ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ପଦ ପଦବୀ ନିମନ୍ତେ କର୍ମଚାରୀ ଆବଶ୍ୟକ ଥିବା ନେଇ ଏକ ବିଜ୍ଞପ୍ତି ଜାରି କରିଥିଲା ବିଭାଗ । ଯେଉଁଥିରେ "ନେତା ସିକୁରିଟି" ନାମକ ଏକ ଘରୋଇ ସଂସ୍ଥାକୁ ଯୋଗ୍ୟତା ଅନୁଯାୟୀ ଟେଣ୍ଡର ପ୍ରଦାନ କରାଯାଇଥିଲା। ସମାନ ଭାବରେ ନେତା ସିକ୍ୟୁରିଟି ସଂସ୍ଥା ପକ୍ଷରୁ ଆଟେନେଣ୍ଡ, ସଫେଇ କର୍ମଚାରି ଏବଂ ମାଳି ପଦବୀ ପାଇଁ ପୋଷ୍ଟ ବାହାରିଥିବା ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲା। ଯେଉଁଥିରେ ମାଲକାନଗିରି ଜିଲ୍ଲାର ବହୁ ଯୁବକ ଯୁବତୀ ନିଜର ଯୋଗ୍ୟତା ପ୍ରମାଣ ପତ୍ର ସହିତ ଆବେଦନ କରିଥିଲେ। ତେବେ ଏହାକୁ ନେଇ ଏକ ସାଂଘାତିକ ଅଭିଯୋଗ ବର୍ତ୍ତମାନ ସାମ୍ନାକୁ ଆସିଥିବା ଜଣା ପଡ଼ିଛି। ନିଯୁକ୍ତି ପ୍ରକ୍ରିୟାରେ ମୋଟା ଅଙ୍କର ଲାଞ୍ଚ କାରବାର ହୋଇଥିବା ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛନ୍ତି ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ। ଏପରିକି ହସ୍ପିଟାଲ ର କିଛି କର୍ମଚାରୀ ମଧ୍ୟ ଏହି କାର୍ଯ୍ୟରେ ସାମିଲ ଥିବା ବିଧାୟକ କହିଛନ୍ତି। ଅନ୍ୟପଟେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ ଦିଆଯାଇଥିବା ଗାଇଡଲାଇନ ହିସାବରେ ନେତା ସିକୁରିଟି ପକ୍ଷରୁ ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ଯୋଗ୍ୟ ବିବେଚିତ ଆବେଦନକାରୀ ଙ୍କୁ ଚାକିରୀ ଦିଆଯାଇଛି ଏପରିକି ୩ ଥର ଲେଖାଏଁ ସମସ୍ତ କାଗଜପତ୍ର ଯାଞ୍ଚ୍ କରିବା ପରେ ନିଯୁକ୍ତି ଦିଆଯାଇଥିବା ସଂସ୍ଥାର ମାଲକାନଗିରି ଜିଲ୍ଲା ଏରିଆ ମ୍ୟାନେଜର ଭାରତ ବିଜୟ ଖମାରୀ ସୂଚନା ଦେଇଛନ୍ତି। ବିଧାୟକ ଆଣିଥିବା ଅଭିଯୋଗ କୁ ସେ ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ ବୋଲି କରିଛନ୍ତି। ସେ ଆହୁରି କହିଛନ୍ତି ଅନ୍ୟ କୌଣସି ଏଜେନ୍ସି ବା ବ୍ୟକ୍ତି ବିଶେଷ ସଂସ୍ଥାର ଲୋଗୋ ବ୍ୟବହାର କରି ଲୋକଙ୍କୁ ଠକିଥାଇ ପାରନ୍ତି କିନ୍ତୁ ଏହି ସଂସ୍ଥାର କୌଣସି ଭୂମିକା ନାହିଁ ବୋଲି ଦର୍ଶାଇ ଛନ୍ତି। ଏହି ଘଟଣାର ସ୍ପଷ୍ଟୀକରଣ ପାଇଁ ସେ ଜିଲ୍ଲାପାଳଙ୍କୁ ମଧ୍ୟ ମେଲ୍ କରିଥିବା ସୂଚନା ଦେଇଛନ୍ତି। ସେପଟେ ନିଯୁକ୍ତି ପାଇଥିବା କର୍ମଚାରୀ ତଥା ଯୁବକ ଯୁବତୀ ମାନେ ଏହି ନିଯୁକ୍ତି ପ୍ରକ୍ରିୟାରେ କୌଣସି ଅର୍ଥ ସେମାନେ ଦେଇନଥିବା ଗଣ ମାଧ୍ୟମ ସମ୍ମୁଖ ରେ ପ୍ରକାଶ କରିଛନ୍ତି।
ରାଜ୍ୟ
ମାଲକାନଗିରିରେ ନେତା ସିକ୍ୟୁରିଟି ବେସରକାରୀ ସଂସ୍ଥା ବିରୋଧରେ ବିଧାୟକଙ୍କ ଅଭିଯୋଗ କୁ ଭୁଲ୍ ବୋଲି କହିଛନ୍ତି ପଦ ପଦବୀ ରେ ନିଯୁକ୍ତି ପାଇଥିବା ଯୁବକ ଯୁବତୀ।
- Hits: 16








