ହେଡଲାଇନସ୍:

"କୃଷକମାନଙ୍କ ଆୟବୃଦ୍ଧି ନିମନ୍ତେ ଗୋପାଳନ ଏକାନ୍ତ ଆବଶ୍ୟକ' : ମନ୍ତ୍ରୀ ଡ. ସାହୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 "ଗୋସଂପଦର ବିକାଶରେ ଉଦ୍ୟୋଗୀମାନଙ୍କ ଭୂମିକା' ଶୀର୍ଷକ କର୍ମଶାଳା 

"ଗୋସଂପଦର ବିକାଶରେ ରାଜ୍ୟ ବିକାଶ ସମ୍ଭବ'

ଭୁବନେଶ୍ୱର :ଗୋପାଳନ ରାଜ୍ୟ ଅର୍ଥନୈତିକ ବିକାଶର ଏକ ପ୍ରମୁଖ ଉପାଦାନା କୃଷକମାନଙ୍କ ଆୟରେ ଉଲ୍ଲେଖନୀୟ ଅଭିବୃଦ୍ଧି ନିମନ୍ତେ ପ୍ରାଣୀପାଳନ ବିଶେଷ କରି ଗୋପାଳନ ଏକାନ୍ତ ଆବଶ୍ୟକା ତେଣୁ ଗୋପାଳନର ବିକାଶ ନିମନ୍ତେ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତିା 

ଆଜି ପୂର୍ବାହ୍ନରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ଦ୍ୱାରା କୃଷିଭବନଠାରେ ଆୟୋଜିତ "ଗୋସଂପଦର ବିକାଶରେ ଉଦ୍ୟୋଗୀମାନଙ୍କ ଭୂମିକା' ଶୀର୍ଷକ କର୍ମଶାଳାରେ ମୁଖ୍ୟ ଅତିଥି  ରୂପେ ଯୋଗଦେଇ ମନ୍ତ୍ରୀଦୁଗ୍ଧ  ଚାଷକୁ ଆପଣେଇଛନ୍ତିା କମ ଖର୍ଚ୍ଚରେ ଅଧିକଦୁଗ୍ଧ  ଉତ୍ପାଦନ କରିବା ପାଇଁ ରାଜ୍ୟ ସରକାର ଅନେକଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରୁଛନ୍ତିା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅତି କମରେ  କୋଡ଼ିଏଟି ଦୁଧିଆଳୀ ଗାଇ  ବା ମଇଁଷି ରଖୀଲେ ରାଜ୍ୟ ସରକାରଙ୍କ ପକ୍ଷରୁ ସାଧାରଣ ବର୍ଗ ହିତାଧ#କାରୀଙ୍କ ପାଇଁ ୪୦ ପ୍ରତିଶତ ଏବଂ ମହିଳା ଓ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ୫୦ ପ୍ରତିଶତ ରିହାତି ବ୍ୟବସ୍ଥା କରାଯାଇଛିା ଏଥି ସହିତ ଏହି ଯୋଜନାରେ ଗୋପାଳନ ନିମନ୍ତେ ନେଇଥିବା ଋଣ ଉପରେ ଏକ ନିର୍ଦ୍ଦିଷ୍ଟ ପ୍ରତିଶତ ସୁଧ ସରକାର ପଇଠ କରୁଛନ୍ତି ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତିା ରାଜ୍ୟରେ ଦୁU ଉତ୍ପାଦନ ବୃଦ୍ଧି ପାଉଥ#ବାବେଳେ ଏହାର ସଠିକ୍ ବିକ୍ରିବଟା ଏବଂ ଖାଉଟିମାନଙ୍କୁ ଉନ୍ନତ ମାନର ଦୁଗ୍ଧ  ଓ ଦୁଗ୍ଧ ଜାତ ଦ୍ରବ୍ୟ ଯୋଗାଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୈନିକ ୧୫ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲୋ 

କର୍ମଶାଳାର ଉଦ୍ଘାଟକ ଭାବରେ ଯୋଗଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଲେ ଦୁଗ୍ଧଚାଷ କ୍ଷେତ୍ରରେ ସମବାୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛିା ଅଧିକ ଗୋପାଳନ ଦ୍ୱାରା ଚାଷୀମାନେ ବର୍ଷସାରା ରୋଜଗାର ପାଇପାରିବେ ଓ ମହିଳାମାନେ ସ୍ୱାବଲମ୍ବୀ ହୋଇପାରିବୋ ରାଜ୍ୟର ଖାଉଟିମାନଙ୍କ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା ଲକ୍ଷ୍ୟରେ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟର ବ୍ୟବହାର ବୃଦ୍ଧି କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲୋ ଏଥି ସହିତ ଗୋସଂପଦର ବିକାଶ ନିମନ୍ତେ ପ୍ରତ୍ୟେକ ଜିଲ୍ଲାରେ କର୍ମଶାଳାର ଆୟୋଜନ କରିବା ଜରୁରୀ, ଯେପରି ଦୂରଦୂରାନ୍ତରେ ଥିବା ଦୁଗ୍ଧଚାଷୀମାନେ ଦୁଧ ଚାଷରେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର ସଂପର୍କରେ ଜାଣିପାରିବେ ଏବଂ ଅଧିକରୁ ଅଧିକ ଦୁଗ୍ଧଚାଷ ପ୍ରତି ଆଗ୍ରହ ପ୍ରକାଶ କରିବୋ ଦୁଗ୍ଧଚାଷର ଆବଶ୍ୟକତା ଅନୁଯାୟୀ ସମବାୟ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲୋ  ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଦୁଗ୍ଧ ଚାଷୀମାନେ ଦୁଗ୍ଧଚାଷ କ୍ଷେତ୍ରରେ ସେମାନଙ୍କର ଅଭିଜ୍ଞତା, ଅସୁବିଧା ଓ ଦୁଗ୍ଧର କ୍ରୟମୂଲ୍ୟ ବୃଦ୍ଧିର ଆବଶ୍ୟକତା ସଂପର୍କରେ ମତ ରଖଇଥିଲୋ 

କର୍ମଶାଳା ଅବସରରେ କୃଷି ଉତ୍ପାଦନ କମିଶନର ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଆର୍. ରଘୁପ୍ରସାଦ ଯୋଗଦେଇ ବିଭାଗ ପକ୍ଷରୁ ଗୋସଂପଦର ବିକାଶ ନିମନ୍ତେ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲୋ କର୍ମଶାଳା ପ୍ରାରମ୍ଭରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରତ୍ନାକର  ରାଉତ କର୍ମଶାଳାର ଆଭିମୁଖ୍ୟ ସଂପର୍କରେ ଆଲୋଚନା କରିଥିବାବେଳେ ଓମ୍ଫେଡର  ଜେନେରାଲ୍ ମ୍ୟାନେଜର ଧନ୍ୟବାଦ ଅର୍ପଣ କରିଥିଲୋ 

 

0
0
0
s2sdefault