ହେଡଲାଇନସ୍:

ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ସ୍ଥିତ ବ୍ଲକ କାର୍ଯ୍ୟଳୟର ସଭାଗୃହ ଠାରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ-ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଜନ-ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ଶାହା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଯୋଗଦେଇ  ଜନ-ଅଭିଯୋଗ ଶୁଣାଣି କରିଥିଲେ ।

  ଏଥିରେ ମୋଟ ୧୦୫ ଟି ଜନ-ଅଭିଯୋଗ ଆସିଥିବା ବେଳେ ବ୍ୟକ୍ତିଗତ ଭାବେ  ମୋଟ୯୦ ଟି ଏବଂ ଗୋଷ୍ଠୀଗତ ଭାବେ ମୋଟ ୧୫ ଟି ଲିଖିତ ଜନ-ଅଭିଯୋଗ ଆସିଥିଲା । ସେଥି ମଧ୍ୟରୁ କାର୍ଯ୍ୟ ସ୍ଥଳରେ ମୋଟ ୪ ଗୋଟି ଜନ-ଅଭିଯୋଗ ଶୁଣାଣିର  ସମାଧାନ କରିଥିଲେ ।  ମୋଟ  ୪ ଜଣଙ୍କୁ ମୁଖ୍ୟମନ୍ତ୍ରୀ  ରିଲିଫ ପାଣ୍ଠିରୁ ସହାୟତା ରାଶି ପ୍ରଦାନ କରା ଯାଇଥିଲା ।

   ଅଭିଯୋଗ ଗୁଡ଼ିକ ମଧ୍ୟରେ ଅଧିକାଂଶ  ଶିକ୍ଷା ,ସ୍ବାସ୍ଥ୍ୟ , ଗମନାଗମନ ଓ ପାନୀୟଜଳ ଉପରେ ଥିଲା ।  ଏହି ଜନ-ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଚାପରା ତାରିକେଶ୍ବରୀ,  ବିଡ଼ିଓ ସଂଗ୍ରାମ ଶେଖର ପଣ୍ଡା ଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।

0
0
0
s2sdefault