି ଅଞ୍ଚଳରେ ହାତୀ ମାନଙ୍କର ଉତ୍ପାତ ବଢିବାରେ ଲାଗିଛି, ସନ୍ଧ୍ୟା ହେବାକ୍ଷଣି ବାହାରକୁ ବାହାରିବା ପାଇଁ ଲୋକେ ଆତଙ୍କୀତ ହେଉଥିବା ବେଳେ,  ଏନେଇ ବନବିଭାଗ ହାତୀ ଘୋଉଡ଼ାବାର କିଛି ପଦକ୍ଷେପ ନେଉନାହାନ୍ତି I  

ଗତ କାଲି ପାଞ୍ଚଟି ହାତୀ ଆସି ମୁଚ୍ଛପୁର ଗ୍ରାମରେ ସନ୍ତୋଷ କର୍ଣ୍ଣ, ହୃଦାନନ୍ଦ କର୍ଣ୍ଣ, ରଞ୍ଜନ କର୍ଣ୍ଣ, ଶ୍ରୀପତି କର୍ଣ୍ଣଙ୍କ  3ଏକର ରୁ ଉର୍ଦ୍ଧ ଚାଷ ଜମିରେ ପଶି ମାଡି, ଖାଇ, ଦଳି ଚକଡ଼ି ନଷ୍ଟ କରିଦେଇଛନ୍ତି I ଏନେଇ ବନବିଭାଗ ଅଧିକାରୀ ତଦନ୍ତ କରି କ୍ଷତି ପୂରଣ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି |

 

0
0
0
s2sdefault