ହେଡଲାଇନସ୍:

ସାହସୀ ବାଳକ  ତାସିବ ଓ ସୋଏବଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱରେ (ଶାସକ ପ୍ରଶାସକ) ନିଜ  ଜୀବନକୁ ପାଣି ଛଡାଇ ଗଣେଶ ପୂଜା ଦିନ ପାଣିରେ ବୁଡି ଯାଉଥିବା ଦୁଇବର୍ଷର ରୁମାନର ଜୀବନ ବଂଚାଇଥିବା ଦୁଇ ସାହସୀ ବାଳକ ତାସିବ ଓ ସୋଏବଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି | ସୂଚନାଯୋଗ୍ୟ ଯେ ଗଣେଶ ପୂଜା ଦିନ କୋରେଇ ହାଇସ୍କୁଲରେ ପାଠ ପଢ଼ୁଥିବା ଫଜାଲପୁରର ଶେଖ ଶେଖ ତାସିବ ରାଜା ଓ ମହମ୍ମଦ ସୋଏବ ବାଟରେ ଆସିଲା ବେଳେ ଦେଖିଲେ ଯେ ଦୁଇ ବର୍ଷର ବାଳକ ରୁମାନ ବୁଡି ଯାଉଛି | ସେମାନେ ନିଜ ଜୀବନ କଥା ନଭାବି ପାଣିକୁ ଡେଇଁ ରୁମାନର ଜୀବନ ରକ୍ଷା କରିଥିଲେ | ତାସିବ ଓ ସୋଏବଙ୍କ ଏହି ସାହାସିକତା ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭାବନା ଠାରେ ସେମାନଙ୍କୁ ସମ୍ବର୍ଦ୍ଧିତ  କରିଛନ୍ତି |  ତାସିବ ଓ ସୋଏବଙ୍କ ସାହାସୀକତାର ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ସେମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ | ସେମାନଙ୍କୁ ପାଠ୍ୟ ଉପକରଣ, ଚକଲେଟ, ଅଭିଧାନ, ଅନ୍ୟାନ୍ୟ ପାଠ୍ୟ ଉପକରଣ ଦେଇ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଲେ ଛୋଟ ଶିଶୁ ରୁମାନକୁ ଚକୋଲେଟ ଓ ପାଠ୍ୟ ଉପକରଣ ଦେଇ ସମ୍ବର୍ଦ୍ଧିତ କରିଥିଲେ | 

ଏହି ଅବସରରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠି, କୋରେଇ ବିଧାୟକ ଅଶୋକ ବଳ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ପରାମର୍ଶଦାତା ଆର ବାଳକୃଷ୍ଣନ, ଅନ୍ୟାନ୍ୟ ପଦାଧିକାରୀ ଓ ତିନି ଶିଶୁଙ୍କ ପରିବାର ଲୋକ ଉପସ୍ଥିତ ଥିଲେ | 

   

0
0
0
s2sdefault