ହେଡଲାଇନସ୍:

ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ବିୟୋଗରେ ଶୋକସଭା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢାଖୋଲ/ଯଶୋବନ୍ତ ନାରାୟଣ ସାହୁ: ରେଢାଖୋଲ ଉପଖଣ୍ଡ ସାମ୍ବାଦିକ ସଂଘ ତରଫରୁ ସଭାପତି ରମାକାନ୍ତ ମହାନନ୍ଦଙ୍କ ସଭାପତିତ୍ୱରେ ଦିବଂଗତ ସାମ୍ବାଦିକ ଦିଲ୍ଲୀପ ଶତପଥୀ ଙ୍କ ଅକାଳ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ  ହୋଇଯାଇଛି ।

   ସଭା ଆରମ୍ଭରେ ଦିବଂଗତ ସାମ୍ବାଦିକଙ୍କ ବିୟୋଗରେ ୨ ମିନିଟ୍ ନିରବପ୍ରାର୍ଥନା ସହ ଅମର ଅତ୍ମାର ସଦ୍ଗତି କାମନା କରାଯାଇଥିଲା  । ସ୍ବର୍ଗତ ଶତପଥୀଙ୍କ ସ୍ମୃତିଚାରଣ କରି ସଂଘର ସଦସ୍ୟ ମାନେ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ | ଶ୍ରୀ ଶତପଥୀଙ୍କ ଦେହାନ୍ତ ଓଡ଼ିଶାର ସାମ୍ବାଦିକତା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତ ପ୍ରକାଶ ପାଇବା ସହ ଅର୍ଥନୈତିକ ବିଶ୍ଳେଷଣ କ୍ଷେତ୍ରରେ ସେ ଜଣେ ବିଶାରଦ ଥିଲେ  ବୋଲି ସଭ୍ୟମାନେ ଉଲ୍ଲେଖ କରିଥିଲେ | ବିଭିନ୍ନ ଟିଭି ଚ୍ୟାନେଲରେ ରାଜନୀତି ତଥା ବାଣିଜ୍ୟ ବିଶାରଦ କ୍ଷେତ୍ରରେ ତାଙ୍କର ନିଖୁଣ ତଥା ସୁନ୍ଦର ବିସ୍ଲେସଣ ପାଇଁ ସେ ସ୍ମରଣୀୟ ହୋଇ ରହିବେ ବୋଲି ସଭ୍ୟମାନେ ସେମାନଙ୍କ ଶୋକ ସଂଦେଶରେ ବର୍ଣନା କରିଥିଲେ । ସଂଘର ସଭ୍ୟ ଜୟନ୍ତ ଖଡିରତ୍ନ, ପରୀକ୍ଷିତ ଦାଶ , ଜିତେନ୍ଦ୍ର କୁମାର ସାହୁ , ଅରୁଣ କୁମାର ପ୍ରଧାନ, ଶରତ ପ୍ରଧାନ, ନିଗମାନନ୍ଦ ସାହୁ , ରବିନ୍ଦ୍ର ପ୍ରଧାନ, ବିଜୟ କୁମାର ବେହରା,ଯଶୋବନ୍ତ  ନାରାୟଣ ସାହୁ, ଶଙ୍କର ପୃଷ୍ଟି , ଓ ମମତା ପାତ୍ର ପ୍ରମୁଖ ଯୋଗଦେଇଥିଲେ । ଶେଷରେ ସଂଘର ସଂପାଦକ ସାମ୍ବାଦିକ କନ୍ଦର୍ପ ବେହେରା ଧନ୍ୟବାଦ ଦେଇଥିଲେ ।

0
0
0
s2sdefault