ହେଡଲାଇନସ୍:

ରାଜ୍ୟ-ସ୍ତରୀୟ ଭଲିବଲ  ଚମ୍ପିଆନଶିପ୍-୨୦୧୯-୨୦ : ଜିଲ୍ଲା ସ୍ତରୀୟ ସମନ୍ବୟ କମିଟି ବୈଠକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

    ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ସେପ୍ଟେମ୍ବର ୨୪ ତାରିଖରୁ  ସେପ୍ଟେମ୍ବର  ୨୬ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିଅମ ଠାରେ ୧୪-ବୟସ ବାଳକ ଏବଂ ୧୭-ବୟସ ବାଳକ, ବାଳିକା  ମଧ୍ୟରେ ରାଜ୍ୟ-ସ୍ତରୀୟ ଭଲିବଲ ଚାମ୍ପିଅନ ଶିପ୍ ପ୍ରତିଯୋଗିତା  ଗଜପତି ଜିଲ୍ଲା ଶିକ୍ଷା କାର୍ଯ୍ୟଳୟ ଆନୁକୂଲ୍ୟରେ ଅନୁଷ୍ଠିତ ହେବ ।

      ଏହି ଅବସରରେ  ପାରଳାଖେମୁଣ୍ଡି ସ୍ଥିତ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ବିଭିନ୍ନ ବିଭାଗ ମଧ୍ୟରେ ଏକ ଜିଲ୍ଲା ସ୍ତରୀୟ  ସମନ୍ବୟ କମିଟି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

    ଏହି ବୈଠକ  ଜିଲ୍ଲାପାଳ ଅନୁପମ ଶାହା ଅଧ୍ୟକ୍ଷତା କରି ଏହି ରାଜ୍ୟ-ସ୍ତରୀୟ ଭଲିବଲ  ଚାମ୍ପିଅନ ଶିପ୍  ଖେଳ ପାରଳାଖେମୁଣ୍ଡି  ଠାରେ ପ୍ରଥମ କରି ହେଉଥିବା  ଏବଂ ଏଥିରେ ୩୦ ଟି ଜିଲ୍ଲାର ପ୍ରାୟ ୭୦୦ ବାଳକ,ବାଳିକା  ଖେଳାଳୀ  ଅଂଶଗ୍ରହଣ କରୁଥିବା ଯୋଗୁଁ ଏଥିରେ କୌଣସି ପ୍ରକାର  ଅବ୍ୟବସ୍ଥା  ଯେଭଳି ନ ହେବ , ସେଥିପ୍ରତି ସମସ୍ତ ବିଭାଗୀୟ ଅଧିକାରୀ ମାନେ ସମନ୍ବୟ ରଖି ଯତ୍ନବାନ ହେବାପାଇଁ  ପରାମର୍ଶ ଦେଇଥିଲେ ।

  ବୈଠକ ପ୍ରାରମ୍ଭରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଏହି ରାଜ୍ୟସ୍ତରୀୟ ଭଲିବଲ ଚମ୍ପିଆନ ଶିପ୍ ଖେଳରେ ବାଳକ(୧୪-ବୟସ) ଓ ବାଳକ-ବାଳିକା(୧୭-ବୟସ) ବିଭାଗର ମୋଟ ୫୫ ରୁ ୬୦ ଟି ଦଳ ଭାଗ ନେବା ସହ ପ୍ରାୟ ୨୫ ଜଣ ଅଫିସିଆଲ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ପ୍ରଦାନ କରିଥିଲେ । 

    କାର୍ଯ୍ୟକ୍ରମରେ ମୁଖ୍ୟତଃ ଶାନ୍ତି ଶୃଙ୍ଖଳା ପାଈଁ ପୋଲିସ ବିଭାଗକୁ ,ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ପାଈଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ , ପଡିଆ ସଫା-ସୁତୁରା ସହ ପାନୀୟ ଜଳ ବ୍ୟବସ୍ଥା ପାଈଁ ପୌରସଂସ୍ଥାକୁ ,ପଡିଆ ଓ ଭଲିବଲ କୋର୍ଟ ପ୍ରସ୍ତୁତି ପାଈଁ ରାସ୍ତା ଓ କୋଠାବାଡି ବିଭାଗକୁ , ଅସ୍ଥାୟୀ ଲେଟ୍ରିନ ଓ ୟୁରିନାଲ ଏବଂ ପାଣି-ଟ୍ୟାଙ୍କ ପାଇଁ ପିଏଚଡି ବିଭାଗକୁ , ଜିଲ୍ଲା ବାହାରୁ ଆସିବା ଖେଳାଳିଙ୍କୁ ଷ୍ଟେସନରୁ  ଆଣିବାକୁ ଗାଡ଼ିର ବ୍ୟବସ୍ଥା ପାଇଁ ଜିଲ୍ଲା ପରିବହନ ବିଭାଗକୁ  , ମେଗା ଚମ୍ପିଆନ ଶିପ୍ ଖେଳର  ବ୍ୟାପକ ପ୍ରଚାର ପ୍ରସାର ପାଇଁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ , ଖେଳ ପଡ଼ିଆରେ ଅଗ୍ନିଶମ ଗାଡି ସହ କର୍ମଚାରୀ ମୃତୟନ ପାଇଁ ଜିଲ୍ଲା ଅଗ୍ନିଶମ ଅଧିକାରୀଙ୍କୁ ,ବିଦ୍ୟୁତ  ବିଭ୍ରାଟ ନ ହେବା ଦିଗରେ  ତିକ୍ଷଣ ଦୃଷ୍ଟି ଦେବାପାଇଁ ସାଉଥକୋ ନିର୍ବାହୀଯନ୍ତ୍ରୀଙ୍କୁ ବୈଠକରେ ଜିଲ୍ଲାପାଳଙ୍କ ଦ୍ବାରା ନିର୍ଦ୍ଦେଶ ଦିଆ ଯାଇଥିଲା ।

     ଅନ୍ୟ ପକ୍ଷରେ ବୈଠକରେ ମୁଖ୍ୟତଃ  ବାହାର ଜିଲ୍ଲାରୁ ଆସିବାକୁ ଥିବା ଖେଳାଳୀ ଓ ଅଫିସିଆଲ ମାନଙ୍କ ରହିବା , ଖାଇବା , ଶୋଇବା ପ୍ରଭୃତି ବିଭିନ୍ନ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।

      ଆଇଟିଡିଏ:-ପ୍ରକଳ୍ପ ପ୍ରଶାସକ ଶେଷଦେବ ମିଶ୍ର, ଡିଡବ୍ଲୁଓ:-ସନ୍ତୋଷ କୁମାର ରଥ , ସହକାରୀ ଉପ-ଜିଲ୍ଲାପାଳ ସରୋଜ କୁମାର ବେହେରା , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ରବି ଚନ୍ଦ୍ର ନାୟକ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ ପ୍ରମୁଖଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

 

0
0
0
s2sdefault