ହେଡଲାଇନସ୍:

ଇନପୁଟ ସବସିଡ଼ି ଓ ଫସଲବୀମା ଦାବୀରେ ୧୨ ଘଣ୍ଟିଆ "ମହାବନ୍ଦ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କୁଚିଣ୍ଡା (ଅଜୟ କୁମାର ବାଘ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା,ବାମରା,ଜମନକିରା ବ୍ଲକରେ ଆଜି ମହାବନ୍ଦ କରିଛନ୍ତି l ମିଳିତ କୃଷକ ସଙ୍ଗଠନ l ଏହି ଉପଖଣ୍ଡର ଚାଷୀମାନେ ୨୦୧୮-୧୯ ମସିହାରେ ଭୟାବହ ମରୁଡ଼ି ର ସମ୍ମୁଖୀନ ହୋଇଥିବା ବେଳେ ଖେଡ଼ ମରୁଡି ଓ ଫୁଲ ମରୁଡି ଯୋଗୁଁ ହଜାର ହଜାର ଏକର ଚାଷ ଜମିରୁ ଧାନ ଅମଳ କରିନାହାନ୍ତି l ତାଙ୍କୁ ଏ ପର୍ଯନ୍ତ ଇନପୁଟ ସବସିଡ଼ି ଓ ଫସଲ ବୀମା ମିଳିନଥିବା ଏପରିକି ୨୦୧୭ ମସିହାର ବୀମାଭୁକ୍ତ ଚାଷୀ ମାନଙ୍କୁ ମଧ୍ୟ ସମସ୍ତ ଟଙ୍କା ଦିଆ ଯାଇନଥିବା ସରକାରଙ୍କ ନିୟମ ଅନୁଯାୟୀ କ୍ରୋପ୍ କଟିଂ ର ୪୫ ଦିନ ମଧ୍ୟରେ ବୀମା ଟଙ୍କା ବୀମାଭୁକ୍ତ ହୋଇଥିବା ଚାଷୀଙ୍କୁ ଦେବାପାଇଁ ନିୟମ ରହିଥିବା ବେଳେ ଚାଷୀଙ୍କୁ ଦିଆଯାଇନି l ଏଥିପାଇଁ ଉପଖଣ୍ଡ ର ଚାଷୀମାନେ ସ୍ଥାନୀୟ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନଙ୍କୁ ବାରମ୍ବାର ଜଣାଇଥିବା ବେଳେ ୩୫ ଦିନ ଉପ ଜିଲ୍ଲାପାଳ   କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷେlଭ କରିଥିଲେ ମଧ୍ୟ ଚାଷୀଙ୍କୁ ସଫଳ ମିଳିନାହିଁ l ଏ ସବୁକୁ ଭିତ୍ତିକରି ଆଜି କୁଚିଣ୍ଡା,ବାମରା,ଜମନକିରା ବ୍ଲକ କୁ ମିଳିତ କୃଷକ ସଙ୍ଗଠନ ପକ୍ଷରୁ ମହାବନ୍ଦ ପାଳନ କରାଯାଇଛି l ହସ୍ପିଟାଲ,ଆମ୍ବୁଲେସ୍, ମେଡ଼ିସିନ ଦୋକାନ ବାଦ ଦିଆଯାଇ l ଅନ୍ୟ ଦୁକାନ ବଜାର,ଗାଡି ମୋଟର, ସରକାରୀ/ବେସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ କରାଯାଇଥିଲା l ଏହି ମହାବନ୍ଦ ପରେ ୧୨ ତାରିଖ ଗୁରୁବାର ଦିନ ଉପଖଣ୍ଡର ସମସ୍ତ ଅର୍ଥ ଲଗାଣକାରୀ ସଂସ୍ଥା ଗୁଡ଼ିକ ବନ୍ଦ କରାଯିବା ପାଇଁ ମିଳିତ କୃଷକ ସଂଗଠନ ପକ୍ଷରୁ କୁହାଯାଇଛି l

 

0
0
0
s2sdefault