ତଥାକଥିତ ସଂସ୍କୃତି ପ୍ରେମୀଙ୍କ ମୁହଁରେ ଶକତ ଚଟକଣା, ରାଜ୍ୟ ସରକାରଙ୍କୁ ବାହାବା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଶ୍ରୀମନ୍ଦିର ଚତୁର୍ପାଶ୍ୱ ଉଛେଦ ସମ୍ପର୍କିତ ରାଜ୍ୟ ସରକାରଙ୍କ ଏ ନିଷ୍ପତ୍ତି ପୁରୀର ବିକାଶ ଘଟାଇବ : ଅମିକାସ କ୍ୟୁରି

ପୁରୀକୁ ବିଶ୍ୱ ଐତିହ୍ୟରେ ସ୍ଥାନିତ କରିବାକୁ ଏହି ପ୍ରୟାସ ପ୍ରଶଂସନୀୟ

ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଠିକ୍‌ଠାକ୍‌ ଚାଲିଛି, କାହାକୁ କରାଯାଇନି ଜବରଦସ୍ତି

ଆପୋସ ବୁଝାମଣା ଜରିଆରେ ହୋଇଛି ଉଛେଦ କାର୍ଯ୍ୟକ୍ରମ 

"The ongoing eviction drive near Srimandir is in public interest as it will help develop the holy city; no one is being forced during the process  "  Amicus Curiae Ranjit Kumar said  after a meeting with Puri Gajapati, SJTA chief & other senior officials

ଭୁବନେଶ୍ୱର: ପୁରୀରେ ଚାଲିଥିବା ଉଛେଦ ଅଭିଯାନକୁ ନେଇ ବାଦ ବିବାଦ ଲାଗିଥିବା ତଥା ତଥାକଥିତ ସଂସ୍କୃତି ଓ ଐତିହ୍ୟ ପ୍ରେମୀମାନେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରୁଥିବା ବେଳେ ଆଜି ଖୋଦ ସୁପ୍ରିମ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଅମିକାସ କ୍ୟୁରି ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଭୁୟସୀ ପ୍ରଶଂସା କରିଛନ୍ତି | ରାଜ୍ୟ ସରକାରଙ୍କ ଏ ବଳିଷ୍ଠ ତଥା ସମୟଚିତ ଉଦ୍ୟମ ପୁରୀକୁ ବିଶ୍ୱ ଐତିହ୍ୟ ଭାବେ ଗଢି ତୋଳିବାରେ ସହାୟକ ହେବ ବୋଲି କହିଛନ୍ତି ଅମିକାସ କ୍ୟୁରି ଶ୍ରୀ କୁମାର | ରାଜ୍ୟ ସରକାରଙ୍କ ପାଇଁ ଦେଶର ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରା ନିଯୁକ୍ତ ଅମିକାସ କ୍ୟୁରିଙ୍କ ପ୍ରତିକ୍ରିୟା ଆଶ୍ଵସ୍ତି ଆଣିଥିବା ବେଳେ ସରକାରଙ୍କ ଉଛେଦ ଅଭିଯାନକୁ ପାଣି ପିଇ ସମାଲୋଚନା କରି ଆସୁଥିବା ତଥାକଥିତ ସଂସ୍କୃତି ପ୍ରେମୀଙ୍କ ମୁହଁରେ ଶକତ ଚଟକଣା ପରି ପ୍ରତୀୟମାନ ହୋଇଛି |

ଗତକାଲି ରାତିରେ ଅମିକାସ କ୍ୟୁରି  ପହଂଚିଥିଲେ | ଆଜି ସକାଳେ ପୁରୀରେ ସରଜମିନ ଅନୁଧ୍ୟାନ କରିବା ସହ ପୁରୀ ଗହପତି ମହାରାଜ ଦିବ୍ୟସିଂହ ଦେବ ତଥା ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀଙ୍କ ସହ ବିସ୍ତୃତ  ଆଲୋଚନା  କରିଥିଲେ | ସମସ୍ତଙ୍କ ନଜର ଥିଲା ଅମିକାସ କ୍ୟୁରି ଶ୍ରୀ କୁମାର ସରକାରଙ୍କ ଏ ପଦକ୍ଷେପକୁ ନେଇ କି ପ୍ରତିକ୍ରିୟା ଦେଉଛନ୍ତି | ବୈଠକ ପରେ ଶ୍ରୀ କୁମାର ସାମ୍ବାଦିକମାନଙ୍କୁ କହିଥିଲେ ଯେ,  ବିଶ୍ୱ ଐତିହ୍ୟ ତାଲିକାରେ ପୁରୀକୁ ସାମିଲ କରିବା ପାଇଁ ରାଜ୍ୟ ସରକାର ଠିକ୍‌ କାର୍ଯ୍ୟ କରୁଛନ୍ତି। ସମସ୍ତଙ୍କ ସୁରକ୍ଷା ଓ ପୁରୀର ବିକାଶ ନିମନ୍ତେ ସରକାରଙ୍କ ପ୍ରତିଟି କାର୍ଯ୍ୟ ପ୍ରଶଂସନୀୟ। କାହାକୁ ଜବରଦସ୍ତି କରାଯାଇନାହିଁ |  ଏହାଦ୍ୱାରା କାହାର କିଛି କ୍ଷତି ହେବନାହିଁ, ବରଂ ଲାଭ ହିଁ ଲାଭ ହେବ। 

