ହେଡଲାଇନସ୍:

ଆରମ୍ଭ ହେଲା ସ୍କୁଲ ଡ୍ରେସ କିଣାବିକା !!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର/ ନିରୋଜ ମିଶ୍ର:- ୨୦୧୯/୨୦ ଶିକ୍ଷା ବର୍ଷ ରେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ମାଗଣା ପୋଷାକ ବଣ୍ଟନ ପାଇଁ ସରକାର ବଲାଙ୍ଗୀର ଜିଲ୍ଲା କୁ କୋଟି କୋଟି ଟଙ୍କା ପ୍ରେରଣ କରିଥାନ୍ତି । କୋମଳ ମତି ଛାତ୍ର ଛାତ୍ରୀ ମାନଙ୍କୁ ନିମ୍ନ ମାନ ର କନା ରେ ପ୍ରସ୍ତୁତ ପୋଷାକ ଓ ଜୋତା ଦେଇ ସମଗ୍ର ଶିକ୍ଷା ଅଭିଯାନ ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ପୋଷାକ କିଣା ବିକା ରେ ସଂପୃକ୍ତ ବ୍ୟବସାୟିକ ଗୋଷ୍ଟି ବେଶ୍ ମାଲେମାଲ୍ ହେଉଥିବାର ବିଗତ ବର୍ଷ ମାନଙ୍କରେ ଗଣମାଧ୍ୟମ ର ପୃଷ୍ଠା ମଣ୍ଡନ ହୋଇଥିଲା । ବଲାଙ୍ଗୀର ବିଧାୟକ ଶ୍ରିୟୁକ୍ତ ନରସିଂହ ମିଶ୍ର ବିଧାନସଭା ରେ ସ୍କୁଲ ଡ୍ରେସ କିଣା କେଲେଙ୍କାରି କୁ ନେଇ ପ୍ରଶ୍ନ ମଧ୍ୟ କରିଥିଲେ । ବିଧାୟକ ଙ୍କ ବିଧାନସଭାରେ କରିଥିବା ପ୍ରଶ୍ନ ର କୌଣସି ପ୍ରଭାବ ଜିଲ୍ଲାରେ ଚାଲିଥିବା ସ୍କୁଲ ଡ୍ରେସ କିଣାବିକା ଉପରେ ପଡ଼ି ନା ଥିବାର ପରିଲକ୍ଷିତ ହୁଏ ।କିଛିଦିନ ତଳେ ପି.ପି. ଏକାଡେମୀ ସ୍କୁଲ କୁ ଡ୍ରେସ ଯୋଗାଇବା ପାଇଁ ବିମଲ୍ ଜ୍ୟୋତି ନାମକ ଏକ ସଂସ୍ଥା ତିନି ଗୋଟି କୋଟେସନ୍ ଦେଇଥିଲେ ।ପ୍ରଥମ କୋଟେଶନ ବିମଳ ଜ୍ୟୋତି ,ଦ୍ଵିତୀୟ ଟି ରୋୟାଲ୍ garments ଏବଂ ତୃତୀୟ ଟି ଓମ୍ cloth ସେଣ୍ଟର୍ ନାମରେ ଦେଇଥିବା ଆମର ହସ୍ତଗତ  ହୋଇଛି । ବିମଳ ଜ୍ୟୋତି କପଡା ଦୋକାନ ରାଧାରାଣୀ ପଡା ରେ ଥିବା ବେଳେ ଅନ୍ୟ ଦୁଇଟି ସଂସ୍ଥା ର ଚିହ୍ନ ବର୍ଣ୍ଣ ନାହିଁ ।ଏଭଳି ସଂସ୍ଥା ଠାରୁ ଡ୍ରେସ କିଣିବା ପାଇଁ ସ୍କୁଲ ର ପ୍ରଧାନ ଶିକ୍ଷକ ଛାୟାକାନ୍ତ ସାହୁ ରିଯୋଲେସନ୍ କରି ଅର୍ଡର୍ ମଧ୍ୟ କରିଛନ୍ତି । ବିମଳ ଜ୍ୟୋତି ର ମାଲିକ କୁଆଡେ ଗତ ବର୍ଷ ସ୍କୁଲ ମାନଙ୍କୁ ଡ୍ରେସ ଦେଇ ୩୨ ଲକ୍ଷ ଟଙ୍କାର ବ୍ୟବସାୟ କରିଥିଲେ । ଏଭଳି ଭୂତ କୋଟେଶନ୍ ଦେଇ ବ୍ୟବସାୟ କରୁଥିବା ବ୍ୟବସାୟୀ ଙ୍କୁ  ଡି.ପି.ସି., ସ୍କୁଲ ପ୍ରଧାନ ଶିକ୍ଷକ ,ଏବଂ ସ୍କୁଲ କମିଟି କିଭଳି ସମର୍ଥନ କରୁଛନ୍ତି ବୋଲି ଚର୍ଚ୍ଚା ହୁଏ ।ବିମଳ ଜ୍ୟୋତି ଦେଇଥିବା କୋଟେସଂ ରେ ସ୍କୁଲ ର ନାମ, ତାରିଖ ଏବଂ ଦସ୍ତଖତ ନାହିଁ ।ତେବେ ଏଭଳି ଭୂତ quotesan କୁ ଅଗ୍ରାଧିକାର ଦେଲେ କିପରି ? ଟଙ୍କା ଲୋଭରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ପୋଷାକ ରେ ମଧ୍ୟ ଚାଲିଛି ରାଜନୀତି ।ଏଭଳି ଅନେକ ବ୍ୟବସାୟୀ ଯାହାଙ୍କ ପୋଷାକ ତିଆରି ୟୁନିଟ୍ ନାହିଁ ବ୍ୟବସାୟ ଆଳ ରେ ଦଲାଲି କରି ନିକଟସ୍ଥ ରାଏ ପୂର୍ ରୁ ନିମ୍ନ ମାନ ର କାନରେ ତିଆରି ପୋଷାକ ଓ ଜୋତା ଆଣି ବିକ୍ରି କରୁଥିବା ଚର୍ଚ୍ଚା ଜୋର୍ ଧରିଛି । ଏଭଳି ମୁନଫାଖୋର୍ ବ୍ୟବସାୟୀ ଦଲାଲ୍ ମାନଙ୍କୁ ଲଗାମ ଦେବା ପାଇଁ ଜିଲ୍ଲାପାଳ ଦୃଷ୍ଟି ଦେବେ ବୋଲି ଅଭିଭାବକ ମହଲ ରେ ଚର୍ଚ୍ଚା ହୁଏ ।

0
0
0
s2sdefault