ହେଡଲାଇନସ୍:

କାଳିଆକୁ ଫାଶୀ ଆଦେଶ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନାବାଳିକାକୁ ଦୁଷ୍କର୍ମ କରି ହତ୍ୟା କରିଥିବା କାଳିଆକୁ ଫାଶୀ ଦଣ୍ଡାଦେଶ

ଜଗତସିଂହପୁର ଜିଲ୍ଲା କୋର୍ଟ ପକ୍ଷରୁ ପ୍ରଥମ 

ଜଗତସିଂହପୁର:(ରମେଶ ମହାନ୍ତି):- ନାବାଳିକାକୁ ଦୁଷ୍କର୍ମ କରି ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତ ନବ ମାନ୍ନା (କାଳିଆ)କୁ ଆଜି ଜଗତସିଂହପୁର କୋର୍ଟ ପକ୍ଷରୁ ଫାଶୀ ଦଣ୍ଡାଦେଶ ହୋଇଛି। ସୂଚନାନୁଯାୟୀ ଏରସମା ଥାନା ଅନ୍ତର୍ଗତ ଗଡହରିସପୁର ଗ୍ରାମର ପରେଶ ଆଡ଼ିଙ୍କ ଏକ ୯ ବର୍ଷର ଝିଅ ୨୦-୩-୨୦୧୮ ଦିନ ଘର ସମ୍ମୁଖରେ ଖେଳୁଥିବା ସମୟରେ ସେହି ଗ୍ରାମର କାଳିଆ ମାନ୍ନା ଝିଅକୁ ଟେକି ନେଇ ନିକଟସ୍ଥ ତପନ ଗାଆଣଙ୍କ କାଜୁ ଜଙ୍ଗଲରେ ତାକୁ ଦୁଷ୍କର୍ମ କରିବା ସହିତ ତାର ବେକକୁ ମୋଡି ହତ୍ୟା କରି ସେହିଠାରେ ପତ୍ର ଘୋଡାଇ ଫେରାର ହୋଇଯାଇଥିଲା ।ଘଟଣା ସମ୍ପର୍କରେ ଝିଅର ବାପା ପରେଶ ଏରସମା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଅଭିଯୋଗକୁ ଭିତ୍ତିକରି କେଶ ନଂ ୪୨/୧୮ରେ ଏକ ମାମଲା ରୁଜୁ କରିବା ସହିତ ଦଫା୩୭୬,(୨) (ଆଇ) ୩୭୬ ଏ,୩୦୨,୬ ପୋକ୍ସ ଆକ୍ଟରେ ରୁଜୁ ହୋଇଥିଲା।ପରଦିନ ୨୧-୩-୨୦୧୮ ତାରିଖରେ ଅଭିଯୁକ୍ତ କାଳିଆ ମାନ୍ନାକୁ କଟକ ବାଦାମବାଡ଼ି ନିକଟରୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।ଆଜି ଜଗତସିଂହପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସ  କୋର୍ଟର ବିଚାରପତି  ମୁନୁରାଣୀ ମିଶ୍ର ଅଭିଯୁକ୍ତ କାଳିଆ ମାନ୍ନା କୁ ଫାଶୀ ଦଣ୍ଡାଦେଶ କରିଛନ୍ତି ।ଏପରିକି ଜଗତସିଂହପୁର ଜିଲ୍ଲା କୋର୍ଟ ହେବା ପରଠାରୁ ଏହା ପ୍ରଥମ ଫାଶୀ ଦଣ୍ଡାଦେଶ ବୋଲି କୁହାଯାଉଛି।ସରକାରଙ୍କ ପକ୍ଷରୁ ଏହି କେସ୍ କୁ ଆଇନିଜୀବୀ ଶିବପ୍ରସାଦ ମାଝି ପରିଚାଳନା କରୁଥିଲେ ।

0
0
0
s2sdefault