କେଶ ନମ୍ୱର୍ କହିବାକୁ ପୋଲିସ ଥ ଥ ମ ମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର/ ନିରୋଜ ମିଶ୍ର:- ରାଧାରାଣୀ ପଡା ବାସିନ୍ଦା ଅଶୋକ ସେଠ୍ (୫୫ବର୍ଷ) ଜାମଗାଁ ସ୍ଥିତ ତାଙ୍କ ମିତ ବାପା ଘରକୁ ଯାଇଥିଲେ ।ହଠାତ୍ ଗତ ତା:୫.୯.୨୦୧୯ ରିଖ ରାତିରେ ତାଙ୍କ ମିତ ବାପା ଙ୍କ ଘରେ ଏକ ଅଭାବନୀୟ ଘଟଣା ଘଟିଗଲା ।ଅଶୋକ ବେକରେ ଲୁଙ୍ଗି ଦେଇ ଆତ୍ମହତ୍ୟା କରିଛି ଚର୍ଚ୍ଚା ହେଲା । ପୁଇନ୍ତଳ। ପୋଲିସ ଘଟଣା ସ୍ଥଳକୁ ଯାଇ ଆତ୍ମହତ୍ୟା ସମ୍ପର୍କ ରେ ତଦନ୍ତ କରି ଶବ କୁ ପୋଷ୍ଟ ମର୍ଟମ ପାଇଁ ପଠାଇଥିଲେ । ଘଟଣା ସମ୍ପର୍କରେ ଅନୁସନ୍ଧାନ କରୁଥିବା ପୋଲିସ ଅଧିକାରୀ ଙ୍କୁ ପଚାରିବା ରୁ ଏହା ଏକ ଆତ୍ମହତ୍ୟା ବୋଲି କହିଥିଲେ । କିନ୍ତୁ କାରଣ ଅସ୍ପଷ୍ଟ ।କେଶ୍ ନମ୍ୱର୍ ପଚାରିବାରୁ ହଡବଡେଇ ଯାଇ କେତେବେଳେ ୧୮ତ କେତେବେଳେ ୧୯ ବୋଲି କହିଥିଲେ । ଦେଇଥିବା ଏତଲା ସମ୍ପର୍କରେ ପଚାରିବାରୁ ଏତଲା କପିରେ ଥାନାଧିକାରୀ ଙ୍କ ଦସ୍ତଖତ ହୋଇଛି କିନ୍ତୁ କମ୍ପ୍ୟୁଟର ରେ upload କରାଯାଇନାହିଁ । ପୋଲିସ ଏତଲା ଦାଏର କଲାପରେ ସେହିଦିନ କମ୍ପ୍ୟୁଟର ରେ ଅପଲୋଡ଼ କରି ଏକ କପି ଏତଲାକ।ରି କୁ ଦେବା କଥା ।କିନ୍ତୁ ୭ତାରିଖ ଅପରାହ୍ନ ୧୨ ଟା ପର୍ଯ୍ୟନ୍ତ କମ୍ପ୍ୟୁଟର ରେ ଅପଲୋଡ଼ ହୋଇନଥିବା ପୋଲିସ ଠାରୁ ଜାଣିବାକୁ ମିଳିଥିଲା । ତେବେ ଅଶୋକ କାହିଁକି , କେଉ ପରିସ୍ଥିତି ରେ ବଲାଙ୍ଗୀର ନିଜଘର ଛାଡ଼ି ଯାମଗାଁ ସ୍ଥିତ ତାଙ୍କ ମିତ ବାପା ଘରେ ଆତ୍ମହତ୍ୟା କଲା ଏବେ ମଧ୍ୟ ରହସ୍ୟବୃତ୍ତ ହୋଇ ରହିଛି ।ପୋଲିସ କୁ ଆତ୍ମହତ୍ୟା ସମ୍ପର୍କ ରେ ପଚାରିଲେ ପାଟି ଖନି ମାରୁଛି । ଏ ଭିତରେ କି ରହସ୍ୟ  ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ପୋଲିସ ଅଶୋକ ଆତ୍ମହତ୍ୟା ର କାରଣ ଅନାବୃତ କରିବା ଜରୁରୀ ।କାରଣ ଜଣେ ସୁସ୍ଥ ମଣିଷ ଅନ୍ୟ ଗୋଟିଏ ପରିବାର କୁ ଯାଇ ଘର ଭିତରେ ଆତ୍ମହତ୍ୟା କରିବ କାହିଁକି ?  ପୋଲିସ ଖାଲି ଆତ୍ମହତ୍ୟା କହି ଚୁପ୍ ରହିଲେ ଘଟଣାର ଅନ୍ତରାଳ ଅନ୍ଧାରରେ ରହିଯିବ ।

0
0
0
s2sdefault