ହେଡଲାଇନସ୍:

ଖୋଲିଲା ଆହାର କେନ୍ଦ୍ର :  ନିଜେ ଖାଇ ମାନ ପରଖିଲେ ବିଧାୟକ ଓ ଉପଜିଲ୍ଲାପାଳ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର/ଶାସକ ପ୍ରଶାସକ : ବରଗଡ ଜିଲ୍ଲା ପଦ୍ମପୁରଠାରେ ଆଜି ଆହାର କେନ୍ଦ୍ର ଉଦଘାଟିତ ହୋଇ ଯାଇଛି  । ଏହି କାର୍ଯ୍ୟକ୍ରମରେ ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂ ବରିହା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆହାର କେନ୍ଦ୍ରକୁ ଉଦଘାଟନ କରିଥିବା ବେଳେ  ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ତହସିଲଦାର ସରୋଜିନୀ ପ୍ରସନ୍ନ କୁଲୁ ପ୍ରମୁଖ ଉପସ୍ଥିତ ଥିଲେ  । ବିଧାୟକ ଏବଂ ଉପଜିଲ୍ଲାପାଳ ଆହାର କେନ୍ଦ୍ରରେ ବଂଟନ କରାଯାଉଥିବା ଖାଦ୍ୟକୁ ·ଖି ଦେଖିଥିଲେ ଓ ଖାଦ୍ୟର ମାନ ଉପରେ ସନ୍ତୋଷ ପ୍ରକଟ କରିଥିଲେ  । ପଦ୍ମପୁର ପାଇଁ ବର୍ତମାନ ଦିନବେଳା ୩୦୦ ଗୋଟି ମିଲ ଏବଂ ରାତି ସମୟରେ ୬୦ ଗୋଟି ମିଲ ପାଂଚ ଟଙ୍କାରେ ଯୋଗାଇ ଦିଆଯାଉଛି  । କିନ୍ତୁ ଦିନବେଳା ଖାଦ୍ୟ ନ ପାଇ କିଛି ଲୋକ ଫେରି ଯାଉଥିବାରୁ ଆହୁରି ୧୦୦ ଗୋଟି ମିଲ ବଢାଇବା ପାଇଁ ସ୍ଥାନୀୟ ବିଧାୟକଙ୍କ ଦାବୀ ଜଣାଇଥିଲେ  ।

0
0
0
s2sdefault