ବଦଳିଲା ୧୮୫୭ ମସିହାର ବଡ଼ ଘଣ୍ଟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ଗୌରବ ଓ ସ୍ମୃତି ବହନ କରୁଥିବା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ସର୍ବ-ପୂରାତନ ତଥା ୧୮୫୭ ମସିହାରେ ବିଦ୍ୟାଳୟର ଶିଖରରେ ବ୍ରିଟିଶ ଅମଳର ବଡ଼ ଘଣ୍ଟା ଦୀର୍ଘ ୫୦ ବର୍ଷ ଧରି ଖରାପ ଓ ସମ୍ପୁର୍ଣ୍ଣ ଅଚଳ ହୋଇ ପଡ଼ିଥିବା ଫଳରେ ଆଜି  ସେହି ଘଣ୍ଟାକୁ ବଦଳା ଯାଇ ତା ସ୍ଥାନରେ ଦିଲ୍ଲୀରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଆସିଥିବା ନୂଆ ସମାନ ଆକାରର ରୋମାନ ଲେଟର ଥିବା ଘଣ୍ଟା ଲଗାଯାଇଛି ।

     ଏଥିପାଇଁ ସମ୍ପୃକ୍ତ ବିଦ୍ୟାଳୟର ୧୯୭୮ ମସିହା ବେଚର କେତେକ ପୂରାତନ ଛାତ୍ରଙ୍କ ମିଳିତ ପ୍ରଚେଷ୍ଠା ବଳରେ ନୂତନ ବଡ଼ ଘଣ୍ଟା ଲାଗିବାର ସ୍ବପ୍ନ ଆଜି ସାକାର ହୋଇଛି । ଯାହାକି ସବୁ ମହଲରେ ସେମାନେ ପ୍ରଶଂସାର  ପାତ୍ର ହୋଇ ପାରିଛନ୍ତି ।

    ୧୮୫୭ ମସିହାରୁ  ଚାଟଶାଳୀ ଥିବା ଏହି ଅନୁଷ୍ଠାନଟି ପରବର୍ତ୍ତୀ ସମୟରେ ମହାବିଦ୍ୟାଳୟ ଓ ପରେ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ହୋଇଥିଲା ପାରଳାଖେମୁଣ୍ଡିର ତତକାଳୀନ ମହାରାଜା ଗୌରଚନ୍ଦ୍ର ଗଜପତି ଙ୍କ ସମୟରେ । ହେଲେ ସେତେବେଳେ ସମୟ ଦେଖିବା ପାଇଁ ଘଣ୍ଟାର ଅଭାବୀ ଅନୁଭବ କରି ମହାରାଜ ଗୌରଚନ୍ଦ୍ର ଏହି ଘଣ୍ଟାକୁ ମାଡ୍ରାସରୁ ଆଣି  ବିଦ୍ୟାଳୟର ସମ୍ମୁଖ ଭାଗର ଶୀର୍ଷରେ ସ୍ଥାପନ କରିଥିଲେ । ଏଥିପାଇଁ  ସେଠାରେ ଏକ ସ୍ବତନ୍ତ୍ର କୋଠରୀ ଏବଂ ଉପରକୁ ଚଢି ଘଣ୍ଟାର ରକ୍ଷଣା ବେକ୍ଷଣ କରିବାପାଇଁ ପାହାଚର ବ୍ୟବସ୍ଥା ମଧ୍ୟ କରିଥିଲେ । ସେହି ପୁରୁଣା ବ୍ରିଟିଶ ଅମଳର ବଡ଼ ଘଣ୍ଟାର ଓଜନ ପ୍ରାୟ ୩୦ କେଜି ହେବ ଏବଂ ତାହା କେଉଁ ଧାତୁରେ ନିର୍ମିତ ତାହା ଠିକ ଭାବେ ଜଣା ପଡିନାହିଁ ।

    ଏହି ବ୍ରିଟିଶ ଅମଳର ଘଣ୍ଟା ଏଠାରେ ସ୍ଥାପନ କରାଯିବା ପୁର୍ବରୁ ପାରଳାଖେମୁଣ୍ଡି ସହରକୁ ସେତେବେଳେ ଯିବା ଆସିବା କରୁଥିବା ଆଖପାଖ ଅଞ୍ଚଳର ଲୋକେ ମହାରାଜାଙ୍କ ପ୍ୟାଲେସ୍ ର ବାଜୁଥିବା ଘଣ୍ଟ ଶବ୍ଦ ଶୁଣି ସମୟ ଜାଣି ପାରୁଥିଲେ । ଏ ଦିଗରେ ଲୋକଙ୍କ ଅଧିକ ସୁବିଧା ନିମନ୍ତେ ଘଣ୍ଟା ସମୟ ଦେଖି ଜାଣିବା ପାଇଁ ମହାରାଜ ଗୌରଚନ୍ଦ୍ର ଗଜପତି ସୁଦୁର ମାଡ୍ରାସରୁ ଏକ ବିରାଟ କାୟ ୩ ଫୁଟ ଲମ୍ବା ଓ ୩ ଫୁଟ ଉଚ୍ଚତାର ଘଣ୍ଟା ଆଣି ବିଦ୍ୟାଳୟର ଶିଖରରେ  ସ୍ଥାପନ କରିଥଲେ।  ଏହି  ରାସ୍ତାରେ ଯିବା ଆସିବା କରୁଥିବା ଲୋକେ ଠିକ ଭାବେ ସମୟ ଦେଖି ଜାଣି ପାରିବା ଭଳି ଲଗାଇଥିଲେ । ଏହି ଘଣ୍ଟା ସେତେବେଳେ କେବଳ  ଜଡ଼ା ତେଲ ପକାଇବା ଦ୍ବାରା ଠିକ ଭାବେ ଚାଲୁଥିଲା ,  ହେଲେ ଏହାର ଠିକ ଭାବେ ରକ୍ଷଣା ବେକ୍ଷଣ କରା ନ ହେବା ଫଳରେ ଏହା ସମ୍ପୁର୍ଣ୍ଣ ଅଚଳ ହୋଇପଡ଼ିଥିଲା ଦୀର୍ଘ ୫୦ ବର୍ଷ ହେଲାଣି ।

