ହେଡଲାଇନସ୍:

ଗ୍ରାମ୍ୟ ସ୍ବାସ୍ଥ୍ୟ ପୁଷ୍ଟିକର ଦିବସରେ ଏଚଆଇଭି ଓ ସିଫିଲିସ୍ ପରୀକ୍ଷାର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାର ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ର-ଭିଏଚଏନଡିରେ ଏଣିକି ଗର୍ଭବତୀ ମହିଳା ମାନଙ୍କ ନିମନ୍ତେ  ଏଚଆଇଭି ଓ ସିଫିଲିସ୍ ପରୀକ୍ଷା କରିପାରିବେ ସେହି ଏଚଆଇଭି ଓ ସିଫିଲିସ୍ ପରୀକ୍ଷା କାର୍ଯ୍ୟକ୍ରମର ଜିଲ୍ଲା ସ୍ତରୀୟ ଶୁଭାରମ୍ଭ ହୋଇ ଯାଇଛି।

     ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟା ଅଧିକାରୀ ଡ଼ାଃ ଗୁନୁରାଣୀ ପଟ୍ଟନାୟକ  ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ବ୍ୟାପି ଏହି ନୂତନ ଭାବେ ଅନୁଷ୍ଠିତ ହେବା ପରୀକ୍ଷା  କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଛନ୍ତି  ପାଟ୍ଟୀକୋଟା ଅଙ୍ଗନବାଡି କେନ୍ଦ୍ର ପରିସରରେ ।

    ଶୁଭାରମ୍ଭର ସଚେତନତା ସଭା କାର୍ଯ୍ୟକ୍ରମରେ  ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟା ଅଧିକାରୀ ଡାଃ ପଟ୍ଟନାୟକ  ଯୋଗଦେଇ ଏଚଆଇଭି ଓ ସିଫିଲିସ୍ ଭଳି ମାରାତ୍ମକ ଜନ-ରୋଗର  ଗ୍ରାମ୍ୟ ସ୍ତରରେ ଗର୍ଭବତୀ ମହିଳା ପାଇଁ କୌଣସି ଚିକିତ୍ସା     ଓ ପରୀକ୍ଷା ବ୍ୟବସ୍ଥା ନ ଥିଲା । ସେହି ଚିକିତ୍ସା ଓ ପରୀକ୍ଷା ବ୍ୟବସ୍ଥା ଆଜିଠାରୁ ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରର ଭିଏଚଏନଡିରେ ଉପଲବ୍ଧ ହେବ ।ଏହା ହେବା ଦ୍ବାରା ଗର୍ଭବତୀ ମହିଳା ମାନଙ୍କୁ ଏଣିକି ଆଉ କୌଣସି ଡ଼ାକ୍ତରଖାନା କି ସ୍ବାସ୍ଥ୍ୟ କେନ୍ଦ୍ର ଯିବାକୁ ପଡିବନି । ଏହି ଗୋଟିଏ ପାଖରେ ହିଁ ଗର୍ଭବତୀ ମହିଳା ମାନେ ସେମାନଙ୍କ ସ୍ବାସ୍ଥ୍ୟର ରକ୍ତ , ରକ୍ତଚାପ ,ସୁଗାର୍ , ଓଜନ  ଓ  ଆଲବୁମିନ ସହିତ ଏଚଆଇଭି ଓ ସିଫିଲିସ୍ ପରୀକ୍ଷା ମଧ୍ୟ ସହଜରେ ଓ ସୁବିଧାରେ କରି ପାରିବେ ଏବଂ ଗର୍ଭାବସ୍ଥାରେ ସେମାନେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ଜାଣି ପାରିବେ ବୋଲି କହିଥିଲେ ।

       ପରିବାର କଲ୍ୟାଣ ବିଭାଗ ଏଡିପିଏଚଓ:ଡାଃ ପ୍ରଦୀପ କୁମାର ପାତ୍ର ଯୋଗଦେଇ ଗର୍ଭବତୀ ମହିଳା ମାନେ ନିଜେ ନିଜର ସ୍ବାସ୍ଥ୍ୟ  ସମ୍ବନ୍ଧୀୟ ରେ ଜାଣିଲେ ହିଁ ନିଜର ସ୍ବାସ୍ଥ୍ୟ ଭଲ ରହିବା ସହ ଗର୍ଭରେ ଥିବା ଶିଶୁ ନିରୋଗ ଓ ସୁସ୍ଥ ଭାବେ ଜନ୍ମ ହୋଇ ପରେ ସୁସ୍ଥ ପରିବାର ଗଠନରେ ସହାୟକ ହେବା ବୋଲି କହିଥିଲେ ।

    ଭୁବନେଶ୍ୱରରୁ ଆସିଥିବା "ଓଡିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି"ର ପରାମର୍ଶ ଅଧିକାରୀ ତୃପ୍ତି ମିଶ୍ର ଯୋଗଦେଇ ଗର୍ଭବତୀ ମହିଳା ମାନେ ସରକାରଙ୍କ ଏହି ଯୋଜନା ପ୍ରକାରେ  ସମସ୍ତ ୭ ଟି ପରୀକ୍ଷା କରାଇ ନେବାର ଆବଶ୍ୟକତା ଓ ଏହାର ଉପକାରିତାର ବିଭିନ୍ନ ଦିଗ ଉପରେ ଉପସ୍ଥିତ ମହିଳା ଓ ଗର୍ଭବତୀ ମହିଳା ମାନଙ୍କୁ ବୁଝାଇ ସଚେତନ କରାଇ ଥିଲେ।

           ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଗୁରାଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ରର ଇନଚାର୍ଜ ଡାକ୍ତର  ଅନନ୍ୟ ସୁଦାନ ଭୂୟାଁ , ସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଗୀତାଞ୍ଜଳି ପାଣିଗ୍ରାହୀ , ବିପିଏମ ଏମ.ଖଗେଶ୍ବର ଏବଂ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟାଳୟର  ଚିକିତ୍ସା  ଆଇସିଆଇସି. କାଉନସେଲର ଶକ୍ତି ପ୍ରସାଦ ପଟ୍ଟନାୟକ ଏବଂ ବିଡିଏମ. ମିହିର ନାରାୟଣ ଦାସ ପ୍ରମୁଖ  ମଞ୍ଚସୀନ ରହି ଗର୍ଭବତୀ ମହିଳା ମାନଙ୍କ ସ୍ବାସ୍ଥ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

    ଏହି ଅବସରରେ ଅଙ୍ଗନବାଡି କେନ୍ଦ୍ର ପରିସରରେ  ଅତିଥିମାନେ ବୃକ୍ଷ ରୋପଣ କରିଥିଲେ  ଏବଂ ଗର୍ଭବତୀ ମହିଳା ମାନଙ୍କ ସମସ୍ତ ୭ ଟି ଯାକ ପରୀକ୍ଷା କରା ଯାଇଥିଲା ।

      ଏହି କାର୍ଯ୍ୟକ୍ରମରେ  ବହୁ ସଂଖ୍ୟାରେ  ମହିଳା , ପ୍ରସୂତି ଓ ଗର୍ଭବତୀ ମହିଳା , ଅଙ୍ଗନବାଡି , ଆଶା ଓ ସ୍ବାସ୍ଥ୍ୟ କର୍ମୀ ମାନେ ଯୋଗ ଦେଇଥିଲେ ।

0
0
0
s2sdefault