ହେଡଲାଇନସ୍:

ଏରସମା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି:ତତ୍କାଳ ୪ଟି ଅଭିଯୋଗର ଫଇସଲା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର:(ରମେଶ ମହାନ୍ତି):-ଏରସମା ବ୍ଲକ କାର୍ଯ୍ୟାଳୟ ଠାରେ ଆଜି (ମଙ୍ଗଳବାର)ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ।ଏହି ଅଭିଯୋଗ ଶିବିରରେ ସମୁଦାୟ ୨୨୨ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା।ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ୧୯୫ଟି ଯଥା-ଇନ୍ଦିରା ଆବାସ/ବିଜୁ ପକ୍କାଘର-୪୨ଟି,ରେସନକାର୍ଡ ସମ୍ପର୍କିତ-୫୨ଟି,ଭତ୍ତା ସମ୍ବନ୍ଧୀୟ ୨୬ଟି,ଘରଢିହ ପଟ୍ଟା ସମ୍ପର୍କିତ-୯ଟି,ଜମିଜମା ସମସ୍ୟା ସମ୍ପର୍କିତ-୧୧ଟି,କାଳିଆ ଯୋଜନା ସମ୍ପର୍କିତ-୫ଟି,ବିଦ୍ୟୁତ ସମସ୍ୟା ସମ୍ପର୍କିତ-୬ଟି ଓ ଅନ୍ୟାନ୍ୟ ୪୪ଟି,ଗାଁ ସମସ୍ୟା ସମ୍ପର୍କିତ ୧୭ଟି,ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପାଇବା ପାଇଁ ୪ଟି,ରେଡକ୍ରସ୍ ପାଣ୍ଠିରୁ ସହାୟତା ପାଇବା ପାଇଁ ୨ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା।ଏଥିସହିତ ୪ଟି ଅଭିଯୋଗର ଶୁଣାଣି କରାଯାଇ ତତ୍କାଳ ଫଇସଲା କରାଯାଇଥିଲା।ଏହି ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର୍,ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କାନ୍ତ ମହାନ୍ତି,ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି,ସହକାରୀ ଜିଲ୍ଲାପାଳ,ଉକ୍ତ ବ୍ଲକର ବିଡିଓ,ତହସିଲଦାର,ଜିଲ୍ଲାସ୍ତରୀୟ ଅଧିକାରୀ,କ୍ଷେତ୍ରୀୟ ଅଧିକାରୀ,ବ୍ଲକ ସ୍ତରୀୟ ଅଧିକାରୀ,ପଞ୍ଚାୟତ ପ୍ରତିନିଧି ମାନଙ୍କ ସମେତ ସାଧାରଣ ଜନତା ଉପସ୍ଥିତ ଥିଲେ।

0
0
0
s2sdefault