ହେଡଲାଇନସ୍:

 ବାରିପଦା ଜଗନ୍ନାଥ ମନ୍ଦିର ଉପରେ ଆଇନ ମନ୍ତ୍ରୀ ନେଲେ ଗୁରୁତ୍ୱପୂର୍ଣ ବୈଠକ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ପ୍ରତ୍ନତ୍ତତ୍ୱ ବିଭାଗକୁ ଅନୁରୋଧ କରାଯିବ 

ଦେବୋତ୍ତର ଜମିରୁ ମୁନିସିପାଲିଟି ଆଦାୟ କରୁଥିବା ଟିକସର ଆଂଶ ମନ୍ଦିରକୁ ଦେବାକୁ ପରାମର୍ଶ 

ଦେବୋତ୍ତର ଜମି ଭୋଗ କରୁଥିବା ବ୍ୟକ୍ତି ଧାରା ୧୯ରେ  ନିୟମିତ କରାଇବେ 

୧  ମାସ ମଧ୍ୟରେ ମନ୍ଦିର ୱେବସାଇଟ  ଓ ସେବାୟତମାନଙ୍କ ସ୍ୱାସ୍ଥ୍ୟବୀମା କାର୍ଯ୍ୟ ଶେଷ ହେବ 

ଭୁବନେଶ୍ୱର (ଶାସକ ପ୍ରଶାସକ) ବାରିପଦା ଜଗନ୍ନାଥ ମନ୍ଦିର କାର୍ଯ୍ୟକାରିତା ସଂପର୍କିତ ବୈଠକ ଲୋକସେବା ଭବନରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଅନୁଷ୍ଠିତ ଷୋଡ଼ଶ ଶତାବ୍ଦୀର ବାରିପଦା ଜଗନ୍ନାଥ ମନ୍ଦିର କାର୍ଯ୍ୟକାରିତା ସଂପର୍କରେ ମନ୍ତ୍ରୀ ଶ୍ରୀ ଜେନା ସମୀକ୍ଷା କରିବା ସହ  ଏହି ମନ୍ଦିର ଅତି ପୁରାତନ ହୋଇଥିବାରୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରତ୍ନତ୍ତତ୍ୱ ବିଭାଗ କରିବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ |  ବାରିପଦା ଉପଜିଲ୍ଲାପାଳ ଏ ଦିଗରେ ପ୍ରତ୍ନ ତତ୍ତ୍ୱ ବିଭାଗ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲୋ 

ବର୍ତ୍ତମାନ ଦେବୋତ୍ତର ଜମିରେ ବାରିପଦା ମୁନିସିପାଲିଟି ପକ୍ଷରୁ ଅର୍ଥ ଆଦାୟ କରାଯାଉଛି ଓ ତାହାର ଅଂଶ ମନ୍ଦିରକୁ ଦେବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲାା ଏହା ବ୍ୟତୀତ ଦେବୋତ୍ତର ଜମି ଯେଉଁମାନଙ୍କ ଅଧୀନରେ ଅଛି ସେମାନେ ୧୯ ଧାରାରେ ନିୟମିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତିା ଏଥି ନିମନ୍ତେ ଉଭୟେ ଉପଜିଲ୍ଲାପାଳ ଓ ଦେବୋତ୍ତର ବିଭାଗ ମିଳିତ ଭାବେ କାର୍ଯ୍ୟକରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲାା ଏହି କାର୍ଯ୍ୟ କରିବା ପାଇଁ ପ୍ରଥମେ ୨୫ ଧାରାରେ ସେମାନଙ୍କୁ ନୋଟିସ୍ ପଠାଇବାକୁ ବୈଠକରେ ସ୍ଥିର ହୋଇଥିଲାା ଆଗାମୀ ଏକ ମାସ ମଧ୍ୟରେ ମନ୍ଦିର ୱଏଵସାଇଟ  ଓ ସେବାୟତମାନଙ୍କ ସ୍ୱାସ୍ଥ୍ୟବୀମା କାର୍ଯ୍ୟ ଶେଷ ହେବ ବୋଲି ବୈଠକରେ ଉପଜିଲ୍ଲାପାଳ ପ୍ରକାଶ କରିଥିଲୋ ସେବାୟତମାନଙ୍କର ଯାହାକିଛି ସମସ୍ୟା ରହିଛି ସେ ସଂପର୍କରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଥିଲୋ

ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଶଶିକାନ୍ତ ମିଶ୍ର, ଦେବୋତ୍ତର କମିଶନର ଶ୍ରୀ ଚିତ୍ତରଞ୍ଜନ ମହାପାତ୍ର, ପୌରପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମଜିତ୍ ନାୟକ, ବାରିପଦା ଉପଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସମେତ ମନ୍ଦିର ସେବାୟତ ପ୍ରମୁଖ ଉପସ୍ଥିତ ଥିଲୋ                                                                                                                                                                                                                                                                                                                                                                                                                                                                                                                     

 

0
0
0
s2sdefault