ହେଡଲାଇନସ୍:

ମେଡିକାଲ କଲେଜ ପ୍ରତିଷ୍ଠା  ଦାବୀରେ ୧୨ ଘଣ୍ଟିଆ ବନ୍ଦ ପାଳନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡା. (ଅମିତ ପୁରୋହିତ) ;  ନୂଆପଡା ଜିଲ୍ଲା ସଦର ମହକୁମା ରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀ ନେଇ ଆଜି ଜିଲ୍ଲା ଓକିଲ ସଂଘର ଆହ୍ୱାନକ୍ରମେ ବଣିକ ସଂଘ, ନାଗରିକ ମଞ୍ଚ, ଏବଂ ସର୍ବଦଳିୟ ସହଯୋଗକ୍ରମେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି  । ଏହି ଅବସରରେ ସମସ୍ତ ଦୋକାନ ବଜାର, ଯାନବାହାନ, ଶିକ୍ଷା ଅନୁଷ୍ଠାନ  ସରକାରୀ କାର୍ଯ୍ୟାଳୟ, ଆଦି ବନ୍ଦ ରହିଛି  । ସୂଚନା ମୁତାବକ ଭାରତ ସରକାର ୭୫ ଟି ମେଡିକାଲ କଲେଜ ପ୍ରତିଷ୍ଠା  କରିବାକୁ ଯାଉଛନ୍ତି । ସେଥି ମଧ୍ୟରୁ ଗୋଟିଏ ଜିଲ୍ଲା ସଦର ମହକୁମାରେ ପ୍ରତିଷ୍ଠା  ହେଉ ବୋଲି ଦାବୀ ନେଇ ଆଜି ବନ୍ଦ ପାଳନ କରାଯାଇଛି ।ଜିଲ୍ଲା  ମୂଖ୍ୟ ଚିକିତ୍ସାଳୟ ଉପରେ ୫ ଟି ବ୍ଲକ ତଥା ସିମାନ୍ତ ଛତିଶଗଡର ରୋଗୀ ନିର୍ଭର କରୁଥିବା ବେଳେ ଚିକିତ୍ସାଳୟ ରେ ସେପରି କିଛି ଆଖିଦୃଶିଆ ସୁବିଧା ମିଳିପାରୁ ନାହିଁ । ନା ଅଛନ୍ତି ପର୍ଯ୍ୟାପ୍ତ ପରିମାଣର ଡାକ୍ତର ନା ଅଛି ରୋଗିଙ୍କ ପାଇଁ ଶଯ୍ୟାର ବ୍ୟବସ୍ଥା । ନିକଟରେ ଏକ ସାତ ମହଲା ବିଶିଷ୍ଟ ବିଲଡିଙ୍ଗ ନିର୍ମିତ ହୋଇଥିଲେ ମଧ୍ୟ ରୋଗୀ ମାନେ ତଳେ ଶୋଉଛନ୍ତି । ସ୍ୱାସ୍ଥ୍ୟବସ୍ଥା ପୁରାପୁରି ବିପର୍ଯ୍ୟସ୍ତ ହୋଇପଡିଛି । ଏଣୁ ଏକ ମେଡିକାଲ କଲେଜ ପ୍ରତିଷ୍ଠା  ଦାବୀ କୁ ନେଇ ଆଜି ଜିଲ୍ଲା ସଦର ମହକୁମାର ଏକତା ଛକ ଓ କୋର୍ଟ ଛକ ଠାରେ ବନ୍ଦ ପାଳନ କରାଯାଇଥିଲା । ସମସ୍ତ ଦୋକାନ ବଜାର ବନ୍ଦ ରହିବା ସଙ୍ଗେ ସଙ୍ଗେ ରାସ୍ତାକଡରେ ଭାରି ଯାନ ସବୁ ଅଟକି ରହିଥିଲା । ଏହି ବନ୍ଦକୁ  ଜିଲ୍ଲାବାସୀ ସମର୍ଥନ କରିଥିଲେ । ବନ୍ଦ ପାଳନରେ ଜିଲ୍ଲା  ଓକିଲ ସଂଘ ସଭାପତି ପ୍ରସନ୍ନ କୁମାର ପାଢୀ, ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀ, ବରିଷ୍ଠ  ଆଇନଜିବୀ, ସେତରାମ ଦେବାଙ୍ଗନ, ଅଶ୍ୱିନି ବାଗ, ପପ୍ପୁ ସ୍ୱାଇଁ, ସିତୁ ବୋଧନକର, ପିଣ୍ଟୁ ପାଣିଗ୍ରାହୀ, ଅଶୋକ ଦେବାଙ୍ଗନ, ଅମିତାଭ ବୋଷ,ସୁଶାନ୍ତ ପତି, ରବି ମଙ୍ଗରାଜ,ମୁନା ମହାପାତ୍ର, ଆଦି ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ ।    

 

0
0
0
s2sdefault