ହେଡଲାଇନସ୍:

ସ୍ପେକ୍ଟ୍ରମ ଏଜୁକେସନ ସ୍କୁଲରେ ଗୁରୁ ଦିବସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମେଲଛାମୁଣ୍ଡା(ମନୋଜ ଭୋଇ)- ମେଲଛାମୁଣ୍ଡା ଥାନା ଅଧିନସ୍ତ ଘେଁସ ସ୍ଥିତ ସ୍ପେକ୍ଟ୍ରମ ଏଜୁକେସନ ଇଂଲିସ ମିଡିୟମ ସ୍କୁଲରେ ଗୁରୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସର୍ବ ପ୍ରଥମେ ପଦ୍ମିନୀ ଦେବୀ ଡଃ. ସର୍ବପଲ୍ଳୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ ପରେ ଛାତ୍ର ଛାତ୍ରୀମାନେ କେକ କାଟି ଡଃ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ ପାଳନ କରି ଅଂଚଳକୁ ଏକ ନୂତନ ବାର୍ତା ଦେଇଥିଲେ । ଏହି ଅବସରରେ ସଭା ସ୍ଥଳରେ ଉପସ୍ଥିତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ର ଦିବ୍ୟାଂଶୁ ସାହୁ ଓ ଛାତ୍ରୀ କ୍ରଷ୍ଣା ଅଗ୍ରଓାଲ ଗୁରୁ ଦିବସର ତାପôର୍ଯ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ସଭା ପରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ନୃତ୍ୟ, ଗୀତର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ସବୁକୁ ଛାତ୍ରୀ ସ୍ନେହା ଅଗ୍ରଓାଲ ଏବଂ ଛାତ୍ର ଅସ୍ମାତ ଦଲଗଂଜନ ସୁନା ପରିଚାଳନା କରିଥିଲେ ।  

 

0
0
0
s2sdefault