   ଏହି  ନୁଆ ଘଣ୍ଟା ଏଠାରେ ସ୍ଥାପନ କରାଯିବା ଦିଗରେ ବିଦ୍ୟାଳୟର  ୧୯୭୮ ବେଚର ପୂରାତନ ଛାତ୍ର ଶିବ ପ୍ରସାଦ ପଟ୍ଟନାୟକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ , ଯିଏ କି ପାରଳାଖେମୁଣ୍ଡି ବାସିନ୍ଦା ଏବଂ  ଭାରତୀୟ ବାୟୁ ସେନାର ଜଣେ ଅବସରପ୍ରାପ୍ତ ଅଧିକାରୀ ଏବଂ ସେ ବର୍ତ୍ତମାନ ନୂଆଦିଲ୍ଲୀ ଠାରେ ଥିବା ନୋକିଆ ମୋବାଇଲ କମ୍ପାନୀରେ  ମ୍ୟାନେଜର ଭାବେ କାର୍ଯ୍ୟରତ । ଏ ସମ୍ପର୍କରେ ସେ ଅଧିକ ସୂଚନା ଦେଇ କହିଛନ୍ତି ଯେ , ଗତ ମାର୍ଚ୍ଚ ମାସରେ ବିଦ୍ୟାଳୟରେ ଥିବା ଏହି ବ୍ରିଟିଶ ଅମଳର ଅଚଳ ଘଣ୍ଟା ଦେଖି ସାଙ୍ଗ ମାନଙ୍କୁ ତାହା ବଦଳାଇ ତା ଜାଗାରେ

 ଅନ୍ୟ ଏକ ସମାନ ଆକାରର ଏବଂ ରୋମାନ ଲେଟର ଥିବା ଘଣ୍ଟା ଲଗାଇବା ପାଈଁ ବିଦ୍ୟାଳୟର ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷକ ବୃନ୍ଦାବନ ରାଓଙ୍କ ସହିତ ଆଲୋଚନା କରିଥିଲେ ଏବଂ ଆଲୋଚନା ମଧ୍ୟ ସଫଳ ହୋଇଥିଲା । ଏହାପରେ ସେ ଦିଲ୍ଲୀ ଯିବା ପରେ ସେଠାରେ ସିମାଦ୍ରି ନାୟକ ଓ  ସେଠାରେ ଜଣେ ଠିକାଦାର ସହିତ ମିଶି ସମାନ ଆକାରର ଓ ରୋମାନ ଲେଟର ଥିବା ଘଣ୍ଟା କିଣିଥିଲେ ।

     ଏହି ଘଣ୍ଟାଟି ବିଦ୍ୟାଳୟର ସମ୍ମୁଖ ଭାଗର ଶୀର୍ଷରେ ଲାଗିଥିବା ବେଳେ ତଳେ ଥିବା ସଭାଗୃହ କାନ୍ଥ ପାର୍ଶ୍ୱରେ ଜିପିଏସ:ମୋଟର ସହିତ ଏକ ଚିପ୍ ଲାଗି ରହିଛି । ଏହି ଜିପିଏସ ମୋଟର ଟି ମୋଟ ୪ ଟି ସେଟଲାଇଟର ସମ୍ପୁର୍ଣ୍ଣ ଡାଟା ସଂଗ୍ରହ କଲାପରେ ଘଣ୍ଟାର  ସମୟ ଦେବ , ତାହାହିଁ ଆମର ଭାରତୀୟ ସମୟ ଏବଂ ବିଦ୍ୟାଳୟର ପୁରୁଣା ଘଣ୍ଟା ଜାଗାରେ ଦିଲ୍ଲୀରୁ ଅଣାଯାଇଥିବା ନୂତନ ଘଣ୍ଟାକୁ  ଚନ୍ଦ୍ର ଶେଖର ମହାରଣା ବସାଇଥିଲେ। ଏଥିପାଇଁ ତାଙ୍କୁ  ପ୍ରାୟ ୮ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା ବୋଲି କହିଥିଲେ ।

   ପୁରୁଣା ଘଣ୍ଟାଟି ପାରଳାଖେମୁଣ୍ଡିର ଗୌରବ ଓ ସ୍ମୃତି ବହନ କରୁଥିବା ଯୋଗୁଁ ତାହା ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ କକ୍ଷରେ ମ୍ୟୁଜିଅମ୍ ଭଳି କରାଯାଇ ରଖାଯିବ ବୋଲି ପୂରାତନ ଛାତ୍ର ତଥା ଏହି  ଘଣ୍ଟା ସ୍ଥାପନ କରାଯିବାରେ ସମସ୍ତ ଓ ସବୁ ପ୍ରକାର ସହଯୋଗ କରିଥିବା ପୂରାତନ ଛାତ୍ରମାନେ କହିଛନ୍ତି ।

 

 

 

 

0
0
0
s2sdefault