ସଲିସିଟର ଜେନେରାଲ୍‌ ତୁଷାର ମେହେଟ୍ଟାଙ୍କ ସହ ପୁରୀ ଶ୍ରୀମନ୍ଦିର ପରିଦର୍ଶନ କରି ଆଜି ଆମିକସ୍‌ କ୍ୟୁରି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ। ଏହାପରେ ସ୍ଥାନୀୟ ଦୋକାନୀ ଓ ବ୍ୟବସାୟୀଙ୍କ ସହ ସେ ସାକ୍ଷାତ୍‌ କରି ଆଲୋଚନା କରିଥିଲେ। ସରକାରଙ୍କ ଜବରଦଖଲ ଉଚ୍ଛେଦ ଅଭିଯାନ ଦ୍ୱାରା ସମ୍ଭାବ୍ୟ ଅସୁବିଧା ସଂକ୍ରାନ୍ତରେ ସେ ପଚାରି ବୁଝିଥିଲେ। ତେବେ ଆଲୋଚନା ପରେ ଆମିକସ୍‌ କ୍ୟୁରି ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ପୁରୀ ସହରର ସର୍ବାଙ୍ଗିନ ବିକାଶ କରି ଏହାକୁ ବିଶ୍ୱ ଐତିହ୍ୟ ଭାବେ ଗଢ଼ିତୋଳିବା ନିମନ୍ତେ ରାଜ୍ୟ ସରକାର ସମୁଚିତ ପଦକ୍ଷେପ ନେଇଥିବା ସେ କହିଛନ୍ତି।

ଆମିକସ୍‌ କ୍ୟୁରି ରଞ୍ଜିତ୍‌ କୁମାର କହିଛନ୍ତି, ରାଜ୍ୟ ସରକାରଙ୍କ ଦ୍ୱାରା ପୁରୀରେ ଚାଲିଥିବା ମେଘନାଦ ପାଚେରିରୁ ୭୫ ମିଟର ଦୂରତାରେ ଜବରଦଖଲ ଅଭିଯାନର ସମୀକ୍ଷା କଲି ଏବଂ ସ୍ଥାନାନ୍ତରିତ ‌ବାସିନ୍ଦା ଓ ବ୍ୟବସାୟୀଙ୍କ ସହିତ ସାକ୍ଷାତ୍‌ କରି ଆଲୋଚନା ମଧ୍ୟ କଲି। ସରକାର ବାସ୍ତବରେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଭଳି ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ପୁରୀ ସହରବାସୀ, ପୁରୀକୁ ଆସୁଥିବା ତମାମ ପର୍ଯ୍ୟଟକ, ପୂଜକ ଓ ଭକ୍ତଙ୍କର ମଙ୍ଗଳ ହେବ। ସମସ୍ତେ ଆନନ୍ଦରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ସୁଯୋଗ ପାଇବେ।

ପୁରୀ ସହର ପରିଷ୍କାର ଓ ପରିଚ୍ଛନ୍ନ ହେବା ଦ୍ୱାରା ଏବଂ ଅଧିକ ସୁରକ୍ଷିତ ହେବା ଦ୍ୱାରା ଅଧିକରୁ ଅଧିକ ଲୋକଙ୍କ ଆଗମନ ହେବ। ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଦେଖିବାକୁ ପ୍ରାୟ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହେବ। ତେଣୁ ସରକାରଙ୍କ ଏ ପଦକ୍ଷେପ ଭକ୍ତମାନଙ୍କ ପାଇଁ ଅନେକ ଦୃଷ୍ଟିରୁ ବହୁତ ମଙ୍ଗଳଦାୟୀ ହେବ। ସମସ୍ତେ‌ ଆରାମରେ ପୁରୀକୁ ଆସିପାରିବେ। ବାହାରୁ ଆସୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ବାରମ୍ୱାର ଆସିବାକୁ ଆଗ୍ରହ ଦେଖାଇବେ।

ସରକାର ଯେଉଁଭଳି ଭାବେ ପୁରୀ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ଅନୁମତି ଦେଇଛନ୍ତି, ସେଥିରେ କୌଣସି ଅସୁବିଧା ନାହିଁ। ତା’ଛଡ଼ା ଉଚ୍ଛେଦ ଅଭିଯାନରେ କାହାକୁ ଜବରଦସ୍ତି କରାଯାଇ ନାହିଁ। ସମସ୍ତଙ୍କ ସହ ଠୋସ ଆଲୋଚନା ପରେ ଏବଂ ଉପଯୁକ୍ତ କ୍ଷତିପୂରଣ ବ୍ୟବସ୍ଥା କରାଯାଇ ଏହି ବଡ଼ ପଦକ୍ଷେପ ନିଆଯାଇଛି। ଆଗକୁ ଏହାର ସୁଫଳ ସମସ୍ତେ ପାଇବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଆମିକସ୍‌ କ୍ୟୁରି ରଞ୍ଜିତ୍‌ କୁମାର।

0
0
0
s2sdefault