ହେଡଲାଇନସ୍:

ତାତିଲେ ଦୁଗ୍ଧ ଚାଷୀ : ପ୍ରଶ୍ନବାଣରେ ମନ୍ତ୍ରୀ ଅପ୍ରସ୍ତୁତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

"ସମସ୍ତଙ୍କ ବଢୁଛି, ସବୁ ବଢୁଛି : କ୍ଷୀର ଦର ବଢେଇବେ କେବେ"

ଭୁବନେଶ୍ବର (ଶାସକ ପ୍ରଶାସକ) ଗୋଖାଦ୍ୟ  ଦର ବଢିଛି, ତେଲ ଦର ବଢିଛି, ଗାଡିଘୋଡା ଭଡା  ବି ବଢିଛି,  ନିତ୍ୟ ବ୍ୟବାହରଷ ସାମଗ୍ରୀ ଦର ଵୀ ବଢୁଛି | ହେଲେ ଓମ୍ଫେଡ ନିଦ ବିଷ୍ଣୁ ହୋଇ ବସିଛି `| କ୍ଷୀର ଦର ବଢା଼ଉନି |  ଏଭଳିସ୍ଥିତିରେ ଦୁଗ୍ଧ ଚାଷୀମାନେ ବଞ୍ଚିବେ କେମିତି ?  ଦୁଗ୍ଧ ଚାଷୀମାନେ ଆଉ ଦୁଗ୍ଧ ଚାଷ କରିବେ ନା ନାହିଁ? ଆଜି ଦୁଗ୍ଧ ଚାଷୀଙ୍କ ଏଭଳି କିଛି ପ୍ରଶ୍ନ ବାଣରେ ଅପ୍ରସ୍ତୁତ ହୋଇ ପଡ଼ିଥିଲେ ମନ୍ତ୍ରୀ ଅରୁଣ ସାହୁ । 

ଦୁଗ୍ଧ ଚାଷୀଙ୍କ ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ କୃଷି ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଡକ୍ଟର ଅରୁଣ ସାହୁ । ଏହି ବୈଠକରେ ବାଲେଶ୍ବର, କଳାହାଣ୍ଡି, ବରଗଡ, ପିପିଲି, କୋରାପୁଟ, ଜଗତସିଂହପୁର ଭଳି ସବୁ ଜିଲ୍ଲାରୁ ଚାଷୀ ସାମିଲ ହୋଇଥିଲେ । ବୈଠକରେ ଜଣଙ୍କ ପରେ ଜଣେ ଚାଷୀ ଛିଡା ହୋଇ ଦୁଗ୍ଧ ଚାଷୀ ନିଜ ନିଜ ସମସ୍ୟା ଓ ଦୁଃଖ କଥା ଉତଥାପନ କରିଥିଲେ । 2014ରେ ଶେଷ ଥର ପାଇଁ ରାଜ୍ୟ ସରକାର ଦୁଗ୍ଧ ଦର ବୃଦ୍ଧି କରିଥିଲେ । ଏଭିତରେ ମିଲ୍କ ମୁଁ 4 ଟଙ୍କା ଓ ଦିଲ୍ଲୀର ମଦର୍ସ ଡାଏରୀ ମଧ୍ୟ 4 ଟଙ୍କା ଦର ବଢାଇଛି । ଜଣେ ଚାଷୀ କହିଥିଲେ ଯେ, ଡିଜେଲ ପେଟ୍ରୋଲ ଦର ବଢିଲା, ଦରଦାମ ବଢିଲା, ଗାଡି ମଟର ଭଡା ବଢିଲା, ଗାଇ ଦାନା ଦର ବି ବଢିଲା । କିନ୍ତୁ ଚାଷୀଙ୍କ ଦୁଧର ଦର କାହିଁକି ବଢୁନି । ଦୁଗ୍ଧ ଚାଷୀଙ୍କ ପ୍ରତି ସରକାରଙ୍କ ଏ ସାବତ ମା ଆଚରଣ କାହିଁକି  ବୋଲି ପ୍ରଶ୍ନ କରିଥିଲେ ।

ପ୍ରତିଦିନ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢୁଥିଲା ବେଳେ ସରକାର ଦୁଗ୍ଧ ଚାଷୀଙ୍କ ପାଇଁ ଦର ବୃଦ୍ଧି କରିବାକୁ ଦୃଢ ଦାବି ଉପସ୍ଥାପନ କରିଛନ୍ତି । ଅନ୍ୟଥା ସେମାନେ ଦୁଗ୍ଧ ଚାଷରୁ ଓହିରିବାକୁ ବାଧ୍ୟ ହେବେ ବୋଲି ଚେତାଇ ଦେଇଛନ୍ତି । କାରଣ ଓମଫେଡ ଚାଷୀଙ୍କୁ ଯେତିକି ଦର ଦେଉଛି ତାହା ମିଲ୍କ ମୁଁ ଏବଂ ଦ୍ଲିଲୀ ଡାଏରୀ ଭଳି ଘରୋଇ ଦୁଗ୍ଧ ଉତ୍ପାଦନକାରୀ କମ୍ପାନୀ ତୁଳନାରେ ଢେର କମ ରହିଛି । ଆବଶ୍ୟକ ପଡିଲେ ସେମାନେ ଆଉ ଓମଫେଡକୁ କ୍ଷୀର ଯୋଗାଇବେ ନାହିଁ ବୋଲି ମଧ୍ୟ କହିଛନ୍ତି ।

ଚାଷୀଙ୍କ ଏ ଗରମ ଦେଖି ମନ୍ତ୍ରୀ ସେମାନଙ୍କ ପ୍ରସଙ୍ଗରେ ଟର୍ଜ୍ଜମା କରି ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣା ପଡ଼ିଛି । 

0
0
0
s2sdefault